ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚନରେ ସାଧାରଣ ବର୍ଗଙ୍କୁ ଉପେକ୍ଷା ନେଇ ଉଚ୍ଚ ନ୍ୟାୟାଳୟରେ ମାମଲା ରୁଜୁ

ବୌଦ୍ଧ 16/10 : ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟି ସଦସ୍ୟ ନିର୍ବାଚନରେ ସମସ୍ତ ଶତ ପ୍ରତିଶତ ଆସନ ସଂରକ୍ଷିତ ରଖି ସାଧାରଣ ବର୍ଗର ଲୋକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରା ଯାଇଥିବା ଅଭିଯୋଗ ହୋଇ ଆସୁଥିଲା l ଉକ୍ତ ପ୍ରସଙ୍ଗରେ ମାନ୍ୟବର ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହୋଇଛନ୍ତି ବୌଦ୍ଧ ସେବା ସମବାୟ ସମିତିର ସଭାପତି ତଥା ବରିଷ୍ଠ ସମବାୟବିତ ସତ୍ୟଜିତ କୁମାର ପଣ୍ଡା l ସେ ଉଚ୍ଚ ନ୍ୟାୟାଳୟରେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ନିର୍ବାଚନ ଆସନ ସଂରକ୍ଷଣ ବ୍ୟବସ୍ଥାରେ ହୋଇଥିବା ତୃଟି ଓ ଅନିୟମିତତା ପ୍ରସଙ୍ଗରେ ହସ୍ତକ୍ଷେପ ପାଇଁ ପ୍ରାର୍ଥନା କରିଛନ୍ତି | ମାମଲାଟି WP(C) 27177/2022 ରେ ପଂଜିକୃତ ହୋଇଛି | ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ ପରିଚାଳନା କମିଟିର 15 ଜଣ ସଦସ୍ୟ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଗତ ତା 23. 09. 2022 ରେ ବିଜ୍ଞପ୍ତି ପ୍ରକାଶ କରିଥିଲେ | ମୋଟ୍ 15 ଆସନ ମଧ୍ୟରୁ ଅନ୍ୟାନ୍ୟ ପଛୁଆ ବର୍ଗ ତଥା ସାମାଜିକ ଓ ଶିକ୍ଷା କ୍ଷେତ୍ରରେ ଅନଗ୍ରସର ଶ୍ରେଣୀ ପାଇଁ 7 ଗୋଟି ଆସନ, ଉକ୍ତ ବର୍ଗର ମହିଳାଙ୍କ ପାଇଁ 1 ଗୋଟି ଆସନ, ଅନୁସୂଚିତ ଜନଜାତି ମାନଙ୍କ ପାଇଁ 3 ଗୋଟି ଆସନ, ଅନୁସୂଚିତ ଜାତି ପାଇଁ 2 ଗୋଟି ଆସନ ଓ ମହିଳାଙ୍କ ପାଇଁ 2 ଗୋଟି ଆସନ ସଂରକ୍ଷିତ କରା ଯାଇଛି l ଫଳରେ କୌଣସି ଆସନ ଅସଂରକ୍ଷିତ ରଖା ଯାଇନଥିବା ହେତୁ ସାଧାରଣ ବର୍ଗର ଲୋକେ ସେମାନଙ୍କ ରାଜନୈତିକ ଅଧିକାରରୁ ବଞ୍ଚିତ ହୋଇଥିବା ଅଭିଯୋଗ ହୋଇଛି | ପ୍ରାଥମିକ ସମବାୟ ସମିତି ମାନଙ୍କରେ ଏକ କିମ୍ବା ଏକାଧିକ ସଦସ୍ୟ ପଦବୀ ଅସଂରକ୍ଷିତ ଥିବା ବେଳେ କେନ୍ଦ୍ର ବ୍ୟାଙ୍କ ନିର୍ବାଚନରେ କୌଣସି ଗୋଟିଏ ମଧ୍ୟ ଆସନ ଅସଂରକ୍ଷିତ ରଖାନଯିବା ସମସ୍ତଙ୍କୁ ବିସ୍ମିତ କରିଥିଲା l

ବୌଦ୍ଧରୁ ହୃଦାନନ୍ଦ ମେହେରଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଜନଜାତି ଛାତ୍ରଛାତ୍ରୀଙ୍କ ସହ ଦୀପାବଳି ପାଳିଲେ ଜିଲ୍ଲା ପରିଷଦ ସଭ୍ୟ

Sunil Chandra Nayak

ନିଆଁ ରେ ପୋଡି ଜଣେ ମୃତ୍ୟୁ

Sunil Chandra Nayak

ପ୍ରକାଶ ପାଇଲା ଫଟୋ ପ୍ରତିଯୋଗିତାର ଫଳାଫଳ, ପ୍ରଥମ ସ୍ଥାନରେ ଜଗତସିଂହପୁର

Sunil Chandra Nayak

Leave a Comment

error: Content is protected !!