ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ, ଛ ଗୋଟି ପ୍ରକଳ୍ପ ଜିଲ୍ଲା ସ୍ତରିୟ ବିଜ୍ଞାନ ମେଳା କୁ ମନୋନୀତ

ରାଇଘର,/ ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଠାରେ ଆଜି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଅଛି। ଏହି ବିଜ୍ଞାନ ମେଳା ରେ ରାଇଘର ବ୍ଲକ ଗୋଷ୍ଟି ଶିକ୍ଷା ଅଧିକାରୀ ଈଶ୍ୱର ମାଝୀ ଙ୍କ ସଭାପତିତ୍ବ ରେ ମୂଖ୍ୟ ଅତିଥି ଭାବେ ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନୀୟ ଅତିଥି ଭାବେ ଆଦର୍ଶ ବିଦ୍ୟାଳୟ ର ପ୍ରିନ୍ସେପଲ୍ଟ ସୁସେନ ଢାଲି , ବ୍ଲକ ଅଧ୍ୟକ୍ଷା ନବିନା ନାୟକ, ବିକାଶ ପରିଷଦ ଅଧ୍ୟକ୍ଷ ଉପେନ୍ଦ୍ର ଗଣ୍ଡ, ଜିଲ୍ଲାପରିଷଦ ସଭ୍ୟ, ଯତୀନ୍ଦ୍ର ଗଣ୍ଡ, ନାନାର ଖରା, ଖଗେଶ୍ବର ହରିଜନ, ଲିପିକା ବାରୋଇ ,ରାଇଘର ଗଞ୍ଜାପାରା ସରପଂଚ ମୋତିରାମ ଗଣ୍ଡ, ସମିତି ସଭ୍ୟ, ତୃପ୍ତି ରଞ୍ଜନ ମାଝୀ ସରପଂଚ ଲମ୍ବୋଦର ମାଝୀ,, ମୂଖ୍ୟ ବକ୍ତା ଭାବେ ଅଧ୍ୟାପକ ଅକ୍ଷୟ କୁମାର ସାମଲ, ବିଚାରକ ଭାବେ, ଜଗନ୍ନାଥ୍ ସ୍ଵନକାର, ଶୁକଦେବ ଗଣ୍ଡ ପ୍ରମୁଖ ଉପସ୍ଥିତ ରହି ଶୁଭ ଉଦଘାଟନ କରିଥିଲେ। ଏହି ବିଜ୍ଞାନ ମେଳା ରେ ମୋଟ 113ଗୋଟି ପ୍ରକଳ୍ପ ପଦର୍ଶିତ ହୋଇଥିଲା। ଏଥି ମଧ୍ୟରୁ ସରକାରି ଉ ପ୍ରା ବିଦ୍ୟାଳୟ, ଖୁଟୁଙ୍ଗା, ଆଦର୍ଶ ବିଦ୍ୟାଳୟ, ଗଞ୍ଜାପରା, ଭାରଣ୍ଡ ଖୁଣ୍ଟା, ଏସ, ଏସ, ଡି, ହାଇସ୍କୁଲ ଯୋଡ଼ିଙ୍ଗା, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପାରୁଆ, କୁରୁବେଲା, ଆଦି ଜିଲ୍ଲା ସ୍ତରକୁ ମନୋନିତ ହୋଇଥିବା ବେଳେ ରାଇଘର ବିଜୁ ପଟ୍ଟନାୟକ ମୋର୍ଡ଼ନ୍ ପବ୍ଲିକ ସ୍କୁଲ, ସହିଦ ଲକ୍ଷ୍ମଣ ନାୟକ ପବ୍ଲିକ ସ୍କୁଲ ଓ କାଉଡୋଳା ସରକାରୀ ସ୍କୁଲ୍ କୁ ଶାନ୍ତ୍ବନା ମୂଳକ ପୁରସ୍କାର ଦେଈ ଥିବା ଦେଖିବାକୁ ମିଳିଛି। ଶେଷରେ ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସାଂସ୍କୃତିକ କର୍ଯ୍ୟକର୍ମ ଅନୁଷ୍ଟିତ ହୋଇଥିଲା। ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀ ହର୍ଷ ମହାପାତ୍ର, ସନତ କୁମାର ପ୍ରହରାଜ, ବୃନ୍ଦାବନ ଦୁର୍ଗା, ପ୍ରଭାକର ପଟ୍ଟନାୟକ, ପୂର୍ଣ୍ଣ ବିଶ୍ବାସ , ରଞ୍ଜିତ ପାଣିଗ୍ରାହି, ବିଜୟ କୁମାର ପାଢ଼ୀ, ଗୋଷ୍ଟି ସମ୍ବଳ ଶିକ୍ଷକ ଶୁକଦେବ ମଲିକ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ସି ଆର ସି ସି ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକର୍ମ କୁ ସହଯୋଗ କରିଥିବା ବେଳେ ଶିକ୍ଷକ ଅଭିରାମ ଲେଙ୍କା ମଞ୍ଚ ପରିଚାଳନା କରିଥିଲେ ଗତ ବର୍ଷ 126 ଟି ପ୍ରକଳ୍ପ ଆସିଥିବା ବେଳେ ଏହି ବର୍ଷ ବହୁ ବିଳମ୍ବରେ ଖବର ଆସିବାରୁ ବହୁ ସ୍କୁଲ୍ ବିଜ୍ଞାନ ମେଳା ରେ ଅଂଶ ଗ୍ରହଣ କରିପାରି ନଥିବା ଦେଖିବାକୁ ମିଳିଥିଲା। ତାସହ ବିଜ୍ଞାନ ମେଳା ସକାଶେ ସରକାରୀ ଅନୁଦାନ ମାତ୍ର 3500 ଟଙ୍କା ମିଳୁଅଛି, ସରକାର ଙ୍କ ନିର୍ଦ୍ଦେଶ ଅନୁଯାୟୀ ସେହି 3500 ଟଙ୍କା ରୁ 2000 ହଜାର ଟଙ୍କା ଜର୍ଜ ମାନଙ୍କୁ ଦେବା କୁ ଆଦେଶ ରହିଅଛି। ଆଉ ବଳକା 1500 ଶହ ଟଙ୍କା ରେ କିପରି ବ୍ଲକ ସ୍ତରୀୟ ବିଜ୍ଞାନ ମେଳା କରିବା କିପରି ସମ୍ଭଵ ବୋଲି ଶିକ୍ଷକ ସଂଘ କହିଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍

Related posts

ଚିତ୍ରା ରାଣୀ ପାତ୍ର ଙ୍କ କବିତା ମୋ ପ୍ରିୟା ଗାଁ____

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା କଲମ କହେ

Sunil Chandra Nayak

ବୈଶାଖୀ କବିତା ଆସର ଓ ଉନ୍ମୋଚନ ପର୍ବ

Leave a Comment

error: Content is protected !!