ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ଡ.ପ୍ରଶାନ୍ତ କୁମାର ଶତପଥୀ ଙ୍କ କବିତା l l ଏକ ହିଁ ଈଶ୍ୱର

l l l ଏକ ହିଁ ଈଶ୍ୱର l l l

ମିତରେ ତୁ ହେଲୁକି ବାଇ ମିତରେ 
ଘୁରି ବୁଲୁ ତୁହି ଖୋଜି ବୁଲୁ ତୁହି 
ଈଶ୍ୱରଙ୍କୁ ତୁହି ପାଇଲୁ ନାହିଁ 
ମିତରେ ତୁ ହେଲୁକି ବାଇ… 
ସୃଷ୍ଟି କର୍ତ୍ତା ସେହି ସର୍ବ ବ୍ୟାପି ହୋଇ 
ସତ୍ୟ ଧର୍ମ ପଥେ ରହନ୍ତି ସେହି 
ଅନନ୍ତ ଅଭିନ୍ନ ପୂର୍ଣ୍ଣ ପରଂବ୍ରହ୍ମ 
ସର୍ବବ୍ୟାପି ବୋଲି ନାମକୁ ପାଇ 
ମିତରେ ତୁ ହେଲୁକି ବାଇ…… 
ଅନାମ ଅରୂପ ଆନନ୍ଦ ସ୍ୱରୂପ 
ମଙ୍ଗଳମୟ ସେ ଓଁକାର ରୂପ
ଚିନ୍ମୟ ଚୈତନ୍ୟ ଚେତନାକୁ ନେଇ 
ବିଶ୍ୱ ବ୍ରହ୍ମାଣ୍ଡର ନାୟକ କହି 
ମିତରେ ତୁ ହେଲୁକି ବାଇ….. 
କାହାପାଇଁ ସେହି ହୁଏ ରାମକୃଷ୍ଣ 
ଭୋଳାଶଙ୍କରଙ୍କ ରୂପକୁ ନେଇ 
ମହାକାଳୀ ସେହି ଗଣେଶ ହୁଅଇ 
ଧର୍ମ ସମନ୍ମୟ ରଖିବା ପାଈଁ 
ମିତରେ ତୁ ହେଲୁକି ବାଇ…. 
ଶବର ଠାକୁର ବୈଷ୍ଣବର ସ୍ୱର 
ବୌଦ୍ଧଙ୍କର ବୁଦ୍ଧ ହୋଇ, 
ଜୈନର ଋଷଭ ଯବନର ପୀର ଗାଣପତ୍ୟଙ୍କର ପୂଜାକୁ ପାଇ 
ମିତରେ ତୁ ହେଲୁକି ବାଇ…. 
ଆର୍ଯ୍ୟ ଅନାର୍ଯ୍ୟର ମିଳନର କ୍ଷେତ୍ର 
ପୂର୍ଣ୍ଣବ୍ରହ୍ମ ରୂପ ହୋଇ, 
ପ୍ରେମର ପ୍ରତୀକ ସଂସ୍କୃତିର କ୍ଷେତ୍ର ଶାକ୍ତ ଉପାସନା ପାଇ 
ମିତରେ ତୁ ହେଲୁକି ବାଇ….. 
ଯବନ କବିର ସାଲବେଗ ସ୍ୱର 
ହରିଦାସ ଭକ୍ତି ନେଇ 
ସନ୍ଥ ସେ ତୁଳସୀ ନାନକଙ୍କ ପ୍ରୀତି 
ମହ ମହ ବସୁଥାଇ 
ମିତରେ ତୁ ହେଲୁକି ବାଇ….
କସ୍ତୁରୀ ମୃଗ ସେ କସ୍ତୁରୀ ଖୋଜଇ 
ଜାଣିନପାରଇ ସେହି, 
ନିଳାଚଳ ଧାମେ ଜଗତ ଠାକୁର 
ଜଣିକି ପାରୁନୁ ତୁହି 
ମିତରେ ତୁ ହେଲୁ କି ବାଇ… 
ଜଗତ ଈଶ୍ୱର କାଳିଆ ଠାକୁର 
ନୀଳ କନ୍ଦରରେ ରହି 
ପାରିହେବା ସର୍ବେ ଏ ଭବ ସାଗରୁ 
ଜୟ ଜଗନ୍ନାଥ କହି 
ମିତରେ ତୁ ହେଲୁକି ବାଇ….

ଡ.ପ୍ରଶାନ୍ତ କୁମାର ଶତପଥୀ 

ଗଞ୍ଜାମ, ଛତ୍ରପୁର

 

Related posts

ଅପର୍ତ୍ତି ସେଠୀ ଙ୍କ କବିତା  = ରାବଣ ବଧ =

Sunil Chandra Nayak

ଚନ୍ଦ୍ରକଳା ଙ୍କ କବିତା // ମହା ଜାଗର 

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା = ହେ ପ୍ରଭୁ ରଘୁବୀର

Sunil Chandra Nayak

Leave a Comment

error: Content is protected !!