ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡିରେ ଦାଦନ ସମସ୍ୟା ଜଟିଳ ରୂପ ନେଉଛି , ପୁନର୍ବାର ଆଉ ଜଣେ ଶ୍ରମିକଙ୍କ ମୃତ୍ୟୁ

ଦାଦନ ସମସ୍ୟାକୁ ଦେଖିଲେ ରାଜ୍ୟ କେତେ ସମୃଦ୍ଧ ସହଜେ ଅନୁମେୟ । ବିଶେଷତଃ ଦାଦନ ମାମଲାରେ ସ୍ଥାନୀୟ ପ୍ରଶାସନ କିମ୍ଭା ଜିଲ୍ଲା ପ୍ରଶାସନକୁ ଦୋଷଲଦୀ ରାଜ୍ୟ ସରକାର ନିଜ ମୁଣ୍ଡରୁ ଦୋଷ ଛଡେଇ ନିଅନ୍ତି । ରାଜ୍ୟରେ କର୍ମନିଯୁକ୍ତି ପାଇଁ ଉତ୍ତମ ଭିତ୍ତିଭୂମିର ଅଭାବ । ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ସମ୍ପୂର୍ଣ୍ଣ ଦୁର୍ବଳ । ତେଣୁ ଗ୍ରାମାଞ୍ଚଳର ଶିକ୍ଷିତ ବେକାର ଯୁବକ ମାନେ ଗାଁରେ କମ ମୂଲ୍ୟରେ ଏବଂ ଶ୍ରମିକ ଭାବେ କାମ କରିବା ଲଜ୍ୟାରେ ବାଧ୍ୟ ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ପୁନର୍ବାର ଏପରି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ଗାଁକୁ ଫେରିଛି ଜଣେ ଦାଦନ ଶ୍ରମିକ ଙ୍କ ଶବ । କାନ୍ଦ ବୋବାଳି ରେ ଫାଟି ପଡୁଛି ଗାଁ ଦାଣ୍ଡ । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ନେଗିଗୁଡା ଗ୍ରାମ ର ଯୁବକ ସତ୍ୟ ସୁନା ଗତ ମାସେ ତଳେ ଘରର ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ ବାପା, ମା ଙ୍କର ସାହାରା ହେବାକୁ ଦାଦନ ଖଟିବାକୁ ସିକିନ୍ଦରାବାଦ ନିକଟରେ ଥିବା ଇଟାଭାଟି ରେ ନିୟୋଜିତ ହୋଇଥିଲେ । ଦୁର୍ଭାଗ୍ୟ ଜନକ ଭାବେ ଭାଟିର ପାଉଁଶ ନିଆଁରେ ପଡି ଗୁରୁତର ହୋଇଥିଲେ ।ଚିକତ୍ସାଧିନ ଅବସ୍ଥାରେ ହସ୍ପିଟାଲରେ ତାଙ୍କ ମୃତ୍ୟୁ ହେବାପରେ ଇଟାଭାଟି ମାଲିକ ଏକ ଆମ୍ବୁଲାନ୍ସ ରେ ମୃତ ଯୁବକଙ୍କ ଶବକୁ ନିଜ ଗ୍ରାମକୁ ପଠାଇଦେଇଛି । ଗାଁ ମଶାଣିରେ ଯୁବକଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ ହୋଇଛି । ଏପରି ଗୋଟିଏ ପରେ ଗୋଟିଏ ଦାଦନ ଦୁଃଖ ନିରୀହ ଜନସାଧାରଣଙ୍କର ମେରୁଦଣ୍ଡକୁ ଭାଙ୍ଗିଦେଉଛି । ତଥାପି ସରକାର କୁମ୍ଭକର୍ଣ୍ଣ ନିଦରେ ଶୋଇବା ବୁଦ୍ଧିଜୀବୀ ମହଲରେ କ୍ଷୋଭ ପ୍ରକାଶ ପାଇଛି ।

ଜଗମୋହନ ପଟ୍ଟନାୟକ (ବରିଷ୍ଠ ସାମ୍ବାଦିକ)

Related posts

କୈଳାସ ଚନ୍ଦ୍ର ପାଢ଼ୀ ଙ୍କ କବିତା କାହାନ୍ତି ସେ ଗାନ୍ଧୀ ଗୋପବନ୍ଧୁ

ଖଡମବେଡା ପଞ୍ଚାୟତର ଅଧିକାଂଶ ଗ୍ରାମ ଡିଜିଟାଲ ହେବାରୁ ବଂଚିତ ନେଇ ସମିତି ସଭ୍ଯାଙ୍କ ବିଡ଼ିଓଙ୍କ ଦ୍ଵାରା ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା ଭୋଟ

Leave a Comment

error: Content is protected !!