ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସ୍ଵାସ୍ଥ୍ୟ

ରୁପ୍ରା ଗ୍ରାମ ପଞ୍ଚାୟତ ଶିବିରରୁ ୩୦ ୟୁନିଟ୍ ରକ୍ତ ସଂଗୃହୀତ 

ରୁପ୍ରା, ୩୦/୧୨ (ମନିସ ) : ନର୍ଲାବ୍ଲକ୍ ଅଧିନ ରୁପ୍ରା ଗ୍ରାମ ପଞ୍ଚାୟତ ପରିସରରେ ସରପଞ୍ଚ ଡଲି ବେହେରାଙ୍କ ଅଧ୍ୟକ୍ଷତାରେ ଓ ‘ସମ୍ୱାଦ – ଆମ ଓଡ଼ିଶା’ ର ସହଯୋଗରେ ଶୁକ୍ରବାର ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଉକ୍ତ ଶିବିର ‘ସମ୍ୱାଦ’ ପ୍ରତିନିଧି ଅଜୟ କୁମାର ସେନାପତିଙ୍କ ନେତୃତ୍ୱ ଓ ରୁପ୍ରା ସରପଞ୍ଚ ପ୍ରତିନିଧି ସୁଶାନ୍ତ କୁମାର ସେନାପତିଙ୍କ ସହଯୋଗ ତଥା ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରେଡ୍ କ୍ରସ୍ କାଉନସିଲର ସୁଦାମ ଚରଣ ମିଶ୍ରଙ୍କ ପରିଚାଳନାରେ ଶାନ୍ତି ଶୃଙ୍ଖଳା ମଧ୍ୟରେ ସମାପ୍ତ ହୋଇଥିଲା। 

ଏହି ଅବସରରେ ଅନୁଷ୍ଠିତ ହୋଇଥିବା ରକ୍ତଦାନ ଶିବିରରେ ମୂଖ୍ୟ ଅତିଥି ଭାବରେ ନର୍ଲା ଗୋଷ୍ଠୀ ଉନ୍ନୟନ ଅଧିକାରୀଣି ବାସନ୍ତୀ ସେଠୀ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ନର୍ଲା ପଞ୍ଚାୟତ ସମିତି ଅଧ୍ୟକ୍ଷା ମନୋରମା ମହାନ୍ତି, ନର୍ଲା ଜୋନ୍ ନଂ ୧ ଜିଲ୍ଲା ପରିଷଦ ସଭ୍ୟା ନମ୍ରତା ସାହୁ, ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ଶ୍ୟାମସୁନ୍ଦର ସେନାପତି, ସମ୍ପାଦକ ଗୌରଚନ୍ଦ୍ର ଭୋଇ, ରୁପ୍ରା ପିଏଚସିର ମେଡିକାଲ ଅଫିସର ଡା.ଦୁର୍ଯ୍ୟୋଧନ ପ୍ରଧାନ, ରୁପ୍ରା ପେକ୍ସ୍ ସଭାପତି ସରୋଜ କୁମାର ରାଉତ ଓ ସମ୍ପାଦକ କୁମୁଦ ଚନ୍ଦ୍ର ମହାନନ୍ଦ, ପୂର୍ବ ସରପଞ୍ଚ ଅକୃର ସାହୁ, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ପ୍ରଧାନଶିକ୍ଷକ ମୃତ୍ୟୁଞ୍ଜୟ ବେହେରା, ନାଏବ ସରପଞ୍ଚ ଚନ୍ଦ୍ରମଣି ଗୌଡ, ପେକ୍ସ୍ ଡାଇରେକ୍ଟର୍ ହରେକୃଷ୍ଣ ବେହେରା, ୱାର୍ଡ଼ ସଭ୍ୟା ପ୍ରମିଳା ସାହୁ, ସୁଶାନ୍ତ କୁମାର ସେନାପତି ଓ ରାଜୀବ ସାହୁ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ନର୍ଲା ବିଡିଓ ଶ୍ରୀମତୀ ସେଠୀ ନିଜର ମତାମତ ଦେଇ କହିଲେ ‘ସମ୍ୱାଦ’ ସବୁବେଳେ ଏହିପରି ପ୍ରୟାସ ଜାରିରଖି ସ୍ୱେଚ୍ଛାକୃତ ରକ୍ତଦାନର ଆୟୋଜନ କରି ମହତ୍ କାମ କରୁଥିବାରୁ ବ୍ୟକ୍ତିଗତ ଭାବରେ ‘ସମ୍ୱାଦ’ କୁ ଧନ୍ୟବାଦ ଜଣାଉଛି। ବର୍ତ୍ତମାନ କଳାହାଣ୍ଡି ଜିଲ୍ଲାରେ ସିକଲିନ୍ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ଯୋଗୁଁ ସେହି ରୋଗୀ ମାନଙ୍କ ପାଇଁ ରକ୍ତ ବହୁତ୍ ଦରକାର ହୋଇଥାଏ, ତାହା ସମ୍ୱାଦ ପୁରଣ କରି ପାରୁଛି ବୋଲି ନିଜର ବକ୍ତବ୍ୟ ଉପସ୍ଥାପନ କରିଥିଲେ।

ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠର ରେଡ୍ କ୍ରସ୍ କାଉନସିଲର ସୁଦାମ ଚରଣ ମିଶ୍ରଙ୍କ ସହଯୋଗ କ୍ରମେ ବିଦ୍ୟାଳୟର ସ୍ୱେଚ୍ଛାସେବୀ ଛାତ୍ରଛାତ୍ରୀ ଜଗନ ସେନାପତି, ଖୁଜିତ୍ ପୁଟେଲ୍, ଅମନ ଗଡତିଆ, ଓମକାର ମାଝୀ, ମିହିର ପଧାନ, ରୁଚିସ୍ମିତା ପଟ୍ଟନାୟକ ଓ ସୁପ୍ରିୟା ସାହୁ ପ୍ରମୁଖ ଉପସ୍ଥିତ ରହି ରକ୍ତଦାତା ମାନଙ୍କୁ ସାହାଯ୍ୟ କରିଥିଲେ। ରୁପ୍ରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରର ମେଡିକାଲ ଅଫିସର ଡା.ଦୁର୍ଯ୍ୟୋଧନ ପ୍ରଧାନ (ଆୟୁଷ) ପ୍ରଥମେ ରକ୍ତଦାନ କରିଥିଲେ। ଅନ୍ୟ ରକ୍ତଦାତା ମାନେ ହେଲେ ଭାଲୁକଟା ଟେଣ୍ଟ୍ ହାଉସ୍ ମାଲିକ ଶ୍ୟାମ ସୁନ୍ଦର ସାହୁ, ସାଇ ମେଡିକାଲ ଷ୍ଟୋର୍ ରୁପ୍ରା ସୁଶାନ୍ତ କୁମାର ସେନାପତି, ସମାଜସେବୀ ରାଜୀବ ସାହୁ, ଦୟା ସାହୁ, ସମୀର ମହାଲିଙ୍ଗ, ଟକର୍ଲା ହାଇସ୍କୁଲର ପ୍ରଧାନଶିକ୍ଷକ ରୁଦ୍ର ନାରାୟଣ ସାହୁ, ପୁରୁଷ ସ୍ୱାସ୍ଥ୍ୟକର୍ମୀ ପ୍ରଭଞ୍ଜନ ଆଚାର୍ଯ୍ୟ (ଟୁଟୁ), ପେକ୍ସ୍ ଡାଇରେକ୍ଟର୍ ହରେକୃଷ୍ଣ ବେହେରା, ଅମନ ସାଗର ସାହୁ, ସନାତନ ମାଝୀ, ଅଜିତ ସାହୁ, ଅଶୋକ ସାହୁ, ବିକାଶ ରଞ୍ଜନ ଖମାରୀ, ନରେନ୍ଦ୍ର ସାହୁ, ଅମିତ୍ ପଧାନ, ଶିବାନୀ ଶଙ୍କର ସାହୁ, ପ୍ରମୋଦ ସାହୁ, ‘ସମ୍ୱାଦ’ ବିତରକ ଅଜିତ ମାଝୀ, ଡୋଳାମଣି ମାଝୀ, ଅରୁଣ ମାଝୀ, ବ୍ୟବସାୟୀ ଡାକଋଷି ସାହୁ, ଯୁବ ବ୍ୟବସାୟୀ ସୁଧିର ସାହୁ, ରାକେଶ ସାହୁ, ପିଣ୍ଟୁ ନାଏକ, ସମ୍ୱିତ ସାହୁ, ଦୀପୁ ନାଏକ, ଶୁଭକାନ୍ତ ସାହୁ ଓ ସାମ୍ବାଦିକ ଅଜୟ କୁମାର ସେନାପତି ପ୍ରମୁଖ ସ୍ୱେଚ୍ଛାକୃତ ରକ୍ତଦାନ କରିଥିଲେ।

