ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ 

ନବରଙ୍ଗପୁର ଜିଲା ରାଇଘର ଠାରେ ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନ କୁ ବଡ଼ଦିନ ରୂପ ପାଳନ କରାଯାଇଥିବା ଜଣାପଡିଛି ରାଇଘର ବ୍ଲକ G.G.M ଚର୍ଚ୍ଚ ଠାରେ ଯୀଶୁ ଙ୍କ ଜନ୍ମଦିନରେ ଖ୍ରୀଷ୍ଟୀୟ ଭାଇ ଭଉଣୀ ମିଳିମିଶି ଆଡମ୍ବରରେ ବଡ଼ଦିନ ପର୍ବ ପାଳନ କରିଥିବା ଜଣାପଡିଛି ।ଉପସ୍ଥିତ ଅତିଥି ଯୀଶୁ ଙ୍କ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ଯୀଶୁ ଜନ୍ମଦିନ ରେ ଭୁବନେଶ୍ୱର ରୁ ଆସିଥିବା ରେଭ୍-ଯୋଷେଫ୍ ବାରିକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଯୀଶୁ ଙ୍କ ସୁମଧୁର ପ୍ରେମର ବାର୍ତ୍ତା ଦେଇଥିଲେ। ଅସହାୟ, ଗରିବ, ବିଧବା ଶ୍ରେଣୀର ଲୋକମାନଙ୍କୁ ନିମନ୍ତ୍ରଣ କରି ଶୀତ ବସ୍ତ୍ର ବଣ୍ଟନ କରିବା ସହ ତାଙ୍କ ସହ ବସି ଏକାଠି ଭଜନ କରିଥିଲେ।ଏହି ବଡ଼ ଦିନ କାର୍ଯ୍ୟକ୍ରମ ରାଇଘର GGM ଚର୍ଚ୍ଚର ପାଳକ ରେଭ୍ – ଦିବାକର ଚେଟି ଙ୍କ ତତ୍ୱବାଧାନ ରେ ହେଉଥିବା ବେଳେ ସନ୍ଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମରେ ନିଶାମୁକ୍ତ ହେବା ଓ ଗଛକାଟିବା ପରିବର୍ତ୍ତେ ଗଛ ଲଗାଇବା ପରିବେଶକୁ ସପା ରଖିବା ବିଷୟରେ ସଚେତନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକୁ ସଫଳ କରିବା ପାଇଁ GGM ଚର୍ଚ୍ଚର ବିଶ୍ୱାସୀ ବିଶ୍ୱାସୀନି ଭାଇ ଭଉଣୀ ମାନେ ସହଯୋଗ କରିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ତତଲା କଡେଇରେ ଶିଝୁଛନ୍ତି ଚିଲିକା ଅଞ୍ଚଳବାସୀ : ପ୍ରବଳ ଗ୍ରୀଷ୍ପ ପ୍ରବାହରେ ରାସ୍ତାଘାଟ ଜନଶୂନ୍ୟ !!!

Sunil Chandra Nayak

ପହଞ୍ଚି ପାରିଲେନି ମାମୁଁ ଘରେ:ଟ୍ରକ ଧକ୍କାରେ ଝିଅ ମୃତ ,ବାପା ଗୁରୁତର

Sunil Chandra Nayak

ବଡ଼ପାଞ୍ଜିଆରୀଗୁଡା ଉଚ୍ଚ ବିଦ୍ୟାଳୟ ବାର୍ଷିକ ଉତ୍ସବ ପାଳନ 

masiha

Leave a Comment

error: Content is protected !!