ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ନେଗିଗୁଡା ହାଇସ୍କୁଲରେ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ

କୋକସରା,୨୪/୧୨- କୋକସରା ବ୍ଲକ ସାନ ପୋଡ଼ାଗୁଡା ପଞ୍ଚାୟତ ନେଗିଗୁଡା ସରକାରୀ ଉଚ୍ଚ ବିଦ୍ୟାଳୟରେ ଦୁଇ ଦିନ ଧରି ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସଵ ଉଦଯାପିତ ହୋଇଯାଇଛି। ନେଗିଗୁଡା ହାଇସ୍କୁଲର ପ୍ରଧାନ ଶିକ୍ଷକ ଯୁବରାଜ ଜାଲଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଜୟରାମ ନାଗ, ମୁଖ୍ୟ ବକ୍ତା ଭାବେ ଦନ୍ତେଶ୍ୱରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରୂପେନ୍ଦ୍ର ବାଣୁଆ, ସମ୍ମାନିତ ଅତିଥି ଭାବେ ନୋଡାଲ ହାଇସ୍କୁଲର ଖେଳ ଶିକ୍ଷକ ଅମିତ କୁମାର ମହାନ୍ତି, ସ୍କୁଲ ପରିଚାଳନା କମିଟିର ସଦସ୍ୟ ଖଗପତି ଗୋପାଳ ମଞ୍ଚରେ ଉପସ୍ଥିତ ରହି କ୍ରୀଡା ଦିବସରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ବର୍ଗର ଖେଳକୁଦ ପ୍ରତିଯୋଗିତାରେ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀଙ୍କୁ ଟ୍ରଫି ସହ ମାନପତ୍ର ପ୍ରଦାନ କରି ଉତ୍ସାହିତ କରିଥିଲେ । ଶିକ୍ଷୟତ୍ରୀ ସଂଘମିତ୍ରା ପ୍ରଧାନୀ ମଞ୍ଚ ପରିଚାଳନା କରିଥିଲେ। ଖେଳ ଶିକ୍ଷକ ଦୀପ୍ତି ରଞ୍ଜନ ଠାକୁର ଖେଳକୁଦ ପରିଚାଳନା କରିଥିଲେ। ଶିକ୍ଷକ ଦୟାନିଧି ଶବର ଧନ୍ୟବାଦ ଅର୍ପଣ କରିଥିଲେ। ଶିକ୍ଷକ ସମ୍ବିତ କୁମାର ନାୟକ, କାମାକ୍ଷ ରାଉତ, ପ୍ରଶାନ୍ତ ବେହେରା, ରୋହିତ ସେଠ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିଉଜ ସର୍ଭିସ୍ 

Related posts

ବ୍ଲକ ସ୍ତରୀୟ କ୍ରୀଡା ମହୋତ୍ସବ- ୨୦୨୩ ଉଦଯାପିତ 

masiha

ଗୋବରୀ ଠାରେ ଦୁଇ ଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟର ଶୁଭ ଉଦ୍ଘାଟନ 

masiha

ବସନ୍ତ ବିଶ୍ଵାଳ ପୁରସ୍କାରରେ ପୁରସ୍କୃତ ଡାବୁଗାଁ କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ

masiha

Leave a Comment

error: Content is protected !!