ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଳାସିନୀ ପୃଷ୍ଟି ଙ୍କ କବିତା ରକ୍ଷା ବନ୍ଧନ

ରକ୍ଷା ବନ୍ଧନ

ରାକ୍ଷୀ ନୁହେଁ ଏତ ସମ୍ପର୍କର ଡୋରି
ସ୍ନେହ ମମତା ବନ୍ଧନ
ଭାଇ ଭଉଣୀ ଙ୍କ ପବିତ୍ର ପ୍ରେମର
ସାକ୍ଷୀ ରୁପେ ନିଦର୍ଶନ
ଭଉଣୀ ବାନ୍ଧଇ ଭାଇର ହାତରେ
ମମତା ସମ୍ପର୍କ ଡୋରି
ଭାଇ ସିନା ତାର ସାହାସ ଭରଷା
ଭଉଣିକୁ ସଦା ଘେରି
ବିପଦ ସମୟେ ସାହାସ ଭାଇତା
ଭଉଣିକୁ ଦିଏ ବଳ
ବିପଦେ ଅଧୀର ନ ହେବ କାତର
ଦୃଢ଼ ଶକ୍ତି ମନୋବଳ
ଅତୁଟ ବନ୍ଧନ ସମ୍ପର୍କର ମାନ
ରକ୍ଷା କରେ ଏହା ରାକ୍ଷୀ
ଡୋରି ନୁହେଁ ସେତ ମଧୁର ବଚନ
ଭଉଣିର ପାଇଁ ସାକ୍ଷୀ
ସବୁ ସମ୍ପର୍କିଠୁ ନିଆରା ସମ୍ପର୍କ
ଭାଇର ସ୍ନେହ ମମତା
ଭାଇ ଥିଲେ ପାଶେ ହାରେନି ଭଊଣୀ
ଗୋଟିଏ ସୂତାରେ ଗୁନ୍ଥା
ଏହା ସମ୍ପର୍କର ବାର୍ତ୍ତା
ଏହା ସମ୍ପର୍କର ବାର୍ତ୍ତା

ବିଳାସିନୀ ପୃଷ୍ଟି

ଭୁବନ ଢେଙ୍କାନାଳ 

 

 

Related posts

ମୋଟରସାଇକେଲ ଚୋରି, ୨ ଜଣ ଗିରଫ

Sunil Chandra Nayak

ମସୀହା ସାହିତ୍ୟ ଅଗଣା ପକ୍ଷରୁ ଅନୁଷ୍ଠିତ ପ୍ରତିଯୋଗିତା ରେ ଶ୍ରେଷ୍ଠ ବିବେଚିତ ହୋଇଥିବା ଶୁଭେନ୍ଦୁ କୁମାର ଦାସ ଙ୍କ କବିତା ମଣିଷ

Sunil Chandra Nayak

ରତି ନାରାୟଣ ରାଉତ ଙ୍କ କବିତା – ବିଶ୍ରାମ

Sunil Chandra Nayak

Leave a Comment

error: Content is protected !!