ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଡ଼ିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପତ୍ର

ଏକୋଲବ୍ୟ ବିଦ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କୁ କେନ୍ଦ୍ର କରି କାଶୀପୁର ବାସୀ ପ୍ରଶାସନକୁ ଚେତାବନୀ 

ଅନେକ ଦିନର ଆଶା ଆକାଂକ୍ଷା ପୂରଣ ହେବା ପୂର୍ବରୁ କାଶୀପୁର ଏକୋଲବ୍ୟ ବିଦ୍ୟାଳୟ କାଶୀପୁର ଠାରୁ ୫୦ କିମି ଦୂରକୁ ଚାଲିଯିବ ।ପ୍ରଶାସନ ଓ ରାଜନେତାଙ୍କ ଦୁର୍ବଳତା ଏବଂ ମନୋମୁଖୀ କାର୍ଯ୍ୟ ବର୍ତ୍ତମାନ ଲୋକଲୋଚନକୁ ଆସିବା ରେ ଲାଗିଛି।ହଜାର ହଜାର ବିଦ୍ୟାର୍ଥୀଙ୍କ ଭବିଷ୍ୟତ ଅନ୍ଧକାର କୁ ଠେଲି ଦିଆ ଯାଉଛି ବୋଲି ବୁଦ୍ଧିଜୀବୀ ମାନେ ପ୍ରକାଶ କରିଛନ୍ତି।

ଏହାର ଏକ ପ୍ରତିବାଦ ରେ ଆଜି କାଶୀପୁର ବ୍ଲକ ର ପାଖା ପାଖି ୧୬ ଗଟି ପଞ୍ଚାୟତରୁ ଶତାଧିକ ଲୋକ ଏବଂ ବିଭିନ୍ନ ରାଜନେତାଙ୍କ ସମେତ ବୁଦ୍ଧିଜୀବୀ ଓ ସମାଜ ସେବୀ ମାନେ ଏକତ୍ରିତ ହୋଇ ଏକୋଲବ୍ୟ ବିଦ୍ୟାଳୟ ଅନ୍ୟତ୍ର ସ୍ଥାନାନ୍ତର ଘଟଣାକୁ ବିରୋଧ କରି ପ୍ରଶାସନ ବିପକ୍ଷରେ ନାରବାଜି ଦେଇ କାଶୀପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ବୁଖରେ ଅତିରିକ୍ତ ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ପଦ୍ମିନୀ କଂହରଙ୍କୁ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ ।

ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପର୍ଯ୍ୟବେକ୍ଷକ ଦଳ ଓ ସ୍ଥାନୀୟ ତହସିଲଦାରଙ୍କ ମିଳିତରେ କାଶୀପୁରସ୍ଥ ନୋକଟି ଘାଟି ମନ୍ଦିର ନିକଟରେ ଥିବା ସରକାରୀ ଜାଗା ଚିନ୍ହଟ କରିଥିବା ସତ୍ୱ ବିଦ୍ୟାଳୟଟିକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଥିବା ଘଟଣାକୁ କାଶୀପୁର ବାସୀ କ୍ଷ୍ୟୁବ୍ଦ ପ୍ରକାଶ କରିଛନ୍ତି ଏବଂ ବିଦ୍ୟାଳୟ ଟି କାଶୀପୁର ହେଡକ୍ୱାଟର ଠାରେ ଯଦି କରାନଯାଏ ତେବେ ଅଞ୍ଚଳ ବାସୀ ସରକାର ଓ ପ୍ରଶାସନ ବିରୁଦ୍ଧରେ ରାଜରାସ୍ତା ରେ ଆଲ୍ହାଇବେ ବୋଲ ଚେତାବନୀ ଦେଇଛନ୍ତି।ଏହି ପ୍ରତିବାଦରେ ତଳଝିରି GP ହିଂଦା ମାଝୀ, ଜୟ ସିଂ ମାଝୀ, ମୁନୁଷ ଗାଁ GP ଜୟମାଝୀ, ଖୁରିଗାଁ GP ସମାଜ ସେବୀ ବିସମ୍ବର ନାଏକ , କାଶୀପୁର GP ପାଇଲ ମାଝୀ, ମହେଶ୍ୱର ମାଝୀ, ପୁରନ୍ଦର ନାଏକ, ଜଗବନ୍ଧୁ ନାଏକ, ମିଥୁନ ନାଏକ, ଭାଲୁ ବୈଦ୍ୟ,ଓ ଅନ୍ୟ ପ୍ରମୁଖଙ୍କ ମଧ୍ୟରେ ୧୬ ଗଟି ପଞ୍ଚାୟତ ର ଲୋକେ ଉପସ୍ଥିତ ଥିଲେ ।

ରାୟଗଡା ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଦୀପାବଳି ପର୍ବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ବର୍ଡ଼ର କଲେଜ ରେ ନୂଆ-ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଉଦଯାପିତ

masiha

ଡୁର୍କିଲିମାରେ ବନାଗ୍ନି ନିୟନ୍ତ୍ରଣ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!