ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୁରୁଗୁଡା ଠାରେ ଜୋନ୍ ସ୍ତରୀୟ ଵିଜ୍ଞାନ ପ୍ରଦର୍ଶନୀ ଓ ଭଲିବଲ୍ ପ୍ରତିଯୋଗିତା

ଜୁନାଗଡ଼,୫/୧୨(ମ ନି ସ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କୁରୁଗୁଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଜୋନ୍ ସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଏବଂ ଭଲିବଲ୍ ପ୍ରତିଯୋଗିତା ସର୍ଗିଫୁଲ୍ -୨୨ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପିଏ. ଆଇ.ଟି.ଡି.ଏ ବିରଞ୍ଚି ନାରାୟଣ ଦରର୍ଓ୍ଵାନ୍, ମୁଖ୍ୟ ବକ୍ତା ଭାବେ ଜିଲ୍ଲା ମଙ୍ଗଳ ଅଧିକାରୀ ଅରବିନ୍ଦ ରାୟ, ସଭାପତି ଭାବେ ମଣ୍ଡଳ ଶିକ୍ଷା ନିରୀକ୍ଷକ କମଳାକାନ୍ତ ପ୍ରହରାଜ,ସମ୍ମାନିତ ଅତିଥି ରୁପେ ଡି.ଆଇ. ଉଦୟ ସିଂ ମାଝୀ ,କୁରୁଗୁଡା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ହୃଷିକେଷ ମେହେର,କୁରୁଗୁଡା ଉଚ୍ଚ ମାଧ୍ୟମିକ ଵିଦ୍ୟାଳୟ ର ଭାରପ୍ରାପ୍ତ ଅଧ୍ୟକ୍ଷ ରଞ୍ଜନ ପଣ୍ଡା, ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବେଦବ୍ୟାସ ପ୍ରଧାନ,ଜୁନାଗଡ଼ ବାଳିକା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଵୀଣାପାଣି ସାମନ୍ତ,ଧାମନପୁର ଉଚ୍ଚ ଵିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ମହାରଣାା ,ଡୁମେରପଦର ଉଚ୍ଚ ବିଦ୍ୟାଳୟ ର ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ମହମ୍ମଦ ଅବଦୁଲ୍ ବାରି ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ବିଜ୍ଞାନ ପ୍ରଦର୍ଶନୀ ର ଵିଚାରକ ଭାବେ ପ୍ରକାଶ ନିଶଙ୍କ,ଦୁଷ୍ମନ୍ତ ପାଢୀ , ସସ୍ମିତା ପଣ୍ଡା ଏବଂ ଭଲିବଲ୍ ପ୍ରତିଯୋଗିତା ର ରେଫରି ଭାବେ ଚନ୍ଦ୍ର ମୋହନ ବିଶ୍ବାଳ ଏବଂ ଏ. ଏମ୍ .କୁମାର ଖର୍ସେଲ୍ ଦାୟିତ୍ବ ତୁଲାଇଥିଲେ।  ଵିଜ୍ଞାନ ଶିକ୍ଷକ ତଥା ଏନ୍.ସି.ସି ଅଫିସର୍ ସନ୍ତୋଷ କୁମାର ମେହେର ମଞ୍ଚ ପରିଚାଳନା କରିଥିଲେ । ଏହି ଅବସର ରେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଅଶୋକ ସାହୁ,ସୁଶିଳ ନାଗ, କ୍ରୀଡା ଶିକ୍ଷକ ସୀତାକାନ୍ତ ପ୍ରଧାନ , କାମସେନ ଭୋଇ,ଅମୁଲ୍ୟ ନାଏକ,ଵିଜୟ ନାଏକ,ରାଜୁ ସାହୁ,ଗୋପାଳକୃଷ୍ଣ ମିଶ୍ର,ଗିରିଜା ନାଏକ,ମଞ୍ଜୁ ବାରିକ,ଜିତେନ୍ଦ୍ର ମେହେର,ସ୍ଵରୁପ ପ୍ରହରାଜ ସମେତ ସମସ୍ତ ଅଣ ଶିକ୍ଷକ ବୃନ୍ଦ କାର୍ଯ୍ୟକ୍ରମ ର ବିଭିନ୍ନ ଭୂମିକା ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ । ଏହି ଅଵସର ରେ ରାଜ୍ୟ ସ୍ତରୀୟ ସର୍ଗିଫୁଲ-୨୨ ପାଇଁ ଚୟନ ହୋଇଥିବା ସମସ୍ତ ପ୍ରତିଯୋଗୀ ଏଵଂ ତାଙ୍କ ଗାଇଡ଼୍ ଟିଚର୍ ମାନଙ୍କୁ ମାନପତ୍ର ସହିତ ସମ୍ଵର୍ଦ୍ଧିତ କରି ତାଙ୍କରି ଶୁଭ କାମନା କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ସମରକଟା ଠାରେ ନୂଆଁଖାଇ ଭେଟଘାଟ

Sunil Chandra Nayak

ରାଇରଙ୍ଗପୁରରେ “୬୨ ତମ ସ୍ୱାୟତ୍ତ ଶାସନ ଦିବସ ମହାସମାରୋହରେ ପାଳିତ, ବହୁବିଧ ପ୍ରକଳ୍ପ ଅତିଥିମାନଙ୍କ ଦ୍ବାରା ଲୋକାର୍ପିତ

Sunil Chandra Nayak

ରତିନାରାୟଣ ରାଉତ ଙ୍କ କବିତା ଶ୍ରୀକୃଷ୍ଣ ଜନ୍ମ ନାନ୍ଦୋତ୍ସବ 

Sunil Chandra Nayak

Leave a Comment

error: Content is protected !!