ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଷ୍ଟ୍ରୀୟ ପ୍ରବାସୀ ଭାରତୀୟ ଦିବସରେ ଯୋଗଦେବେ ଅଭିଭକ୍ତ କୋରାପୁଟ ଜିଲ୍ଲାର ମହେନ୍ଦ୍ର ?

ତେନ୍ତୁଳିଖୁଣ୍ଟି 01/12/23 ନବରଂଗପୁର ତେନ୍ତୁଳିଖୁଣ୍ଟି ବ୍ଲକ ର ଜାତୀୟ ଯୁବ ପୁରସ୍କାର ବିଜେତା, ତଥା ସମାଜସେବୀ ହେଣ୍ଡ୍ ସମ ଯୁବକ ମହେନ୍ଦ୍ର କୁମାର ନାୟକ, ୧୭ତମ ଯୁବ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ନିମନ୍ତ୍ରିତ ଅତିଥି ରୂପେ ଯୋଗ ଦେବା ନିମନ୍ତେ ଭାରତ ସରକାରଙ୍କ ପକ୍ଷରୁ ମନୋନୀତ ହୋଇଛନ୍ତି I ସମଗ୍ର ଦେଶରୁ ମାତ୍ର ୫୦ ଜଣ ବିଭିନ୍ନ କ୍ଷେତ୍ରରେ ଭାରତର ପ୍ରଗତିରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ଯୁବକଙ୍କୁ, ଏଥିରେ ଚୟନ କରାଯାଇଛି I ଯୁବ ବକ୍ତା ରୂପେ “ପ୍ରବାସୀ: ସ୍ୱାଧୀନତାର ଅମୃତ ମହୋତ୍ସବରେ ଭାରତର ପ୍ରଗତିରେ ବିଶ୍ୱସନୀୟ ଭାଗିଦାରୀ” ବିଷୟରେ ବିଚାର ଗୋଷ୍ଠିରେ ଭାଗ ନେବା ସହ ଉଦ୍ଘାଟନୀ ଉତ୍ସବରେ ନିଜର ଉପସ୍ଥିତ ଅତିଥି ସମ୍ମୁଖରେ ବକ୍ତବ୍ୟ ରଖିବେ ବୋଲି ସୂଚନା ମିଳିଛି I ତତ୍ ସହିତ ସେ ବିଭିନ୍ନ ଅଧିବେଶନରେ ଭାରତରେ ଶିକ୍ଷା, ସ୍ୱାସ୍ଥ୍ୟ ସଂସ୍କୃତି, ଗ୍ରାମୀଣ ବିକାଶ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା, ଯୁବ ଓ ମହିଳା ସଶକ୍ତିକରଣ, ସୁପ୍ରଶାସନର ପ୍ରଗତି ସମ୍ପର୍କରେ ବିଦେଶରେ ରହୁଥିବା ଭାରତୀୟଙ୍କ ସହ ଆଲୋଚନା କରିବେ Iଆଗାମୀ ୮ ରୁ ୧୦ ଜାନୁୟାରୀ ୩ ଦିନ ଧରି ମଧ୍ୟପ୍ରଦେଶ ର ଇନ୍ଦୋର ଠାରେ ଅନୁଷ୍ଠିତ ହେବାକୁ ଯାଉଥିବା ୧୭ ତମ ପ୍ରବାସୀ ଭାରତୀୟ ଦିବସ ସମାରୋହରେ ଉଦ୍ଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଗୁୟନାର ରାଷ୍ଟ୍ରପତି ଡକ୍ଟର ମହମ୍ମଦ ଇରଫାନ୍ ଅଲ୍ଲୀ, ସମ୍ମାନିତ ଅତିଥି ଭାବେ ଅଷ୍ଟ୍ରେଲିଆ ହାଉସ ଅଫ୍ ପାର୍ଲିଆମେଣ୍ଟର ସଦସ୍ୟ ଜ଼ନେଟା ମାଷ୍ଟ୍ରେନହସ, ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ, କେନ୍ଦ୍ର କ୍ରୀଡା ଏବଂ ଯୁବ ବ୍ୟାପାର ମନ୍ତ୍ରୀ ଶ୍ରୀ ଅନୁରାଗ ସିଂ ଠାକୁର, କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ଼ଃ ଏସ. ଜୟଶଙ୍କର, କାର୍ଯ୍ୟକ୍ରମର