ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ୩୯ତମ ଖ୍ରୀଷ୍ଟମାସ ମିଳନ ପାଳିତ

ରାଉରକେଲା/ ଝିରପାଣି ସ୍ଥିତ ଖ୍ରୀଷ୍ଟିଆନ ଆସୋସିଏସନ୍ ତରଫରୁ ୩୯ତମ ଖ୍ରୀଷ୍ଟମାସ ମିଳନ ସେଣ୍ଟ ଜନ ମିଶନ ସ୍କୁଲ ପଡିଆ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ଆସୋସିଏସନ୍‌ର ସଭାପତି ଅଜୟ କୁମାର ଖାଲକୋଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଫାଦର ଆଲବର୍ଟ ଖେସ ଉଦଘାଟକ ଓ ବିରମିତ୍ରପୁର ବିଧାୟକ ଶଙ୍କର ଓରାମ ମୁଖ୍ୟଅତିଥି ଓ ରେଭ ସାମସନ ନିମାନ୍ସ ତିର୍କୀ ମୁଖ୍ୟବକ୍ତା ତଥା ସମ୍ମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଉପସଭାପତି କମଳ ଲାକ୍ରା,ଝିରପାଣି ସରପଞ୍ଚ ଅଜିତ ତିର୍କୀ,ବିଶ୍ରା ବ୍ଳକ ଖ ର ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁବାସ ମହନ୍ତ, ବିଶ୍ରା ବ୍ଲକ କ ର ପ୍ରାକ୍ତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଶୀଲ କିଣ୍ଡୋ, ରାଉରକେଲା ମ୍ୟୁନିସିପାଲଟିର ପ୍ରାକ୍ତନ ଅଧ୍ୟକ୍ଷ ନିହାର ରାୟ, ଫାଦର ଆଶିଷ କୁମାର ସୋରେନ, ଡା ଅଭିଜିତ ଲାକ୍ରା, ଗନରିଆନ ବକ୍ସଲା, ମାର୍କସ କେର୍କେଟା,ରୋହିତ ତନ୍ତୀ ପ୍ରମୁଖ ଯୋଗଦେଇ ବଡଦିନର ଶୁଭେଚ୍ଛା ସହ ପ୍ରଭୁ ଯୀଶୁଙ୍କ ବାର୍ତ୍ତା ଉପରେ ଆଲୋଚନା କରିଥିଲେ । ମୁଖ୍ୟଅତିଥି ଶ୍ରୀ ଓରାମ ଶରୀରକୁ ବିଜ୍ଞାନ ସହ ଯୋଡି ବକ୍ତବ୍ଯ ରଖିଥିଲେ । ଗୁଲସନ ଏକ୍କାଙ୍କ ମଂଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବଡଦିନର କେକ୍ କଟାଯାଇଥିଲା। ଅନୁଷ୍ଠାନ ତରଫରୁ ବିଭିନ୍ନ ଚର୍ଚ୍ଚ ମାଧ୍ୟମରେ କମ୍ବଳ ବଣ୍ଟନ କରାଯାଇଥିଲା । ଉପଦେଷ୍ଟା ଆନନ୍ଦ ଏକ୍କା ନିକଟ ଅତୀତରେ ପରଲୋକ ହୋଇଥିବା ସତୀଶ ଫ୍ରାଙ୍କଲିନ ତିର୍କୀ, ଫାଦର ଲରେଣ୍ଟସ ଲାକ୍ରା, ଜ୍ୟୋତି କେର୍କେଟା, ଦେୱାନ ଟିଗା,ଆଶ୍ରିତ ଲାକ୍ରା,ଏଥରନ ବାରା, ଜ୍ୟୋତି ଟେଟେ ଙ୍କ ବିୟୋଗରେ ଆତ୍ମାର ସଦଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା । ଖ୍ରୀଷ୍ଟମାସ ଗୀତ ସହ ବାଇବେଲ କୁ ସାଦ୍ରୀ, ଓଡିଆ, ହିନ୍ଦୀ ଓ ଇଂରାଜୀ ରେ ପଠନ କରାଯାଇଥିଲା । ଏହା ସହ ବିଭିନ୍ନ ଚର୍ଚ୍ଚ ତରଫରୁ ନୃତ୍ୟଗୀତର ପ୍ରତିଯୋଗିତା କରାଯାଇଥିଲା । ଶେଷରେ ରାଜେଶ ଟପ୍ପୋ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମ ପରିଚାଳନାରେ   ଅମିତ ବାରା,ଆଲିଶା ଲୁଗୁନ,ଆଶିଷ ତିର୍କୀ, ଜୋସ୍ନା କେର୍କେଟା, ବିଶ୍ବଜିତ ବୋଷ ପ୍ରମୁଖ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ଙ୍କ ମାତୃ ବିୟୋଗ

masiha

ତମାଖୁ ମୁକ୍ତ ଅଭିଯାନ ୩.୦ର ଜିଲ୍ଲା ସ୍ତରୀୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Sunil Chandra Nayak

କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଶବ ବ୍ୟବଚ୍ଛେଦ ପାଇଁ ପୋଷ୍ଟମର୍ଟମ ସେଣ୍ଟର , ସ୍ଥାପନ ପାଇଁ ନିଷ୍ପତ୍ତି ନେଲେ ରାଜ୍ୟ ସରକାର

Sunil Chandra Nayak

Leave a Comment

error: Content is protected !!