ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଅବିଭକ୍ତ କଳାହାଣ୍ଡି ଜିଲ୍ଲାର ସମବାୟ ଆନ୍ଦୋଳନ ର ପୁରୋଧା କୈଳାଶ ପଣ୍ଡା ଙ୍କ ୮୫ ବର୍ଷ ବୟସରେ ପରଲୋକ

କଳାହାଣ୍ଡି ସମବାୟ ଆନ୍ଦୋଳନ ର ଅନ୍ୟତମ ପୁରୋଧା ପୂର୍ବତନ ସମବାୟ ବ୍ୟାଙ୍କ ସଭାପତି ଓ ଇଣ୍ଡିଆନ ଓଭରସିଜ ବ୍ୟାଙ୍କ ର ସର୍ଵ ଭାରତୀୟ ଉପଦେଷ୍ଟା ମଣ୍ଡଳୀ ସଦସ୍ୟ, ଇଂରାଜୀ ଭାଷା ର ବିଦ୍ୱାନ ତଥା ବର୍ଷିୟାନ ଆଜୀବନ କଂଗ୍ରେସ ନେତା କୈଳାଶ ପଣ୍ଡା ଙ୍କ ୮୫ ବର୍ଷ ବୟସରେ ନିଜ ଚୁରା ଗାଁ ବାସଭବନ ରେ ଆଜି ପରଲୋକ ଗମନ ଘଟିଛି ।

ଏହି ବର୍ଷିୟାନ ଆଜୀବନ ସଂଗ୍ରାମୀ ଙ୍କ ନିକଟରେ କଳାହାଣ୍ଡି ବାସୀ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରୁଛୁ । ଏହି ବର୍ଷିୟାନ ଆଜୀବନ ସଂଗ୍ରାମୀଙ୍କ ପରଲୋକ ରେ ପୂର୍ବତନ ମନ୍ତ୍ରୀ ଶ୍ରୀ ରାସ ବିହାରୀ ବେହେରା, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀ ଭକ୍ତ ଚରଣ ଦାସ, ଶ୍ରୀ ଜଗନ୍ନାଥ ପଟ୍ଟନାୟକ,ପୂର୍ବତନ ବିଧାୟକ ସୁରେନ୍ଦ୍ର କୁମାର ପଟ୍ଟଯୋଶୀ, ପୁର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ, ବରିଷ୍ଠ ସମାଜସେବୀ ଦୁର୍ଗା ଶଙ୍କର କର, ସଂପାଦକ ମସିହା ସୁନୀଲ ଚନ୍ଦ୍ର ନାୟକ ,  ଜଗନ୍ନାଥ ମୁଣ୍ଡ, ଜୟନ୍ତ କୁମାର ବେହେରା, , ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ବେହେରା, କଳାହାଣ୍ଡି ସାମ୍ବାଦିକ ସଙ୍ଘ ସଭାପତି ମହମ୍ମଦ ଅଲ୍ଲୀ ଖାଁ, ପୂର୍ବତନ ବିଧାୟକ ତଥା ଜିଲ୍ଲା କଂଗ୍ରେସ ସଭାପତି ଭାରତ ଭୂଷଣ ବେମାଲ, ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ସୁନିଲ କୁମାର ପଣ୍ଡା, ବିଶିଷ୍ଟ ଶିକ୍ଷାବିତ୍ ପ୍ରତାପ କିଶୋର ମୁଣ୍ଡ, ଅବସରପ୍ରାପ୍ତ ଶିକ୍ଷାବିତ୍ ଜନ୍ମେଜୟ ପାତ୍ର ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ କଳାହାଣ୍ଡି ଜିଲ୍ଲା ପାଇଁ ଅପୁରଣୀୟ କ୍ଷତି ଓ ଜଣେ ବୟୋଜ୍ୟେଷ୍ଠ ସମବାୟ ଆନ୍ଦୋଳନ ର ପୁରୋଧା ଙ୍କୁ ହରେଇଛି ବୋଲି ଶୋକ ପ୍ରକାଶ କରିଛନ୍ତି । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକ ର ଛାୟା ଖେଳି ଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କରଞ୍ଜକୋଟ ଡ୍ୟାମ ଠାରେ ବିଜେପିର ସାଂଗଠନିକ ବୈଠକ

କାର୍ଯ୍ୟଭାର ଗ୍ରହଣ କଲେ ଗୋବର୍ଦ୍ଧନପୁରର ନବନିର୍ବାଚିତ ସରପଞ୍ଚ ବୈଦେହୀ ମାଝୀ

Sunil Chandra Nayak

ତୃପ୍ତିରାଣୀ ପାତ୍ର ଙ୍କ କବିତା ତୁମେ କଅଣ ?

Leave a Comment

error: Content is protected !!