ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଜୟପାଟଣା ବ୍ଳକ କୁ ଜିଲ୍ଲାପାଳ ଙ୍କ ଦିନିକିଆ ଗ୍ରସ୍ତ

ଜୟପାଟଣା -:  କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଳକ କୁ କଳାହାଣ୍ଡି ଜିଲ୍ଲାପାଳ ଶ୍ରୀମତୀ ପି ଅନ୍ୱେଶା ରେଡ୍ଡି ଦିନିକିଆ ଗ୍ରସ୍ତ କରି ବିଭିନ୍ନ ଉନ୍ନୟନ କାର୍ଯ୍ୟକ୍ରମ ର ପରିଦର୍ଶନ କରିଛନ୍ତି। ପ୍ରଥମେ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଦାଇତ୍ୱରେ ଥିବା ମେଡିକାଲ ଅଫିସର ଏବଂ ବିଭିନ୍ନ କର୍ମଚାରୀଙ୍କ ସହ ଆଲୋଚନା କରି ସ୍ୱାସ୍ଥ୍ୟ କେନ୍ଦ୍ର ର ସୁବିଧା ଅସୁବିଧା ସମ୍ପର୍କରେ ବୁଝିଥିଲେ । ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଉଥିବା ରୋଗୀଙ୍କ ସହ ଆଲୋଚନା କରିଥିଲେ। ଜୟପାଟଣା ଡାକ୍ତର ଖାନା ପାଇଁ ଏକ ଶେଷଯାତ୍ରା ଗାଡି ଯୋଗାଇ ଦେବା ପାଇଁ ଜନ ସାଧାରଣ ଙ୍କ ତରଫରୁ ଜିଲ୍ଲାପାଳଙ୍କ ନିକଟରେ ଦାବିକରା ଯାଇଥିଲା । ପୁନଶ୍ଚ ପାଇକେନ୍ଦୁମୁଣ୍ଡି,ବାଣ୍ଡି ଗାଁ ଓ ରଣମାଲ ପଂଚାୟତ ରେ ରୂପାନ୍ତରିତ ହେଉଥିବା ୫ଟି ସ୍କୁଲ କାର୍ଯ୍ୟ ର ନିରୀକ୍ଷଣ କରିଥିଲେ।ଏହା ସହ ପାଇକେନ୍ଦୁମୁଣ୍ଡି ଓ ରଣମାଲ ଗ୍ରାମପଞ୍ଚାୟତ ର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳା ମାନଙ୍କ ସ୍ୱାବାଲମ୍ବୀ ହେବା ପରେ ସରକାରୀ ସୁବିଧା ସୁଯୋଗ ବିଷୟରେ ଆଲୋଚନା କରିଥିଲେ।ସୂଚନା ଅନୁଯାୟୀ ଜୟପାଟଣା ବ୍ଳକ ରେ ତୃତୀୟ ପର୍ଯ୍ୟାୟରେ ୫ଟି ଜରିଆରେ ୮ଗୋଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟ ହେଉଛି।ତେବେ ଏହି କାର୍ଯ୍ୟ ର ଗୁଣବତ୍ତା ନିରୀକ୍ଷଣ ସହ ସମୟ ଅବଧି ମଧ୍ୟରେ କାର୍ଯ୍ୟ ସମ୍ପାଦନ ପାଇଁ ଦାଇତ୍ୱ ରେ ଥିବା ଯନ୍ତ୍ରୀ କୁ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲାପାଳ ଙ୍କ ସହ ବ୍ଳକ ଅଧ୍ୟକ୍ଷ ଥବିର ବାଗ, ସହକାରୀ ଯନ୍ତ୍ରୀ ,ବ୍ଳକ କର୍ମଚାରୀ ଉପସ୍ଥିତ ଥିଲେ।ଅନ୍ୟପକ୍ଷରେ ପାଇକେନ୍ଦୁମୁଣ୍ଡି, ବାଣ୍ଡି ଗାଁ ଓ ରଣମାଲ ପଂଚାୟତ ଗ୍ରସ୍ତ ବେଳେ ସମ୍ପୃକ୍ତ ସରପଞ୍ଚ, ସମିତି ସଭ୍ୟ, ୱାର୍ଡ ସଭ୍ୟ ସଭ୍ୟା,କାର୍ଯ୍ୟ ନିର୍ବାହୀ ଅଧିକାରୀ ,ମିଶନ ଶକ୍ତି ମହିଳା ଙ୍କ ସହ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

ଗଜେନ୍ଦ୍ର ନାଗ ଙ୍କ ରିପୋର୍ଟ 

Related posts

ବିଦେଶୀ ମଦ ଜବତ, ଦୁଇ ଗିରଫ 

Sunil Chandra Nayak

ଜାତୀୟ ‘ହୋ’ ଯୁବକ ସମ୍ମିଳନୀ ୨୦୨୨ ନଭେମ୍ବର ୫ ଏବଂ ୬ ରେ ହେବା ନେଇ କେନ୍ଦ୍ରୀୟ କମିଟି ର ପ୍ରସ୍ତୁତି ବୈଠକ

Sunil Chandra Nayak

ଦୁର୍ଗମ କୁଲାନାଳ ଗାଁରେ ଜନନୀ ଯନ୍ତ୍ରଣା

Sunil Chandra Nayak

Leave a Comment

error: Content is protected !!