ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଡ଼ଦିନ ପାଇଁ ଟିକାବାଲି ପୋଲିସର ପକ୍ଷରୁ ଫ୍ଲାଗ ମାର୍ଚ୍ଚ

 ଫୁଲବାଣୀ / କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଅନ୍ତର୍ଗତ ସମସ୍ତ ଅଞ୍ଚଳରେ ଖ୍ରୀଷ୍ଟ ଭାଇ ଭଉଣୀ ମାନଙ୍କର ବଡ଼ ପର୍ଵ ଡିସେମ୍ବର ୨୫ ଓ ବଡ଼ଦିନ କିଭଳି ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ସେନେଇ ଏସ ପି କନ୍ଧମାଳ ଭିନିତ ଅଗ୍ରୱାଲ ଙ୍କର ନିର୍ଦ୍ଦେଶ ରେ ଟିକାବାଲି ପୋଲିସ୍ ପକ୍ଷରୁ ସେହି ଅଞ୍ଚଳ ଗୁଡିକ ସୁରକ୍ଷା ବ୍ୟବସ୍ଥା କଡ଼ାକଡି କରା ଯାଇଛି। ଟିକାବାଲି ବ୍ଲକ୍‌ ଅଧିନରେ ଥିବା ତେଙ୍ଗେଡାପଥର ,ପାଣିଙ୍ଗିଆ, ବେହେରା ଗାଁ ବ୍ରେକା ,ଗୋଦଗୁଡା ,ବଡିମୁଣ୍ଡା ,ଟୁଡୁବାଲି ,ବୁର୍ବିନାଜୁ ,ପାବୁରିଆ ,ଗୁଟିଙ୍ଗିଆ ,ପାଡାଙ୍ଗି , ଏଭଳି ସ୍ଥାନରେ ଚର୍ଚ୍ଚ ରହିଅଛି। ଆଜି ଟିକାବାଲି ଥାନା ଅଧିକାରି କଲ୍ୟାଣିମୟୀ ଷେଣ୍ଢ ଆଦେସ କ୍ରମେ, ୩ ଜଣ ଏ ଏସ୍ ଆଇ ସଂଜୟ କୁମାର ସ୍ବାଇଁ , ଶନ୍ତଷ କୁମାର ଡରା ,ଅବନି କୁମାର ପ୍ରଧାନ ଏହି ତିନିଜଣ ପୋଲିସ ଅଫିସର ଙ୍କ ସମେତ ସବ୍ଇନିଷ୍ପେଟର, ଆଇ ଆର୍ ବି , ଫର୍ସ ଟିକାବାଲି ଅଞ୍ଚଳରେ ଜନସାଧାରଣ ଙ୍କ ମଧ୍ୟରେ ଶାନ୍ତି ଶୃଙ୍ଖଳା ବାର୍ତ୍ତା ଉଦେଶ୍ୟ ହାତରେ ବନ୍ଧୁକଧରୀ ଟିକାବାଲି ବଜାର ଦେଇ ତେଙ୍ଗେଡାପଥର ,ମେଡିକାଛକଲ ପର୍ଯ୍ୟନ୍ତ ପାଦରେ ଚାଲିଚାଲି ଫ୍ଲାଗ୍ ମାର୍ଚ୍ଚ କରି ବଜାର ପରିକ୍ରମା କରିଥିବା ଦେଖିବାକୁ ମିଳିଛି। ଟିକାବାଲି ଅଞ୍ଚଳରେ ସମସ୍ତ ସ୍ଥିତି ଅନୁଧ୍ୟାନ କରୁଥିବା ବେଳେ ଟିକାବାଲି ଅଞ୍ଚଳ ର ସବୁ ଚର୍ଚ୍ଚରେ ପୋଲିସ୍ ମୁତୟନ କରାଯାଇଥିବା ଏବଂ ରାତିରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଥାନା ଅଧିକାରୀ ଶ୍ରୀମତୀ ସେଣ୍ଢ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି। ଏଥିସହିତ ବଡଦିନ ଓ ଇଂରାଜୀ ନବବର୍ଷକୁ ସୁରୁଖୁରୁରେ ଶାନ୍ତି ଶୃଙ୍ଖଳା ସହ ପାଳନ କରିବା ପାଇଁ ଟିକାବାଲି ଥାନା ଅଧିକାରୀ କଲ୍ୟାଣିମୟୀ ସେଣ୍ଢ ଟିକାବାଲି ଅଞ୍ଚଳ ବାସୀ ଙ୍କୁ ଅନୁରୋଧ କରିଥିବା ଜଣାପଡିଛି।

ଫୁଲବାଣୀ ରୁ ବୈଦ୍ୟନାଥ ନାୟକ ଙ୍କ ରିପୋର୍ଟ 

Related posts

ଆଦିବାସୀ ପଂଚାୟତ ଉଚ୍ଚ ବିଦ୍ୟାଳୟ ରୌପ୍ୟ ଜୟନ୍ତୀ ଉତ୍ସବ ରେ ମୁଖ୍ୟ ଅତିଥି ରାଜ୍ୟସଭା ସାଂସଦ 

masiha

ନୂଆପଡ଼ା ଜିଲ୍ଲା ପ୍ରତିଷ୍ଠା ଦିବସ ଦିନ ନୂଆପଡ଼ା ଜିଲ୍ଲାପାଳଙ୍କ ଭାରତୀୟ ପ୍ରଶାସନିକ ସେବାକୁ ପଦୋନ୍ନତି ସ୍ଵୀକୃତ 

masiha

ଯାତ୍ରିବାହୀ ଅଟୋ କୁ ଟ୍ରକ ଧକ୍କା ଦେବା ଘଟଣା ରେ 2 ଯାତ୍ରୀ ମୃତ, ଅନ୍ଯ 3 ଜଣ ଗୁରୁତର 

masiha

Leave a Comment

error: Content is protected !!