ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜାତୀୟ ଗଣିତ ଦିବସ

ନର୍ଲା (ମନିସ) ନର୍ଲା ବ୍ଲକ ଅନ୍ତର୍ଗତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ରୁପ୍ରାରୋଡ଼ ଠାରେ ଜାତୀୟ ଗଣିତ ଦିବସ ପାଳନ ହୋଇ ଯାଇଛି l ମୁଖ୍ୟ ଅତିଥି ଭାବରେ ବିସ୍ମିଲା ଖାନ ଯୁବ ସମ୍ମାନ ପ୍ରାପ୍ତ ତଥା ମାଣ୍ଡେଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶ୍ରୀ ସର୍ବେଶ୍ୱର ଭୋଇ ଯୋଗ ଦେଇ ରାମାନୁଜମଙ୍କ ଜୀବନୀ ଉପରେ ଶିଶୁଙ୍କୁ ମାର୍ଗ ଦର୍ଶନ କରିଥିଲେ l ପ୍ରଧାନ ଆଚାର୍ଯ୍ୟ ଶ୍ରୀ ହେମନ୍ତ କୁମାର ଭୋଇ ଅତିଥିଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଗୁରୁଜୀ ପବିତ୍ର ମୋହନ ଛୁରିଆ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ଶିଶୁ ଭାଇ ଭଉଣୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ଓ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ। 

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ସିନାପାଲିରେ ରଙ୍ଗାରଙ୍ଗ ସାମୂହିକ ନୂଆଁଖାଇ ଭେଟଘାଟ‐ ପାରମ୍ପରିକ ନୄତ୍ଯଗୀତରେ ଦୁଳୁକିଲା ମଂଚ

Sunil Chandra Nayak

ବଙ୍ଗଳା ଗୁଡା କୁ ରାଜସ୍ୱ ଗ୍ରାମ ମାନ୍ୟତା ପାଇଁ ଗ୍ରାମବାସୀ ଙ୍କ ଜିଲ୍ଲାପାଳ ଙ୍କ ନିକଟରେ ନିବେଦନ

Sunil Chandra Nayak

ମୋ କଲେଜ ଅଭିଯାନର ସଫଳ ରୂପାୟନ ପାଇଁ ରାଜ୍ୟ ସଂଯୋଜକଙ୍କ ଗୁରୁତ୍ୱାରୋପ

masiha

Leave a Comment

error: Content is protected !!