ଦ୍ଵିତୀୟ ଦିନରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି, ସୂରିନେମର ମହାମହିମ ରାଷ୍ଟ୍ରପତି ଚନ୍ଦ୍ରିକା ପ୍ରସାଦ ସଂତୋଖି, ନୀତି ଆୟୋଗର ସିଇଓ ଅମିତାଭ କାନ୍ତ ଏବଂ ଉଦଯାପନି ଉତ୍ସବରେ ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଯୋଗଦେବେ I ବର୍ତ୍ତମାନ ହରିୟାଣାର ମହେନ୍ଦ୍ରଗଡ ଜିଲ୍ଲା ସ୍ଥିତ ନେହରୁ ଯୁବ କେନ୍ଦ୍ରର ଜିଲ୍ଲା ଯୁବ ଅଧିକାରୀ ଭାବେ କାର୍ଯ୍ୟରତ ମହେନ୍ଦ୍ର କୁମାର ନାୟକ ଦେଶର ସର୍ବକନିଷ୍ଠ ଯୁବ ଅଧିକାରୀ ଭାବେ ୟୁଏନ ଦ୍ୱାରା ମନୋନୀତ ହୋଇଥିଲେ ,ଏବଂ ଦେଶରେ ବିଭିନ୍ନ ପ୍ରଦେଶରେ କାର୍ଯ୍ୟକରି ଉତ୍କୃଷ୍ଟ କାର୍ଯ୍ୟ ପାଇଁ ସଦା ସର୍ବଦା ଚର୍ଚ୍ଚିତ ତଥା ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଗୌରବାନ୍ୱିତ କରୁଥିବା ମହେନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ ତରଫରୁ ଅତିରିକ୍ତ ଜିଲ୍ଲାପାଳ ଭାସ୍କର ରଇତ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ , ସମାଜ ସେବୀ ଜଗନ୍ନାଥ ମହାପାତ୍ର, କ୍ରୀଡାବିତ୍ ରମେଶ ଗରଡ଼ା , ପାପଡ଼ାହାଣ୍ଡି ବ୍ଲକ୍ ଉପାଧ୍ୟକ୍ଷ ସୁଶାନ୍ତ କୁମାର ବେହେରା, ତେନ୍ତୁଳିଖୁଣ୍ଟି ବ୍ଲକ୍ ଉପାଧ୍ୟକ୍ଷ ରାଜେନ୍ଦ୍ର ବିଷୋୟୀ,ଜିଲ୍ଲା ଦୁର୍ନୀତି ବିରୋଧୀ ଶାଖା ସଭାପତି ଲକ୍ଷ୍ମୀ ଚନ୍ଦ୍ର ଟାକ୍ରୀ, ସାମ୍ବାଦିକ ତପନ ବିଷୋୟୀ, ଦେବେନ୍ଦ୍ର ଜଗନ୍ନାଥ ନାୟକ, ହିମାଂଶୁ ଶେଖର ବାଘ, ସିମୀୟନ୍ ବେପାରୀ,ସମେତ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି I

ଗୋବର୍ଦ୍ଧନ ସାହୁୁ ତେନ୍ତୁଳିଖୁଣ୍ଟି

Related posts

ଶମ୍ଭୁ ଚନ୍ଦନ ଙ୍କ ଅକସ୍ମାତ ବିୟୋଗ ରେ ଶୋକ ବାର୍ତ୍ତା 

masiha

ଖଣି ସହରରେ ରୁଦ୍ଧିମନ୍ତ ହେଉଛି କଳା,ସଂସ୍କୃତି , ତ୍ରିବେଣୀ କଳାକେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଓ କୁମାର ଉତ୍ସବ 

Sunil Chandra Nayak

ସେମଳାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର କାର୍ଯ୍ୟାଦେଶ ବଣ୍ଟନ

Sunil Chandra Nayak

Leave a Comment

error: Content is protected !!