ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲେଶ୍ୱର ଗ୍ରସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ବାଲେଶ୍ଵର,୨୨/୧୨/୨୨- ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶୁଭ ଶିଳାନ୍ୟାସ କଲେ ୧୮୦୬ କୋଟି ଟଙ୍କାର ୧୯୧ ଗୋଟି ଉନ୍ନତି ମୂଳକ ଓ ନୂତନ ପ୍ରକଳ୍ପ । ସମନାଥପୁର ଠାରେ ଏକ ନବନିର୍ମିତ ରେଳ ଓଭରବ୍ରିଜକୁ ଉଦଘାଟନ କରିବା ସହିତ ଜିଲ୍ଲାର ୫୬୦୦ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ ୨୨୦ କୋଟି ଟଙ୍କାର ସହାୟତା ପ୍ରଦାନ କଲେ । ମିଶନ ଶକ୍ତି ମା ମାନଂକୁ ଉଦ୍ୟେଗୀ ହେବା ପାଇଁ ଆହ୍ୱାନ ଦେଲେ ଏବଂ ବିଭିନ୍ନ ପ୍ରକାର ଉନ୍ନତି ମୂଳକ ପରାମର୍ଶ ଦେଇଥିଲେ । ଜିଲ୍ଲାର ୬୦ ହଜାର ମହିଳା ମାନଂକୁ ଏହି ସହାୟତା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ପ୍ରତ୍ଯେକ ପଂଚାୟତରେ ମା ମାନଙ୍କ ଦ୍ୱାରା ଦ୍ରବ୍ୟ ଉତ୍ପାଦନ ପାଇଁ ସତନ୍ତ୍ର ଵେବସ୍ତା କରାଯିବ । ଯାହାଦ୍ୱାରା ବଜାର ସୃଷ୍ଟି ହୋଇପାରିବ ଓ ମା ମାନେ ଓଡିଶାର ଶିଳ୍ପ ବିକାଶରେ ନୂଆ ଇତିହାସ ସୃଷ୍ଟି କରିବେ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ । ଆଗାମୀ ପାଞ୍ଚ ବର୍ଷରେ ମା ମାନଂକୁ ବିନା ସୁଦ୍ଧରେ ୫୦ ହଜାର କୋଟି ଟଙ୍କାର ଋଣ ଦିଆଯିବ ଵୋଲି କହିଥିଲେ । ଏହି ଅବସରରେ ବାଲେଶ୍ୱର ହେଉଛି ଓଡିଶାର ଆଗୁଆ ଜିଲ୍ଲା । ଶିକ୍ଷା, ସାହିତ୍ୟ, ଶିଳ୍ପ, କୃଷି, ଭିତ୍ତିଭୂମି ସବୁ କ୍ଷେତ୍ରରେ ବାଲେଶ୍ୱର ଆଗୁଆ ବୋଲି କାର୍ଯ୍ୟକ୍ରମରେ ବିକାଶର ଧାରାକୁ ଆହୁରି ଆଗୁକୁ ନେବାକ । ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶିଳ୍ପ ଓ ଶକ୍ତି ମନ୍ତ୍ରୀ ପ୍ରତାପଦେବ, ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ଜିଲ୍ଲା ସଭାପତି ଇଂ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ସ୍ୱରୂପ ଦାଶ, ପ୍ରମ୍ମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ବାଲେଶ୍ୱର ଜିଲ୍ଲାରେ ହୋଇଥିବା ଅନେକ ବିକାଶ ମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲାର ସମସ୍ତ ବିଧାୟକ ଏବଂ ଜିଲ୍ଲାପାଳ ଉପସ୍ଥିତ ଥିଲେ ।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ତେନ୍ତୁଳିଖୁଣ୍ଟି ବ୍ଲକ : ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣି ;୮୭ ଟି ଅଭିଯୋଗ ଶୁଣିଲେ ତ୍ୱରିତ ପଦକ୍ଷେପ ପାଇଁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ 

masiha

ପ୍ରାଥମିକ ଶିକ୍ଷକ ସଂଘ (AUPTF) ତରଫରୁ ବିଶ୍ବନାଥପୁରଠାରେ ଜରୁରି ବୈଠକ ଅନୁଷ୍ଠିତ

Sunil Chandra Nayak

ବାତ୍ୟା ‘ଦାନା’ରେ ପ୍ରଭାବିତ ଅଞ୍ଚଳ ପରି ଦର୍ଶନ କରି ଲୋକଙ୍କ ଦୁଃଖରେ ଦୁଃଖ ବାଣ୍ଟିଲେ ସାଂସଦ ଵୈଜୟନ୍ତ

masiha

Leave a Comment

error: Content is protected !!