ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭତ୍ତାଧିକାରୀଙ୍କ ବ୍ଲକ ଆଗରେ ବିକ୍ଷୋଭ,ମାସକୁ ଭତ୍ତା ଦୁଇ ହଜାର ଦେବାକୁ କଲେ ଦାବି

ବାଲିଆପାଳ,ଲଙ୍ଗଳେଶ୍ଵର07/12/22-ଓଡିଶା ସରକାରଙ୍କୁ ସାତଟି ଦାବି ପୂରଣ କରିବା ପାଇଁ ଅନ୍ନଦାତା ମହାସଂଘ ବାଲିଆପାଳ ଓ ସୂଚନା ଅଧିକାର ଅଭିଯାନ ତରଫରୁ ବାଲିଆପାଳ ବ୍ଲକ ଆଗରେ ବିକ୍ଷୋଭ ଓ ଧାରଣା l ବିଡ଼ିଓ ଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କୁ ଦାବିପତ୍ର ଦେଲେ ସଂଘର ସଭାପତି,ସଦସ୍ୟ ଓ ପାଞ୍ଚଶହ ରୁ ଅଧିକ ବୟସ୍କ ଭତ୍ତାଧାରୀ l ଦିନକୁ ଦିନ ଦରଦାମ ବୃଦ୍ଧି ହେଉଛି କିନ୍ତୁ ଭତ୍ତା ବୃଦ୍ଧି ହେଉନାହିଁ ବୋଲି ଭତ୍ତା ପାଉଥିବା ବୟସ୍କ ମଉସା ମାଉସୀ କହୁଛନ୍ତି l ନିଜକୁ ଚଳିବା ପାଇଁ ପାଞ୍ଚଶହ ଟଙ୍କା ବା କେତେ l ଆଜିର ମୁଖ୍ୟ ଦାବି ଗୋଡ଼ିକ ଥିଲା -(1)60ବର୍ଷ ପୂରଣ ହୋଇଥିବା ବ୍ୟକ୍ତିକୁ ଭତ୍ତା ଦିଆଯାଉ (2) ଅନ୍ୟ ରାଜ୍ୟ ତୁଳନାରେ ଦିଆଯାଉଥିବା ଭତ୍ତା 2 ହଜାର ଟଙ୍କା ଦିଆଯାଉ(3)ଜୀବନରେ ଅପରାହ୍ନରେ ବିଭିନ୍ନ ରୋଗରେ ପୀଡ଼ିତାକୁ ମାଗଣା ଔଷଧ ଦିଆଯାଉ(4) ଅଥର୍ବ,ପଙ୍ଗୁ, ରୋଗାକ୍ରାନ୍ତ, ରକ୍ତଚାପ,ମଧୁମେହ, ଆଣ୍ଠୁଗଣ୍ଠି ବ୍ୟଥା ଆଦି ରୋଗୁଣା ବ୍ୟକ୍ତିଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଉ (5)ସନ୍ତାନହୀନ ଓ ଶାରୀରିକ ଅକ୍ଷମ ପିତା ମାତାଙ୍କୁ ସୁରକ୍ଷା ପାଇଁ ଵୃଦ୍ଧାଶ୍ରମ ଖୋଲାଯାଉ(6) ମଦୁଆ ପୁଅମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ସେମାନେ ଥାନା ବା ଫାଣ୍ଡି ଯାଇପାରୁ ନାହାନ୍ତି ତେଣୁ ସେହି ମାନଙ୍କୁ ଚିହ୍ନଟ କରିବା ପାଇଁ ଆଶା ଅଙ୍ଗନବାଡି ବା ଶିକ୍ଷକ ମାନଙ୍କ ଜରିଆରେ ସହାୟତା କରିବାର ବ୍ୟବସ୍ତା କରାଯାଉ,(7)ମୃତ୍ୟୁ ଭତ୍ତାଧାରୀ ମାନଙ୍କର ଭତ୍ତା ହଡପ ଧାରୀକୁ ତଦନ୍ତ କରାଯାଇ ସମ୍ପୃକ୍ତ ସରକାରୀ କର୍ମଚାରୀ ଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯାଉ ଆଦି ଦାବି ଧରି ସୂଚନା ଅଧିକାର ଅଭିଯାନ ସଭାପତି ଅନୁଜ କୁମାର ମହାପାତ୍ର, ଅନ୍ନଦାତା ମହାସଂଘ ସଭାପତି କୁଶଧୂଜ ଜେନା ଓ ସଦସ୍ୟ ତଥା ବୃଦ୍ଧ ମଉସା ମାଉସୀ ବ୍ଲକ ଆଗରେ ଧାରଣା ଦେଇଥିଲେ l ଭତ୍ତାଧାରୀ 2023 ଜାନୁଆରୀ 15 ତାରିଖରେ ବ୍ୟାଙ୍କ ଆଗରେ ନାଁ ଗ୍ରାମ ପଞ୍ଚାୟତ ଆଗରେ ଧାଡିରେ ଛିଡା ହେଉଛନ୍ତି l ଦେଖିବାକୁ ବାକିରହିଲା ସରକାର କଣ କରୁଛନ୍ତି l

ବାଲିଆପାଳ ରୁ ଦିଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଶ୍ରେଣୀ ଗୃହ ଅଭାବ,ବାରଣ୍ଡାରେ ଚାଲିଛି ଶିକ୍ଷାଦାନ

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା    ମୃତ୍ୟୁ 

Sunil Chandra Nayak

ବରାହ ଆକ୍ରମଣ ରେ ଗୁରୁତର

Leave a Comment

error: Content is protected !!