ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ଅମ୍ବାଦୁଲା ରେ ଟୋକି ପର୍ବ ପାଳିତ

ଚିଲିଗୁଡା ( ମ ନି ସ ) କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସ ପୁର ଗ୍ରାମ ପଞ୍ଚାୟତ ର ଅମ୍ବାଦୁଲା ଗ୍ରାମରେ ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଟୋକି ପର୍ବ ମହା ସମାରୋହରେ ପାଳିତ ହୋଇଯାଇଛି ।ଟୋକି ପର୍ବ ଆଦିବାସୀ ସମ୍ପ୍ରଦାୟର ଏକ ମୁଖ୍ୟ ପର୍ବ ଭାବରେ ଗଣନା କରାଯାଏ ।ଏହି ପର୍ବରେ ଗ୍ରାମବାସୀମାନେ ସମସ୍ତେ ସହଯୋଗ କରିଥାନ୍ତି । ମାଟି ଦେବତାଙ୍କୁ ଶାନ୍ତ କରିବା ପାଇଁ ଏହି ପର୍ବ ପାଳନ କରାଯାଇ ଥାଏ । ଏହି ପର୍ବ ଦିନରେ ଗ୍ରାମର ପୁଝ।ରି ଗ୍ରାମର ସମସ୍ତ ଦେବା ଦେବୀଙ୍କୁ ପୂଜାର୍ଚ୍ଚନା କରିଥାନ୍ତି । ଗ୍ରାମର ବିକାଶ ,ଗ୍ରାମର ମଙ୍ଗଳ ,ଗ୍ରାମର ଉନ୍ନତି ଏବଂ କୃଷି କାର୍ଯ୍ୟରେ ଅଧିକା ଫସଲ ଅମଳ କିପରି ହେବ ସେ ନେଇ ମଧ୍ୟ ଗ୍ରାମର ପୁଝ।ରି ମାଟି ଦେବତାଙ୍କୁ ପୂଜା କରିଥାନ୍ତି । ଚଳିତ ବର୍ଷ ଟୋକି ପର୍ବ ପୂଜା କମିଟି ଗଠନ କରାଯାଇଥିଲା । ଏଥିରେ ସଭାପତି ଭାବେ ବଦ୍ରୀ ନାରାୟଣ ବେହେରା ଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇ ଥିବା ବେଳେ ସମ୍ପାଦକ ଭାବରେ ରମେଶ ଚନ୍ଦ୍ର ନିଆଲ ,କୋଷାଧକ୍ଷ ସୁବୋଧ କୁମାର ରଣା ,ସହ ସମ୍ପାଦକ ଚତୁର୍ଭୁଜ ପାଣିଗ୍ରାହୀ ,ସହ କୋଷାଧକ୍ଷ ମନ ଧର କୁମ୍ଭାର ,ପୁଝ।ରି ଧନୁ ଧର ଭୋଇ ଏବଂ ଜାନୀ ଭାବେ ଦିଶାରୀ ଜାନୀ ପ୍ରମୁଖ ମୁଖ୍ୟ ଦାୟିତ୍ୱ ଗ୍ରହଣ କରିଥିଲେ ।ଆଜି ଦିନ ୨ଟା ସମୟରେ ଗ୍ରାମର ବିଭିନ୍ନ ସଂଗଠନ ,ଯୁବକ ,ଗ୍ରାମବାସୀ ତଥା ପୋଲିସ ପ୍ରଶାସନର କଡା ସୁରକ୍ଷା ବଳରେ ଗଡର। ଧରଣୀ ପୀଠରେ ପହଞ୍ଚି ଥିଲା ।ଏହି କାର୍ଯ୍ୟକ୍ରମ ରେ ହାବସ ପୁର ସରପଞ୍ଚ ବିକାଶ ରଞ୍ଜନ ପଣ୍ଡା , ପେକ୍ସ ସଭାପତି ଚିତ୍ତରଞ୍ଜନ ପଣ୍ଡା ତଥା ଗ୍ରାମର ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଜୁନାଗଡ଼ ଥାନା ଅଧିକାରୀ ଉତ୍ତମ କୁମାର ସାହୁ ଙ୍କ ନେତୃତ୍ୱରେ ଶାନ୍ତି ଶୃଙ୍ଖଳା ରକ୍ଷା କରାଯାଇ ଥିଲା ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଷୋହଳ ପ୍ରହର ନାମଯଜ୍ଞ ପାଇଁ କଳସ ଯାତ୍ରା

Sunil Chandra Nayak

ସାଇବାବାଙ୍କ ପ୍ରଥମ ବାର୍ଷିକୋତ୍ସବ ଉପଲକ୍ଷେ କଳସଯାତ୍ରା

Sunil Chandra Nayak

ଶ୍ରୀମଦ ଭାଗବତ କଥା ଜ୍ଞାନ ଯଜ୍ଞ ଆୟୋଜନ ପ୍ରସ୍ତୁତି

Sunil Chandra Nayak

Leave a Comment

error: Content is protected !!