ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ କାୟାକଳ୍ପ ପୁରସ୍କାର

କୋକସରା,୦୯/୧୨- କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରାଯାଇଛି। ଭବାନୀପାଟଣା ଟାଉନ ହଲ ଠାରେ ବୁଧବାର ଆୟୋଜିତ ଜିଲ୍ଲା ସ୍ତରୀୟ ସ୍ୱାସ୍ଥ୍ୟ ବିଭାଗର ସମ୍ବର୍ଦ୍ଧନା ଉତ୍ସଵରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂଦେଓ, ଡିଆଇପିଆରଓ ମନୋଜ କୁମାର ବେହେରା ଡିପିଏମ ଅବନି ରଞ୍ଜନ ମହାପାତ୍ରଙ୍କ ଉପସ୍ଥିତି ରେ ଜିଲ୍ଲା ର ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ରକୁ କାୟାକଳ୍ପ ଯୋଜନା ୨୦୨୧-୨୨ ବର୍ଷରେ ଉତ୍ତମ ପ୍ରଦର୍ଶନ ପାଇଁ ପୁରସ୍କୃତ କରା ଯାଇଥିବା ବେଳେ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ୱଚ୍ଛତା, ସଂକ୍ରମଣ ନିୟନ୍ତ୍ରଣ ଓ ପରିମଳ ବ୍ୟବସ୍ଥାରେ ଉତ୍ତମ ପାରଦର୍ଶିତା ଯୋଗୁଁ କାୟାକଳ୍ପ ପ୍ରଶଂସା ପତ୍ର ଦିଆଯାଇଛି। ଜିଲ୍ଲା ପରିଷଦ ଅଧ୍ୟକ୍ଷ କଳାହାଣ୍ଡି ପୁଷ୍ପେନ୍ଦ୍ର ସିଂଦେଓଙ୍କ ଠାରୁ ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼.ତତ୍ୱଦର୍ଶୀ ଦାସ ଏହି ମାନପତ୍ର ଗ୍ରହଣ କରିଛନ୍ତି। ଏହା ବ୍ୟତୀତ କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ଥିବା ଆମପାଣି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଗୋତୋମୁଣ୍ଡା ଓ ମିର୍ଜାପୁର ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରକୁ ମଧ୍ୟ ପ୍ରଶଂସା ପତ୍ର ମିଳିଥିବା ଜଣାପଡିଛି। ଏହି ମାନପତ୍ର ଗ୍ରହଣ ସମୟରେ ଆମପାଣି ନୂତନ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼. ସୁଶିଳ କୁମାର ସାହୁ, ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ଚିଦାନନ୍ଦ ପଣ୍ଡା ପ୍ରମୁଖ ଉପସ୍ଥିତ ରହିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ନିର୍ଭୀକ ଦାୟିତ୍ବବୋଧ ସତ୍ୟ ଓ ତଥ୍ୟ ଭିତ୍ତିକ ଖବର ପ୍ରସାରଣ ର ମାଧ୍ୟମ ହେଉ ୱେବମିଡ଼ିଆ

Sunil Chandra Nayak

ଭାବନୀ ପାଟଣା ବ୍ଲକ ଅଧିନସ୍ଥ ରିଷିଗାଁ ଉଚ୍ଚ ବିଦ୍ୟାଳୟରେ “ବେଟି ବଚାଓ ବେଟି ପଢ଼ାଓ” କାର୍ଯ୍ୟକ୍ରମ 

masiha

ବ୍ଲକ ଚେୟାରମେନଙ୍କ ସିର୍ଜାପାଲି ଓ ବେଲଖଣ୍ଡି ପଞ୍ଚାୟତ ଗସ୍ତ

Leave a Comment

error: Content is protected !!