ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀ ପ୍ରଧାନ ଭାରତ ବର୍ଷ ରେ ଏକତ୍ଵ ପରିବାର ବୋଧ 

ଢେ଼ଙ୍କାନାଳ (ମ ସୀ ହା)୨୪/୧୨ ଆଦ୍ୟ ରାଷ୍ଟ୍ର ବାଦୀ ଶିକ୍ଷକ ସଂଘ,ଢେ଼ଙ୍କାନାଳ ତରଫରୁ ସ୍ଥାନୀୟ ଶିଶୁ ମନ୍ଦିର ପ୍ରାଙ୍ଗଣ ରେ ଡ଼ଃ ନିରଂଜନ ଦାଶ ଙ୍କ ସଭାପତିତ୍ବ ରେ ” ଚାଷୀ ପ୍ରଧାନ ଦେଶ ରେ ପରିବାର ବୋଧ” ଶୀର୍ଷକ ଏକ ସଭା ଅନୁଷ୍ଠିତ ହୋଇ ଯାଇଛି l ଏଥିରେ ପୂର୍ବାଞ୍ଚଳ ପ୍ରଭାରୀ ଆଲୋକ ଚଟ୍ଟୋପାଧ୍ୟାୟ ମୂଖ୍ୟ ଅତିଥି ଭାବେ ଯୋଗଦେଇ ରାଷ୍ଟ୍ର ପାଇଁ ସଙ୍ଘୀୟ ଆଦର୍ଶ ରେ ଅନୁପ୍ରାଣିତ ହେବା ପାଇଁ ଉଦବୋଧନ ଦେଇଥିଲେ। ଓଡ଼ିଶା ପ୍ରାଥମିକ ସଭାପତି ଶ୍ରୀ ଅନାଦି ଶ୍ରୀଚନ୍ଦନ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ ଚାଷୀ ପ୍ରଧାନ ଭାରତ ବର୍ଷ ରେ ସମସ୍ତେ ଏକ ପରିବାର ପରି ରହିବା ଉଚିତ୍ ବୋଲି ପରାମର୍ଶ ଦେଇ ଥିଲେ l ସମ୍ମାନିତ ବକ୍ତା ଭାବେ ଶ୍ରୀ ଲୋକନାଥ ଷଡ଼ଙ୍ଗୀ , ମାଧ୍ୟମିକ ଉପ ସଭାପତି ଶ୍ରୀ ଦେବରାଜ ସାହୁ, ଶ୍ରୀ ଗୋଲେଖ ବିହାରୀ ସାହୁ, ଡ଼ଃ ଦେବୀ ପ୍ରସାଦ ମିଶ୍ର ପ୍ରମୁଖ ଯୋଗ ଦେଇ ଏ ସମର୍କିତ ସ୍ଵକୀୟ ମତ ଉପସ୍ଥାପନ କରିଥଲେ l ସମ୍ପାଦକ ଶ୍ରୀ ଶଶାଙ୍କ ଶେଖର ରଥ ସଂପାଦକୀୟ ବିବରଣୀ ପାଠ କରିଥଲେ ଓ ଉପଦେଷ୍ଠl ତଥା ଢେ଼ଙ୍କାନାଳ ସାନ୍ଧ୍ୟ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ସମୀର ସାହୁ ସମସ୍ତ ଙ୍କୁ ହାର୍ଦ୍ଧିକ କୃତଜ୍ଞତା ସହ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

କାର୍ଯ୍ୟରେ ଯୋଗଦେଲେ ନୂତନ ତହସିଲଦାର

masiha

୧୪ ତମ ଆଦିବାସୀ ଆଦାନ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ। ଭୋପାଳ ଯାତ୍ରା କରିଥିବା ଯୁବକ ଯୁବତୀ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

କୋଣାର୍କ ବୈଷୟିକ ଶିକ୍ଷା କେନ୍ଦ୍ର ଠାରେ ଶିଳ୍ପ ଉଦ୍ୟୋଗୀ ତାଲିମ ପ୍ରଦାନ କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!