ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ

ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ସେକ୍ଟର ୩ସ୍ଥିତ ବାଜି ରାଉତ ଶିକ୍ଷା ନିକେତନର ମିଳିତ ଆନୁକୂଲ୍ୟରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଶିକ୍ଷା ନିକେତନର ପ୍ରଧାନ ଶିକ୍ଷୟିତ୍ରୀ ସୌଦାମିନୀ ମୁଦୁଲି ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍‌ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି ଓ ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ର ମୁଖ୍ୟବକ୍ତା ଭାବେ ଯୋଗଦେଇ କାନ୍ତକବିଙ୍କ ଜୀବନୀ ଓ ସୃଷ୍ଟି ସଂପର୍କରେ ଆଲୋଚନା କରିଥିଲେ । ଅତିଥି ମାନେ ସେମାନଙ୍କ ବକ୍ତବ୍ଯରେ କହିଲେ ଯେ ରାଜ୍ୟର ସଂଗୀତ ବନ୍ଦେ ଉତ୍କଳ ଜନନୀ ର ସ୍ରଷ୍ଟା କାନ୍ତକବି ଲକ୍ଷ୍ମୀକାନ୍ତ ଆଧୁନିକ ଓଡିଆ ସାହିତ୍ୟର ଜଣେ ବରେଣ୍ୟ ସାଧକ। ଓଡିଆ ସାହିତ୍ୟ ଜଗତକୁ ଯେଉଁ କେତେଜଣ କବି, ଭାବୁକ, ଔପନ୍ଯାସିକ, ପ୍ରାବନ୍ଧିକ ରୁଦ୍ଦିମନ୍ତ କରିଛନ୍ତି ସେମାନଙ୍କ ମଧ୍ୟରୁ କାନ୍ତକବି ଅନ୍ୟତମ । ସେ ଏକାଧାରରେ କବି, ସଂଗୀତଜ୍ଞ,ପ୍ରାବନ୍ଧିକ, କଥାକାର,ନାଟ୍ଯକାର,ଶିଶୁ ସାହିତ୍ୟିକ ଏବଂ ହାସ୍ୟ ରସର ସ୍ରଷ୍ଟା । ବୁଢା ଶଙ୍ଖାରୀ,କଣାମାମୁଁ, ଜୀବନ ସଂଗୀତ, ଜୀବଜନ୍ତୁ ଚିଡିଆଖାନା, କୁମାରୀ ଆଦି ଓଡିଆ ଭାଷା ସାହିତ୍ୟକୁ ରୁଦ୍ଦିମନ୍ତ କରିବା ସହ ତାଙ୍କ ଦ୍ବାରା ପ୍ରତିଷ୍ଠିତ ଡଗର ପତ୍ରିକା ତତ୍କାଳୀନ ସମୟରେ ରାଜ୍ୟରେ ଚହଳ ସୃଷ୍ଟି କରିଥିଲା । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ରୀ ସୁଶ୍ରିତା ସେନାପତି,ମଧୁସ୍ମିତା ରାଉତ,ମଧୁସ୍ମିତା ପଣ୍ଡା, ଚିନ୍ମୟୀ ବେହେରା, ବିଦୁସ୍ମିତା ରାଉଳ,ସନ୍ଦିପ୍ତା ନନ୍ଦ, ଶୁଭଶ୍ରୀ ନାୟକ, ରିତିକା ପାତ୍ର, ସାଇ ସଂଗୀତା ବେହେରା, ଆଲିଶା ନାୟକ ପ୍ରମୁଖ ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ବିଶ୍ବଜିତ ସାହୁ,ଅର୍ପିତା ମହାନ୍ତି କାନ୍ତକବିଙ୍କ ଜୀବନୀ ସଂପର୍କରେ ବକ୍ତବ୍ଯ ରଖିଥିଲେ । ସଭାପତିତ୍ବ ସହ ସୁଶ୍ରୀ ମୁଦୁଲି କାନ୍ତକବିଙ୍କ ଲେଖନୀ କିପରି ଆମ ଜନ ଜୀବନୀ କୁ ପ୍ରଭାବିତ କରିଛି ସେ ସଂପର୍କରେ ବକ୍ତବ୍ଯ ରଖିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଶିକ୍ଷକ ବିମଳ ଚନ୍ଦ୍ର ମନ୍ତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଶିକ୍ଷୟିତ୍ରୀ ସୁଜାତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମ କରାଯାଇ ସଠିକ୍ ଉତ୍ତର ଦେଇଥିବା ଛାତ୍ର ଛାତ୍ରୀ ଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସସ୍ମିତା ପଣ୍ଡା ଙ୍କ ଭକ୍ତି ନୈବେଦ୍ୟ

Sunil Chandra Nayak

ମୂର୍ଚ୍ଛନା ସାହିତ୍ୟ ସଂସଦର ନୂଆଖାଇ ଭେଟଘାଟ ଓ କବିତା ଆସର

Sunil Chandra Nayak

ମୂଷାପାଲି ପଞ୍ଚାୟତ କୁ ମଦମୁକ୍ତ ପାଇଁ କୋକସରା ଥାନାରେ ଦାବୀ ପତ୍ର ଦେଲେ ମହିଳା ଗୋଷ୍ଠି

Leave a Comment

error: Content is protected !!