ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବାହାଘର ଭୋଜିଖାଇ ଫେରିବା ବେଳେ ଅପହରଣ ସୁଚନା

ରାଇଘର/, ନବରଙ୍ଗପୁର ଜିଲ୍ଲା ରାଇଘର ତହସିଲ ଅଫିସ୍ ରେ କାର୍ଯ୍ୟରତ ସୁପରଭାଇସର ସପନ ସରକାର ଗାଡ଼ି ନୋ ଓଡି ୨୪ ସି ୧୭୦୫ ସ୍ଵିଫ୍ଟ ଗାଡ଼ି ରେ ତାଙ୍କର ସ୍ତ୍ରୀ, ଶଳା ଏବଂ ଶଳା ଭାଉଜ ଚାରି ଜଣ ମିଶି ବାହା ଘର ଭୋଜି ଖାଇବାକୁ ଯାଇ ଫେରିଥିବା ବେଳେ ଛତିଶ ଗଡ଼ ର କାଙ୍କେର ଓ କଣ୍ଡାଙ୍ଗା ରାସ୍ତା ମଧ୍ୟରେ କେହି ଅପହରଣ କରିଥିବା ଜଣାଯାଇଛି। ଖବର ନେବାରେ ଜଣାଯାଇଛି ଯେ ଗତ କାଲି ରାତି ଦଶଟା ସମୟରେ ଭୋଜି ଖାଇ ଚାରିଜଣ ମିଶି ଛତିଶଗଡ଼ର କାଙ୍କେର ଓ କଣ୍ଡାଙ୍ଗା ରାସ୍ତା ଦେଇ ଉମରକୋଟ ଫେରିଥିଲେ ଓ ତାଙ୍କ ସଙ୍ଗରେ ଆଉ ତିନି ଗୋଟି ଗାଡି ଏକା ସମୟରେ ସେଠାରୁ ବାହାରି ଥିଲେ । ଫେରିବା ସମୟରେ କିଛି କିଲୋମିଟର ଗଲା ପରେ ସେମାନଙ୍କ ମୋବାଇଲ ଅଫ୍ ହୋଇଯାଇଥିଲା। ତାପରେ ସେମାନେ ଆଜି ଘରକୁ ନ ଫେରିବାରୁ ପରିବାର ଲୋକେ ଏନେଇ ଆଜି କ।ଙ୍କେର କତୁଆଲି ଥାନା ରେ ଏତଲା ଦିଆଯାଇଥିବା ଜଣାଯାଇଛି। ଏତଲା ଦେବା ପରେ କାଙ୍କର ପୋଲିସ୍ ଖୋଜାଖୋଜି ଆରମ୍ଭ କରିଥିବା ସୁଚନା ମିଳିଛି।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ସଂଗୀତ ଶିଳ୍ପୀ ସମାଜ ତରଫରୁ ବିଶ୍ବ ସଂଗୀତ ଦିବସ ୨୦୨୨ ପାଳିତ

Sunil Chandra Nayak

କବିତା – ଆମେ ତ ଉତ୍କଳ ସନ୍ତାନ

Sunil Chandra Nayak

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

Leave a Comment

error: Content is protected !!