ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ର ଛାତ୍ରୀ ଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଉତ୍ସବ ପାଳିତ

ଡାବୁଗାଁ, ୨୩/୧୨ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗର ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀ ଛାତ୍ର ମାନଙ୍କୁ ନେଇ ସମ୍ବର୍ଦ୍ଧନା ଉତ୍ସବ ପାଳିତ ହୋଇଯାଇଛି । ଏହି ଉତ୍ସବରେ କଲେଜର ଅଧ୍ୟକ୍ଷ ଶଙ୍କର ପ୍ରସାଦ ଗନ୍ତାୟତ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ଫଟୋ ରେ ପୁଷ୍ପ ମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଥମେ ଅଧ୍ୟକ୍ଷ କହିଥିଲେ କଲେଜ ରେ ଯୁକ୍ତ ତିନି ର ଶେଷ ବର୍ଷର ଛାତ୍ର ଛାତ୍ରୀ ମାନେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ନବରଙ୍ଗପୁର ଜିଲା ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ଫଳାଫଳ କ୍ଷେତ୍ରରେ ବହୁତ ଭଲ କରିଥିଲେ ଓ ଏଥି ସହିତ ଶେଷ ବର୍ଷର ଛାତ୍ରୀ ଛାତ୍ର ମାନେ ଯୁକ୍ତ ତିନି କଳାରେ ଶହେ ଶତକଡା ଫଳାଫଳ ପ୍ରକାଶ କରିଥିଲେ ଓ ଏଥି ସହିତ ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳରୁ ଯଦି ତିନି ଜଣ ଛାତ୍ରୀ ଛାତ୍ର ଓଡ଼ିଶା ପ୍ରାଶାସନିକ ସେବାରେ ସଫଳ ହୋଇଥିଲେ ସେଥି ପାଇଁ ରାଜ୍ୟ ସରକାର ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସେଥି ପାଇଁ ସବୁବେଳେ ଚେଷ୍ଟା ରହିବା ଦରକାର ସବୁବେଳେ କିପରି ଭଲ ପାଠ ପଢିବା ସହିତ ସେବା ଓ କୃତିତ୍ୱ ଉପରେ ଗୁରୁତ୍ୱ ଦେଇ ଭଲ ନାମ ରଖିବା ନେଇ ଛାତ୍ରୀ ଛାତ୍ର ମାନଙ୍କ ପାଇଁ ନିଜର ବକ୍ତବ୍ୟରେ କହିଥିଲେ । ମୁଖ୍ୟ ବକ୍ତା ଭାବେ ଡାବୁଗାଁ ଭୈରବ ସ୍ନାତକ ମହାବିଦ୍ୟାଳୟ ର ଅର୍ଥନୀତି ବିଭାଗର ମୁଖ୍ୟ ଉର୍ମିଳା ବ୍ରହ୍ମା ଯୋଗ ଦେଇ କହିଥିଲେ ଯେ ସବୁ ବେଳେ ଗୁଣ୍ଡୁଚି ମୂଷା ଭଳି ଚେଷ୍ଟା ରହିବା ଦରକାର, ଏଥି ସହିତ ଆଜି ପିଲା ମାନଙ୍କର ପ୍ରଥମ ଦିନ ଅର୍ଥାତ ଆରମ୍ଭ ତେଣୁ କଲେଜ ରେ ଭଲ ନାମ ରଖି ଭଲ ପାଠ ପଢିବା ସହିତ ସେବା ଓ କୃତିତ୍ୱ ଉପରେ ଗୁରୁତ୍ଵ ଦେବା ଦରକାର ବୋଲି କହିଥିଲେ । ଏଥିରେ ଅର୍ଥନୀତି ବିଭାଗର ଅଧ୍ୟାପକ ସନ୍ୟାସୀ ସାହୁ, ରାଜନୀତି ବିଜ୍ଞାନ ବିଭାଗର ଅଧ୍ୟାପକ ମର୍ଦ୍ଧକ୍ଷ ନାୟକ , ଇତିହାସ ବିଭାଗର ଅଧ୍ୟାପକ ଶ୍ରୀ ଦୟାରାମ ମନୋହର ଓ ଓଡ଼ିଆ ବିଭାଗର ଅଧ୍ୟାପିକା ମନିସା ସରକାର ଯୋଗ ଦେଇଥିଲେ | ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା ।

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ତେରେସିଂହାରେ ଫୁଟିଲା ‘ବ୍ରହ୍ମ କମଳ’ ପୁଷ୍ପ

masiha

କବି ସତ୍ୟ ସିଂ ପାଇଲେ ‘ଫେସବୁକ କଲାପଟା ସମ୍ମାନ’

masiha

“ସଡ଼କ ସୁରକ୍ଷା ଓ ସାଇବର ସୁରକ୍ଷା” ଉପରେ ଏକ ସଚେତନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!