ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶହୀଦ ରେଣ୍ଡୋ ମାଝୀ ବଳିଦାନ ଦିବସ ପାଳନ

ମ.ରାମପୁର,୧୦/୧୨(ମସୀହା): କଳାହାଣ୍ଡି ଜିଲ୍ଲା ରାମପୁର ବ୍ଳକ କନ୍ଧ ସମାଜ ତରଫରୁ ଆଜି ୧୬୭ ତମ ଶହୀଦ ରେଣ୍ଡୋ ମାଝୀ ଙ୍କ ବଳିଦାନ ଦିବସ ସଂପାଦକ ଦ୍ରୋଣାଚାର୍ଯ୍ୟ ମାଝୀ ଙ୍କ ନେତୃତ୍ୱ ରେ ପାଳନ କରାଯାଇଛି। ଏହି ଦିବସରେ ବ୍ଳକ କନ୍ଧ ସମାଜ ର ବ୍ଳକ କର୍ମକର୍ତ୍ତା, ପଞ୍ଚାୟତ କମିଟି କର୍ମକର୍ତ୍ତା ଉପସ୍ଥିତ ଥିଲେl ଶହୀଦ ଙ୍କ ସ୍ମୃତି ଚାରଣ କରାଯାଇ ଆଗାମୀ ଦିନରେ ଏହି ଦିବସ କୁ ପ୍ରତି ପଞ୍ଚାୟତ ସ୍ତରରେ ପାଳନ ପାଇଁ ମତ ବ୍ୟକ୍ତ କରିଥିଲେ l ଶହୀଦ ରେଣ୍ଡୋ ମାଝୀ ଆଦିବାସୀ କନ୍ଧ ସମ୍ପ୍ରଦାୟର ବକେର୍କା କନ୍ଧ ହୋଇ ଥିବାରୁ, ପ୍ରତି ବର୍ଷ କନ୍ଧ ସମାଜ ଏହି ଦିବସ କୁ ପାଳନ କରିଥାଏ। ଏହି ଦିବସରେ ବ୍ଳକ ସଭାପତି ପଦମସିଂ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ, ଆଦିବାସୀ ଙ୍କ ବିଭିନ୍ନ ସମସ୍ୟା ଆଜି ପର୍ଯ୍ୟନ୍ତ ରହିଥିବା ସତ୍ତ୍ବେ ସରକାର ଆହୁରି ୧୬୭ ଅଣ ଆଦିବାସୀ ଙ୍କୁ ଆଦିବାସୀ ରେ ସାମିଲ୍ କରିବା ଯୋଜନା କୁ ସମାଲୋଚନା କରାଯାଇ ଏହାର ପୁନଃ ବିଚାର ପାଇଁ ବକ୍ତାମାନେ ମତବ୍ୟକ୍ତ କରିଥିଲେ। କନ୍ଧ ଶବ୍ଦ କୁ ବ୍ୟବହାର କରି କିଛି ସମ୍ପ୍ରଦାୟ ଆଦିବାସୀ ହେବାକୁ ଯୋଜନା କରୁଛନ୍ତି ଏହା କୁ ବିରୋଧ କରାଯାଇ, ତହସିଲଦାର ମରାମପୁର ଙ୍କ ଜରିଆରେ ରାଜ୍ୟପାଳ ଓଡ଼ିଶା ଙ୍କୁ ଦାବି ପତ୍ର ପ୍ରଦାନ କରାଗଲା,।ଏଥିରେଶ୍ କ୍ଷେତ୍ରୀମାଝୀ,ବାରୁ ମାଝୀ, ହେମନ୍ତ ମାଝୀ, ଦ୍ଵିତୀୟାବାନ ମାଝୀ,ଗୟାମାଝୀ, ଲୋଚନ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଚିତ୍ତ ରଞ୍ଜନ ନନ୍ଦ ଙ୍କ କବିତା ଉଜ୍ୱଳ ତାରକା ମୋ ଉତ୍କଳମଣି 

Sunil Chandra Nayak

ରୋଗୀଙ୍କ ପ୍ରସବ ଦ୍ୱାରରରେ ଛାଡିଲେ ଗଜକନା , ମେଡ଼ିକାଲ ରେ ରୋଗୀ ସମ୍ପର୍କୀୟ ଙ୍କ ହଙ୍ଗାମା

Sunil Chandra Nayak

ଲୋକ ନାଟକ ହିଁ ଜାତୀୟ ସଂସ୍କୃତିର ମୂଳାଧାର 

Leave a Comment

error: Content is protected !!