ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଦଦିନ ପାଳନ ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ

କନ୍ଧମାଳ ଜିଲ୍ଲାରେ ଖ୍ରୀଷ୍ଟ ସମ୍ପ୍ରଦାୟ ଭାଇ ଭଉଣୀ ଓ ଅନ୍ୟ ସମ୍ପ୍ରଦାୟ ର ଲୋକମାନେ କିପରି ଶାନ୍ତି ଶୃଙ୍ଖଳା ସହ ବଦଦିନ ଡିସେମ୍ବର ୨୫ ଓ ନୂଆଁ ବର୍ଷ ପାଳନ କରିପାରିବେ ସେଥିପାଇଁ କନ୍ଧମାଳ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ର ମିଳିତ ସହଯୋଗରେ ଆଜି ତା ୨୧/୧୨/୨୦୨୨ ରିଖ ବୁଧବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ସଦର ମହକୁମା ସ୍ଥିତ କନ୍ଧମାଳ ଜିଲ୍ଲା ପରିଷଦ କାର୍ଯ୍ୟାଳୟ ଠାରେ ସମସ୍ତ ସମ୍ପ୍ରଦାୟ ବ୍ୟକ୍ତି ଙ୍କର ଉପସ୍ଥିତ ରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ଏକ ଶାନ୍ତି କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ , କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭିନୀତି ଅଗ୍ରୱାଲ ଯୋଗଦେଇ ଜିଲ୍ଲା ସମସ୍ତ ଅଞ୍ଚଳରେ ଖ୍ରୀଷ୍ଟ ଭାଇ ଭଉଣୀ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରି ବଦଦିନ ଡିସେମ୍ବର ୨୫ ଓ ନୂଆବର୍ଷ ନିଜ ନିଜ ମଧ୍ୟରେ ଭାଇଚାରା ରଖି ଆନନ୍ଦ ଉଲ୍ଲାସ ମନରେ ପାଳନ କରନ୍ତୁ। ଏହି ବଦଦିନ ରେ ସମସ୍ୟା ସୃଷ୍ଟି ଯେପରି ନହେବ ସେଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି। ପର୍ଵ ପାଳନ ବେଳେ ବିଦ୍ୟୁତ ବିଭ୍ରାଟ ଦେଖା ଦେଉଥିବା ସମସ୍ୟା ପ୍ରତି ପ୍ରଶାସନ ଦୃଷ୍ଟି ଦେବ ଏବଂ ଆଦିବାସୀ ମାନଙ୍କ ଜଙ୍ଗଲ ଜମି ପଟ୍ଟା ଅନଲାଇନ ଜରିଆରେ ପ୍ରଦାନ କରାଯିବ। ସାଉଣ୍ଡ ବଜାଇବା ନିମନ୍ତେ ଅନୁମତି ଦିଆଯିବ ବୋଲି ଜିଲ୍ଲାପାଳ ଶ୍ରୀ ପାଟିଲ କହିଥିବା ବେଳେ ଚର୍ଚ୍ଚ ଗୁଡ଼ିକ ରେ ଖ୍ରୀଷ୍ଟ ଭାଇ ଭଉଣୀ ମାନେ ତାଙ୍କର ପ୍ରାର୍ଥନା ,ଏବଂ ପର୍ବ ପାଳନ ରେ କିଛି ଅସୁବିଧା ହେବ ନାହିଁ ବୋଲି ଏସ ପି କନ୍ଧମାଳ ଭିନିତ ଅଗ୍ରୱାଲ ଶାନ୍ତି କମିଟି ବୈଠକରେ ପରାମର୍ଶ ଦେଇଥିଲେ। ଆୟୋଜିତ ଉକ୍ତ ଶାନ୍ତି କମିଟିରେ କନ୍ଧମାଳ ଆଦିବାସୀ କୁଇ ସମାଜ , ଖ୍ରୀଷ୍ଟ ସମାଜ ,ସଂଖ୍ୟା ଲଘୁ ସମ୍ପ୍ରଦାୟର ଭାଇ ଭଉଣୀ, ବିଭିନ୍ନ ଧାର୍ମିକ ଅନୁଷ୍ଠାନ ହିନ୍ଦୁ ସମ୍ପ୍ରଦାୟ କର୍ମକର୍ତ୍ତା, ବିଭିନ୍ନ ସଂଗଠନ ର କର୍ମକର୍ତ୍ତା, ଜିଲ୍ଲାର ସମସ୍ତ ଥାନା ଅଧିକାରୀ ,ଗଣମାଧ୍ୟମ ପ୍ରତିନିଧି ସମୂହ ଙ୍କର ଉପସ୍ଥିତ ରେ ଏହି ଶାନ୍ତି କମିଟି ବୈଠକ ବସିଥିଲା। ଉକ୍ତ ବୈଠକରେ ବଦଦିନ ଓ ନୂଆବର୍ଷ ପାଳନ ଶାନ୍ତି ଶୃଙ୍ଖଳା ରକ୍ଷା କରି ପାଳନ କରିବା ପାଇଁ ଉପସ୍ଥିତ ସମସ୍ତ ବ୍ୟକ୍ତି ଦୃଢକ୍ତି ପ୍ରକାଶ କରିକହିଥିଲେ। କନ୍ଧମାଳ ଜିଲ୍ଲା କୁଇସମାଜ ସମନ୍ୱୟ ସମିତି ସମ୍ପାଦକ ଆଦିବାସୀ ନେତା ଲମ୍ବୋଦର କଁହର ବଦଦିନ ପାଳନ କୁ କେବେ ମଧ୍ୟ କୁଇ ସମାଜ ବିରୋଧ କରିନାହିଁ। ଆଦିବାସୀ ମାନଙ୍କ ଦ୍ୱାରା ଖ୍ରୀଷ୍ଟ ଭାଇ ମାନଙ୍କର କୌଣସି ବିଶୃଙ୍ଖଳା ସୃଷ୍ଟି ହେବ ନାହିଁ ବୋଲି କହିଥିଲେ।ଖ୍ରୀଷ୍ଟ ଭାଇ ଭଉଣୀ ମାନେ ଆନନ୍ଦ ଉଲ୍ଲାସର ସହ ମନରେ ଭୟ ଭ୍ରାନ୍ତି ରଖି ପାଳନ କରିବା ନିମନ୍ତେ ବୈଠକରେ ମତ ପ୍ରକାଶ କରିଥିଲେ। ତତ ଉକ୍ତ ଡିସେମ୍ବର ୨୫ ବରଖାମା ଠାରେ ଆଦିବାସୀ ନେତା ଖଗେଶ୍ବର ମଲ୍ଲିକ ଙ୍କର ଶ୍ରାଦ୍ଧ ବାର୍ଷିକ ସହୀଦ ଦିବସ ପାଳନ କରିବ ବୋଲି ଆଦିବାସୀ ନେତା ଲମ୍ବୋଦର କଁହର କହିଥିଲେ। ଆଦିବାସୀ ନେତା ପ୍ରଦୀପ କଁହର କୁଇ ସମାଜ କୌଣସି ଧର୍ମ ବିରୋଧୀ ନୁହେଁ।ଆଦିବାସୀ ମାନଙ୍କ ର ଉନ୍ନତି ପାଇଁ ରହିଛି ବୋଲି କହିଥିଲେ। ଜିଲ୍ଲା ବରିଷ୍ଠ ନାଗରିକ କମିଟି ସଭାପତି ତଥା ବରିଷ୍ଠ ସାମ୍ବାଦିକ ଅରୂପ ଜେନା ବଡ଼ଦିନ ଓ ନୂଆବର୍ଷ ପାଳନ ନିମନ୍ତେ ଭାତୃତ୍ୱ,ଏକତା,ସଂହତି ରଖି ଶାନ୍ତି ପ୍ରତିଷ୍ଠା ନିମନ୍ତେ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ଆଦିବାସୀ ଭାଇ ମାନେ ଉଦ୍ୟମ କରିବା ଆବଶ୍ୟକ ରହିଛି ବୋଲି କହିଥିଲେ। ଉକ୍ତ ବୈଠକରେ କଟୋଗଡ଼ ଯିରୀମୟ ସୁନାମାଝୀ,ରାଇକିଆ ପୂଜା କମିଟି ସଭାପତି ନାରାୟଣ ପ୍ରସାଦ ମହାନ୍ତି,ଅନିଲ ଗଡ଼ ମାଝୀ,ପ୍ରଶାନ୍ତ କୁମାର ଦାସ, କୁଇ ସମନ୍ୱୟ ସଭାପତି ପୁସାରା କହଁର, ପ୍ରମୁଖ ଶାନ୍ତି ଶୃଙ୍ଖଳା ସହ ବଦଦିନ ପାଳନ କରିବା ପାଇଁ ମତ ରଖିଥିଲେ।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜୟନ୍ତୀ ପାଳନ,ବାହାରିଲା ବିଶାଳ ଶୋଭାଯାତ୍ରା

masiha

ଶିକ୍ଷା ସମାଗମ ଉତ୍ସଵ ପାଳନ ଅବସରରେ ବିଦ୍ୟାଳୟରେ ଅଧ୍ୟୟନ ରତ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ଚଷମା ବଣ୍ଟନ ଶିବିର ଅନୁଷ୍ଠିତ

Sunil Chandra Nayak

ତେଲେଙ୍ଗାନା ରେ ଦାଦନ ଶ୍ରମିକ ର ମୃତ୍ୟୁ ,ଗାଁ ରେ ଶୋକରେ ଛାୟା 

masiha

Leave a Comment

error: Content is protected !!