ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାକ୍ତରଖାନା ଶିଶୁଓ୍ବାର୍ଡରେ ମାରବାଡି ଯୁବମଞ୍ଚ ପକ୍ଷରୁ ଫଳ,ବିସ୍କୁଟ୍ ବଣ୍ଟନ

ଭବାନୀପାଟଣା:୩/୪ – – ଭବାନୀପାଟଣା ମାରଓ୍ବାଡି ଯୁବମଞ୍ଚ ପକ୍ଷରୁ ଉତ୍କଳ ଦିବସ ଅବସରରେ ସମସ୍ତ ଯୁବ ବନ୍ଧୁ ଙ୍କୁ ଶୁଭେଚ୍ଛା ବାର୍ତ୍ତା ଜଣାଇଥିଲେ। ଭବାନୀପାଟଣା ମାରଓ୍ବାଡି ଯୁବ ମଞ୍ଚ ଜନହିତକର ବିଭିନ୍ନ ସେବା କରିଆସୁଅଛି ସେନେଇ ଉତ୍କଳ ଦିବସରେ ସ୍ଥାନୀୟ ଡାକ୍ତରଖାନା ଶିଶୁ ଓ୍ବାର୍ଡରେ ୧୦୦ ରୁ ଉର୍ଦ୍ଧ୍ବ ଶିଶୁମାନଙ୍କୁ ଫଳ ଏବଂ ବିସ୍କୁଟ୍ ବଣ୍ଟନ କାର୍ଯ୍ୟକ୍ରମ ଆୟୋଜିତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ସିଡିଏମଓ ଡ.ଗରିଶ ଚନ୍ଦ୍ର ରାଉତ ସମ୍ମାନିତ ଅତିଥି ଭାବେ ଏଡିଏମଓ ଡାକ୍ତର ରଞ୍ଜନ ମିଶ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ମୁଖ ଅତିଥିଙ୍କୁ କାର୍ ବିନ୍,ସ୍ନେକ ପ୍ଳାଣ୍ଟ ଏବଂ ଅଙ୍ଗବସ୍ତ୍ର ଦେଇ ସମ୍ମାନିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମ କୁ ନେଇ ସିଡିଏମ୍ଓ ଖୁସି ହେବା ସହିତ ବହୁତ ପ୍ରଶଂସା କରିଥିଲେ। କାର୍ଯ୍ଯକ୍ରମକୁ ସମସ୍ତ ଯୁବ କର୍ମୀ ସହଯୋଗ କରିଥିବା ବେଳେ ବିଶେଷ କରି ମନୀଷ ଶର୍ମା, ଅମାନ ଅଗ୍ରଓ୍ବାଲ,ରାହୁଲ ଅଗ୍ରଓ୍ବାଲ, ରାହୁଲ ଶର୍ମା, ଗୋପାଳ କୃଷ୍ଣ ଅଗ୍ରଓ୍ଵାଲ,କିଷାନ ଶର୍ମା, ବିପୁଲ ଅଗ୍ରଓ୍ବାଲ,ମହେଶ ଅଗ୍ରଓ୍ବାଲଙ୍କ ସମ୍ପୂର୍ଣ୍ଣ ଭାବରେ ସମର୍ଥନ ମିଳିପାରିଥିଲା। ତେଣୁ ଯୁବ ମଞ୍ଚର ଅଧ୍ଯକ୍ଷ ସୌରଭ ଗୁପ୍ତା, ସେକ୍ରେଟାରୀ ଅମାନ ଅଗ୍ରଓ୍ବାଲ, ଓ କୋଷାଧ୍ୟକ୍ଷ ମୁକେଶ ଅଗ୍ରଓ୍ଵାଲ ଧନ୍ୟବାଦ ଅର୍ପଣ କରିଥିଲେ। ଭବାନୀପାଟଣା ଶାଖା ଓଡିଶା ପ୍ରାଦେଶିକ ମାରବାଡି ଯୁବ ଫୋରମ୍ ଆୟୋଜନ କରିଥିଲେ।

କିଶନ ଶର୍ମା, ଭବାନୀ ପାଟଣା 

Related posts

ନେହେରୁ ଯୁବ କେନ୍ଦ୍ର ମାଇ ଭାରତ କଳାହାଣ୍ଡି ପକ୍ଷରୁ ଯୁବ ଉତ୍ସବ ପାଳିତ 

masiha

ଜିଲ୍ଲା ସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ବିଜୁ ସେତୁ ଉପଦେଷ୍ଟାଙ୍କ ବିଭିନ୍ନ ବ୍ରିଜ କାର୍ଯ୍ୟ ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!