ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନ ପାଳିତ 

ନବରଙ୍ଗପୁର ଜିଲା ରାଇଘର ଠାରେ ଯୀଶୁଖ୍ରୀଷ୍ଟ ଙ୍କ ଜନ୍ମଦିନ କୁ ବଡ଼ଦିନ ରୂପ ପାଳନ କରାଯାଇଥିବା ଜଣାପଡିଛି ରାଇଘର ବ୍ଲକ G.G.M ଚର୍ଚ୍ଚ ଠାରେ ଯୀଶୁ ଙ୍କ ଜନ୍ମଦିନରେ ଖ୍ରୀଷ୍ଟୀୟ ଭାଇ ଭଉଣୀ ମିଳିମିଶି ଆଡମ୍ବରରେ ବଡ଼ଦିନ ପର୍ବ ପାଳନ କରିଥିବା ଜଣାପଡିଛି ।ଉପସ୍ଥିତ ଅତିଥି ଯୀଶୁ ଙ୍କ ଜନ୍ମଦିନର ଶୁଭେଚ୍ଛା ବାର୍ତ୍ତା ଦେଇଥିଲେ। ଯୀଶୁ ଜନ୍ମଦିନ ରେ ଭୁବନେଶ୍ୱର ରୁ ଆସିଥିବା ରେଭ୍-ଯୋଷେଫ୍ ବାରିକ ମୁଖ୍ୟବକ୍ତା ଭାବରେ ଯୋଗଦେଇ ଯୀଶୁ ଙ୍କ ସୁମଧୁର ପ୍ରେମର ବାର୍ତ୍ତା ଦେଇଥିଲେ। ଅସହାୟ, ଗରିବ, ବିଧବା ଶ୍ରେଣୀର ଲୋକମାନଙ୍କୁ ନିମନ୍ତ୍ରଣ କରି ଶୀତ ବସ୍ତ୍ର ବଣ୍ଟନ କରିବା ସହ ତାଙ୍କ ସହ ବସି ଏକାଠି ଭଜନ କରିଥିଲେ।ଏହି ବଡ଼ ଦିନ କାର୍ଯ୍ୟକ୍ରମ ରାଇଘର GGM ଚର୍ଚ୍ଚର ପାଳକ ରେଭ୍ – ଦିବାକର ଚେଟି ଙ୍କ ତତ୍ୱବାଧାନ ରେ ହେଉଥିବା ବେଳେ ସନ୍ଧ୍ୟାରେ ସାସ୍କୃତିକ କାର୍ଯ୍ୟକ୍ରମରେ ନିଶାମୁକ୍ତ ହେବା ଓ ଗଛକାଟିବା ପରିବର୍ତ୍ତେ ଗଛ ଲଗାଇବା ପରିବେଶକୁ ସପା ରଖିବା ବିଷୟରେ ସଚେତନ କରାଯାଇଥିଲା। ଏହି ସମସ୍ତ କାର୍ଯ୍ୟକୁ ସଫଳ କରିବା ପାଇଁ GGM ଚର୍ଚ୍ଚର ବିଶ୍ୱାସୀ ବିଶ୍ୱାସୀନି ଭାଇ ଭଉଣୀ ମାନେ ସହଯୋଗ କରିଥିଲେ।

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଓ ଏମ୍ ସି ଖଣି କମ୍ପାନୀ ତରଫରୁ ବିଦ୍ୟାଳୟରେ ଗାନ୍ଧୀ ଜୟନ୍ତୀ ପାଳିତ

masiha

ସ୍ବର୍ଗତ ଗଙ୍ଗାଧର ଜେନାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ 

masiha

ଠିକା ବ୍ୟାଙ୍କ କର୍ମଚାରୀଙ୍କ ଅସନ୍ତୋଷ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରିବ : ରବି ରଥ

masiha

Leave a Comment

error: Content is protected !!