ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

୨୪ତମ ବାର୍ଷିକ କ୍ରୀଡା ଉଦଯାପିତ

ମା ମାଣିକେଶ୍ୱରୀ ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ,ଉମାକାନ୍ତ ବିହାର ଠାରେ ତିନିଦିନବ୍ୟାପି ଆୟୋଜିତ ୨୪ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଏହି ଅବସର ରେ ଆୟୋଜିତ ପୁରସ୍କାର ବିତରଣୀ କାର୍ଯ୍ୟକ୍ରମ ରେ ଲାଞ୍ଜିଗଡ଼ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିଶାରୀ, ମୁଖ୍ୟ ଅତିଥି, ବ୍ଲକ ଅଧ୍ୟକ୍ଷ ଶ୍ରୀ ଦୟାନିଧି ମାଝୀ, ପୂର୍ବତନ ପ୍ରତିଷ୍ଠା ସମ୍ପାଦକ ଶ୍ରୀ ରାଇଦାସ ନାଏକ, ସମିତି ସଭ୍ୟ ପୁଷ୍ପାଞ୍ଜଳି ନାଏକ, ସମାଜସେବୀ ମାଣିକ୍ୟ ଚନ୍ଦ୍ର ନାୟକ, ଅଗ୍ନିଶମ ହାବିଲଦାର ଶ୍ରୀ ସୁନୀଲ ବେହେରା, କପିଳାସ ନାଏକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦାନ କରି କ୍ରୀଡା ର ବିକାଶ ସହିତ ଖେଳୁଆଡ଼ ମନୋଭାବ କିପରି ଜଣେ ଛାତ୍ର କିମ୍ବା ଛାତ୍ରୀ ଙ୍କୁ ଏକ ସୁସ୍ଥ ଓ ସୁନ୍ଦର ମଣିଷ ଭାବରେ ଗଢି ତୋଳିଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଅନୁଷ୍ଠାନ ର ଅଧ୍ୟକ୍ଷ ଶ୍ରୀ ସତ୍ୟ ନାରାୟଣ ମୁଣ୍ଡଛିନା ଙ୍କ ସଭପତିତ୍ୱ ରେ ଆୟୋଜିତ କାର୍ଯ୍ୟକ୍ରମରେ ଶ୍ରୀ ବାବୂବାହନ ବୁଦ୍ଧିଆ ସଭାପରିଚାଳନା କରିଥିଲେ। ଛାତ୍ରଛାତ୍ରୀ ଙ୍କ ମଧ୍ୟରେ କବାଡି, ଭଳିବଲ, ସଟଫୁଟ, ଡିସକସ ଥ୍ରୋ,୧୦୦ମିଟର,୨୦୦ ମିଟର,୫୦୦୦ ମିଟର ଦୌଡ,ଲମ୍ବ ଡିଆଁ, ଉଚ୍ଚ ଡିଆଁ, ଛାତ୍ରୀ ମାନଙ୍କର ୧୫୦୦ ମିଟର ମାରାଥନ, ଜେଭଳିନ୍ ,ପ୍ରଭୁତି କ୍ରୀଡା ପ୍ରତିଯୋଗିତା ଆୟୋଜିତ ହୋଇଥିଲା । ଉଭୟ ଛାତ୍ର ଏବଂ ଛାତ୍ରୀ ମାନଙ୍କ ମଧ୍ୟରେ ଆୟୋଜିତ ହୋଇଥିଲା । ସୁଶ୍ରୀ ରଂଚିତା ମାଝୀ, ଓ କୃଷ୍ଣକାନ୍ତ ମାଝୀ ଏକକ ଚମ୍ପିୟାନ ପୁରସ୍କାର ଲାଭ କରିଥିଲେ । ଏହି କାର୍ଯ୍ୟକ୍ରମ କୁ ଖେଳ ଶିକ୍ଷକ ବନବିହାରି ପରିଡା ପରିଚାଳନା କରିଥିଲେ । ଏଥିରେ ସମସ୍ତ ଅଧ୍ୟାପକ, କର୍ମଚାରୀ ମିଳିତ ଭାବରେ ସହଯୋଗ କରିଥିଲେ। କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ମା ମାଝି ଗୌରୀ ଟି ୧୫ କ୍ରିକେଟ ପ୍ରତିଯୋଗୀତା ଉଦଯାପିତ

Sunil Chandra Nayak

ନୂଷାଡିହି ଗ୍ରାମରେ ଚିର ସବୁଜ ଯୁବକ ସଂଘ ଆନୁକୂଲ୍ୟରେ ୩୯ ତମ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା ସମାରୋହ

Sunil Chandra Nayak

ଉତ୍ତର ପୂର୍ବାଞ୍ଚଳ ଯୁବ ଉତ୍ସବରେ ଓଡିଶାର ପ୍ରତିନିଧିତ୍ଵ କଲେ ପ୍ରତାପ ଚନ୍ଦ୍ର ଦାଶ

masiha

Leave a Comment

error: Content is protected !!