ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମହାମହର୍ଷି ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ସ୍ବାଗତ କଲା ସଚେତନ ନାଗରିକ ମଞ୍ଚ

ରାଉରକେଲା/ ବ୍ୟାସକ୍ଷେତ୍ର ତଥା ମିନି ତ୍ରିବେଣୀ ସଂଗମ ପାଇଁ ପ୍ରସିଦ୍ଧି ଲାଭ କରିଥିବା ବେଦବ୍ୟାସ ଖାଲି ଇସ୍ପାତ ନଗରୀ ରାଉରକେଲା କାହିଁକି ସମଗ୍ର ରାଜ୍ୟ ତଥା ଦେଶରେ ଏକ ସୁପରିଚିତ ନାମ। ଶିବ ରାତ୍ରି ମେଳା ପାଇଁ ବେଦବ୍ୟାସ ପ୍ରସିଦ୍ଧ । ଓଡିଶା ସମେତ ଛତିଶଗଡ,ମଧ୍ୟପ୍ରଦେଶ, ଝାଡଖଣ୍ଡ, ବିହାର ପ୍ରମୁଖ ରାଜ୍ୟରୁ ବ୍ୟବସାୟୀ ମାନେ ଆସି ଏଠାରେ ସେମାନଙ୍କ ବିପଣି ଖୋଲି ବେଶ୍ ଦୁଇପଇସା ରୋଜଗାର କରିଥାନ୍ତି । ଏହା ସହ ସହରବାସୀ ମଧ୍ୟ ଏହି ମେଳାରୁ ନିଜର ଆବଶ୍ୟକୀୟ ସାମଗ୍ରୀ କିଣିଥାନ୍ତି। ତେବେ ଏହି କ୍ଷେତ୍ରରେ କ୍ଷେତ୍ରାଧିପତି ବ୍ୟାସଦେବଙ୍କ ପ୍ରତିମୂର୍ତ୍ତି ଟିଏ ନଥିଲା। ଏହା ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ସଚେତନ ନାଗରିକ ମଞ୍ଚର ପ୍ରତିଷ୍ଠାତା ଓ ଉପଦେଷ୍ଟା ଦିଲ୍ଲୀପ ରାୟଙ୍କ ଦୃଷ୍ଟିରେ ଆସିବାକ୍ଷଣି ଏଠାରେ ସେ ମହାମହର୍ଷି ବ୍ୟାସଦେବଙ୍କ ମୂର୍ତ୍ତି ସହ ଗଣେଶ ଙ୍କ ମୂର୍ତ୍ତି ଟିଏ ସ୍ଥାପନ କରି ସହର ବାସୀଙ୍କ ବହୁଦିନର ସ୍ବପ୍ନ କୁ ପୂରଣ କରିଛନ୍ତି। ଯାହା ରାଉରକେଲା ବାସୀଙ୍କୁ ଅତ୍ୟଧିକ ଆନନ୍ଦ ପ୍ରଦାନ କରିଛି । ଏହି କ୍ରମରେ ଆସନ୍ତା ୧୨,୧୩ ୧୪,୧୫ ତାରିଖରେ ବ୍ୟାସଦେବଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଳନ ହେବ । ଏଥିରେ ଶ୍ରୀ ଯୁକ୍ତ ରାୟଙ୍କ ପୌରହିତ୍ୟରେ ବେଦବ୍ୟାସଙ୍କ ପ୍ରତିମୂର୍ତ୍ତିରେ ପ୍ରାଣ ପ୍ରତିଷ୍ଠା କରାଯିବ । ଏଥିପାଇଁ ସଚେତନ ନାଗରିକ ମଞ୍ଚ ର ସାଧାରଣ ସଂପାଦକ ପି ପି ରାୟ ଓ ସଭାପତି ଡାକ୍ତର ଫକୀର ଚାରଣ ହୋତା, କାର୍ଯ୍ୟକାରୀ ସଭାପତି ଡଃ ପୀତବାସ ମିଶ୍ର, ଜଗବନ୍ଧୁ ଜେନା, ଗୋପୀନାଥ ପଟ୍ଟନାୟକ,ଡାକ୍ତର ୟୁ ସି ଜେନା, ଡାକ୍ତର ଗୋପବନ୍ଧୁ ବଳ, ଉପେନ୍ଦ୍ର ନାୟକ, ମୀନତି ଦେବତା, ଇଂ ଉତ୍ତମ କୁମାର ସାମଲ, ଅମୂଲ୍ୟ ବରାଳ, ନିରଞ୍ଜନ ଦାସ , ଡାକ୍ତର ବସନ୍ତ ଦାସ ପ୍ରମୁଖ କର୍ମକର୍ତ୍ତା ସାଧୁବାଦ ଦେବା ସହ ଏହାର ଆବଶ୍ୟକତା ସଂପର୍କରେ ମତ ରଖିଛନ୍ତି । ଅନ୍ୟ ପଟେ ଏହି କ୍ଷେତ୍ରକୁ ବିକଶିତ କରିବା ସହ ଝୁଲା ପୋଲର ଆବଶ୍ୟକତା ଉପରେ ଗୁରୁତ୍ବାରୋପ କରାଯାଇଥିଲା । ସେହିପରି ରାଉରକେଲାରୁ କୋରାପୁଟ ଚାଲୁଥିବା ଟ୍ରେନ କୁ ବ୍ୟାସଦେବଙ୍କ ନାମରେ ନାମିତ କରିବାକୁ ସଚେତନ ନାଗରିକ ମଞ୍ଚ ଦାବି କରୁଛି ବୋଲି ଶ୍ରୀ ରାୟ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି । ତେବେ ମହର୍ଷି ବେଦବ୍ୟାସ ଓ ବିଘ୍ନନାଶନ ଗଣେଶ ଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସହର ବାସୀ ବହୁ ସଂଖ୍ୟାରେ ଯୋଗଦେବାକୁ ମଂଚ ପକ୍ଷରୁ ନିବେଦନ କରାଯାଇଛି ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଜୁନାଗଡ଼ଠାରେ ଜିଲ୍ଲାପାଳ ଙ୍କ ଜନଶୁଣାଣି ଶିବିର ଅନୁଷ୍ଠିତ

ପୌରପରିଷଦ ଦ୍ଵାରା ” ଭାରତୀୟ ସ୍ୱଚ୍ଛତା ଲିଗ୍” ୨୦୨୨ର ପ୍ରଥମ ସଂସ୍କରଣ ପାଳିତ

Sunil Chandra Nayak

ଭାପୁର ପଞ୍ଚାୟତର ଡ୍ରାଇଭର୍ ମହାସଂଘ ର ମହାନତା

Sunil Chandra Nayak

Leave a Comment

error: Content is protected !!