ଶିବିର ପରିଚାଳନାରେ ରୁପ୍ରା ଗ୍ରାମ ପଞ୍ଚାୟତର ଜି.ଆର୍.ଏସ୍ ସତ୍ୟଜିତ ପଧାନ, ଯେଗାଣ ସହାୟକ କୁମୁଦ ସାହୁ, ସୁଦାମ ସାହୁ, ଶ୍ୟାମସୁନ୍ଦର ସାହୁ ଓ ବିଭିଷଣ ସାହୁ ପ୍ରମୁଖ ସହଯୋଗ କରିଥିଲେ। ସେହିପରି ରକ୍ତଦାତା ମାନଙ୍କ ହିମୋଗ୍ଲୋବିନ ଓ ରକ୍ତଚାପ ପରୀକ୍ଷା ସିଏଚ୍ଓ ତୁଲାପଡା ପ୍ରମୋଦ ରଣା ଓ ଏସିଏଚ୍ଓ ରୁପ୍ରା ମିନୂରାଣୀ ବେହେରା କରିଥିଲେ। ଆଶାକର୍ମୀ ମୈଥିଲି ମଲ୍ଲିକ ଶିବିର ପ୍ରାରମ୍ଭରୁ ରହି ଶେଷ ପର୍ଯ୍ୟନ୍ତ ସହଯୋଗ କରିଥିଲେ। ଭବାନୀପାଟଣା ରକ୍ତକେନ୍ଦ୍ରର କର୍ମଚାରୀ ଏଲ୍.ଟି କୃଷ୍ଣଚନ୍ଦ୍ର ସାହୁ, ଏଲ୍.ଟି ସଞ୍ଜୀବ ମହାକୁଡ ଓ ଡି.ଏମ୍.ଏ ଜନଜୀର୍ ପ୍ରସାଦ ବାଗ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ। ଶେଷରେ ‘ସମ୍ୱାଦ’ ପ୍ରତିନିଧି ଅଜୟ କୁମାର ସେନାପତି ସମସ୍ତ ଅତିଥି, ଆୟୋଜକ ରୁପ୍ରା ଗ୍ରାମ ପଞ୍ଚାୟତର ସମସ୍ତ କର୍ମଚାରୀ, ଜଗନ୍ନାଥ ଉଚ୍ଚ ବିଦ୍ୟାପୀଠ ରେଡ୍ କ୍ରସ୍ ର ସଦସ୍ୟ ଓ ସହଯୋଗୀ ମାନଙ୍କୁ ଧନ୍ୟବାଦ ଜଣାଇଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ପୁଣି କରୋନା ଭୟ…. ଡାକ୍ତରଖାନା ଗୁଡିକରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର

Sunil Chandra Nayak

ଡେଙ୍ଗୁ ସଚେତନ ଶିବିର

Sunil Chandra Nayak

ନର୍ଲାରେ ଡାକ୍ତର ସମସ୍ୟା, ସମାଧାନ ହେବ କେବେ ?

Sunil Chandra Nayak

Leave a Comment

error: Content is protected !!