ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ମୋଟର ପମ୍ପ ଚୋରି ଅଭିଯୁକ୍ତଙ୍କୁ ଧରିଲା ତେନ୍ତୁଳିଖୁଣ୍ଟି ପୋଲିସ

ତେନ୍ତୁଳିଖୁଣ୍ଟି : ୨୫/୧୨/୨୨ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଳକ ପୂଜାରୀଗୁଡା ପଞ୍ଚାୟତ କୁଜାଯାନୀଗୁଡା ଗ୍ରାମର ଗୋପୀନାଥ ଯାନୀଙ୍କ ଚାଷ ଜମିରୁ ୨୧/୧୨/ ବୁଧବାର ରାତିରେ ଏକ ପାଣି ମଟର ଚୋରି ହୋଇଥିଲା । ଏନେଇ ଗୋପୀନାଥ ତେନ୍ତୁଳିଖୁଣ୍ଟି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ତେନ୍ତୁଳିଖୁଣ୍ଟି ପୋଲିସ ଚୋରି ହୋଇଥିବା ସ୍ଥାନରେ ଯାଇ ତାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲେ । ସୂଚନା ଯୋଗ୍ୟ କୁଜାଯାନୀ ଗୁଡ଼ାର ବରିଷ୍ଠ ଚାଷୀ ଗୋପୀନାଥ ଯାନୀ ଗାଁ ନିକଟରେ ଥ‌ିବା ତାଙ୍କ ଜମିରେ ଚାଷ କରିବା ଉଦ୍ଦେଶ୍ୟରେ ଏକ ପାଣି ମଟର ଲଗାଇ ଥିଲେ । ତେବେ ୨୧/୧୨ ବୁଧବାର ରାତିରେ କିଛି ଦୁର୍ବୃତ୍ତ ତାଙ୍କ ଚାଷ ଜମିରେ ଲାଗିଥିବା ପାଣି ମଟର ଚୋରି କରି ନେଇଥିଲେ। ସକାଳୁ ଚାଷୀ ଶ୍ରୀ ଯାନୀ ଏହା ଦେଖ୍ ତେନ୍ତୁଳିଖୁଣ୍ଟି ଥାନାରେ ଲିଖୂତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ଆଜି ଥାନା ଆଇଆଇସି ଟଙ୍କଗିରି ଭୋଇ, ଏଏସଆଇ ଶିବ ପ୍ରସାଦ ଦଳେଇ ଚୋରିହୋଇଥିବା ମୋଟର ସହ ତିନି ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛନ୍ତି।।ଏହି ତିନି ଜଣ ହେଲେ ଅଞ୍ଚଳଗୁମା ଗ୍ରାମର ଗୁରୁଦେବ ହରିଜନ(୨୫) ଋଷି ମାଝୀ (୨୮) ଓ ଚକା ନାୟକ (୨୬) ଗିରଫ କରି ତେନ୍ତୁଳିଖୁଣ୍ଟି ଥାନା ୨୨୩/୨୨ ଅନୁଯାୟୀ ଏକ ମାମଲା ରୁଜୁସହ 379 ଦଫା ଲଗାଇ କୋର୍ଟ ଚାଲାଣ ହୋଇଥିବା ଆଇଆଇସି ଟଙ୍କଧର ଭୋଇ ସୂଚନା ଦେଇଛନ୍ତି ।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କୋଟିଏ ଟଙ୍କାର ସରକାରୀ ଅନୁଦାନ ଚଳୁ କରିବା ମହଙ୍ଗା ପଡ଼ିଲା 

Sunil Chandra Nayak

ନବାବିବାହିତା ସ୍ତ୍ରୀ ନିଖୋଜ, ଥାନାରେ ଏତଲା

Sunil Chandra Nayak

ପଥରରେ ଛେଚି ବ୍ୟକ୍ତିଙ୍କୁ ହତ୍ୟା ,ହତ୍ୟାକାରୀ ଥାନାରେ ଅଟକ 

Sunil Chandra Nayak

Leave a Comment

error: Content is protected !!