ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରେନ୍ଦ୍ର କୁମାର ବେହେରା ଙ୍କ କବିତା// ଆସିଛି ନୂଆ ବରଷ

ଆସିଛି ନୂଆ ବରଷ

ସୁରେନ୍ଦ୍ର କୁମାର ବେହେରା

ପୁରୁଣା ବରଷ ବିଦାୟ ନେବାକୁ
ବାନ୍ଧୁଛି ପେଡ଼ି ପୁଟୁଳି
ବରଷକ ପାଇଁ ସୁଖ ଦୁଃଖ ବାଣ୍ଟି
କରୁଛି ଯିବାକୁ ଅଳି ।1।
ସେନେହ ଶରଧା ପ୍ରୀତି ଅନୁରାଗ
ଶୁଭେଛା ବାର୍ତ୍ତା ପଠେଇ
ଭାଇଚାରା ଆମ ସୁଦୃଢ଼ କରିଛି
ଭାବ ବିନିମୟ ପାଇଁ।2।
ରାଗ ଅଭିମାନ ମନୁ ପୋଛିଦେଇ
ସୋହାଗ ଆଦର ଭରି
ସେନେହ ମମତା ସୁଖ ଦେଲେ ବାଣ୍ଟି
ମଧୁ ପଡୁଥିଲା ଝରି ।3।
ବାଇଶି ବିଦାୟ ତେଇଶି ବିଶ୍ୱାସେ
 ନୂଆ ସମ୍ଭାବନା ନେଇ
ସଂକଳ୍ପ ନେଇଛି ସୁଖ ଶାନ୍ତି ଦେବ
ନବ ଆଲୋକ ଦେଖାଇ ।4।
ଅସୁମାରୀ ସ୍ବପ୍ନ ଯାହା ବାକିଅଛି
ମନେ ଥିବା ଅବସୋସ
 ସଂକଳ୍ପ କରିବା ଆଗକୁ ବଢିବା
ଓଠେ ଫୁଟାଇବା ହସ ।5।
କ୍ରୋଧ ହିଂସା ଦେବା ମନରୁ ଦୂରେଇ
କଲା କର୍ମ ଅନୁତାପ
 ସମ୍ପର୍କ ଗଢିବା ଭାବ ବିନିମୟ
 ଅସାଧ୍ୟ ସାଧନେ ତପ ।6।
ବିଶ୍ଵ ଶାନ୍ତି ପାଇଁ ସତ୍ୟ ନ୍ୟାୟ ଧର୍ମ
ତ୍ୟାଗ ପ୍ରେମ ଭାତୃଭାବ
ଆନନ୍ଦ ଉଲ୍ଲାସ ଜାଗ୍ରତ ବିଶ୍ୱାସ
ଅହିଂସାର ସଦ୍ ଭାବ ।7।
ଜଗତ କଲ୍ୟାଣେ ଅହିଂସାର ମନ୍ତ୍ର
ଶୁଭ କାମନା ହେଉ
ବିଶ୍ଵ ଭାତୃତ୍ୱରେ ମିତ୍ରତାର ହାତ
ଅଭିନନ୍ଦନିକା ଗାଉ।8।
କର୍ତ୍ତବ୍ୟର ପଥେ ହେବା ଆଗୁସାର
ହୃଦୟେ ସାହସ ଧରି
ଏ ନୂଆ ବରଷ ଆଣିବ ହରସ
ମୈତ୍ରୀ ଭାବ ଆସୁ ଫେରି ।9।

ସୁରେନ୍ଦ୍ର କୁମାର ବେହେରା

ଜିତିପୁର,ହରିପୁର ହାଟ, ଯାଜପୁର

Related posts

ମାମି ପାତ୍ର ଙ୍କ କବିତା __ ଶୀତ __

Sunil Chandra Nayak

ଗାୟତ୍ରୀ ସିଂହ ଙ୍କ କବିତା = ଶବ୍ଦ

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା l l ଋତୁ ବିପରୀତ l l

Sunil Chandra Nayak

Leave a Comment

error: Content is protected !!