ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାଗର ସାହିତ୍ୟ ସଂସଦ ର ମୁଖପତ୍ର ‘ ଇନ୍ଦୁପ୍ରଭା ‘ ଉନ୍ମୋଚନ ଉତ୍ସବ 

ଢେ଼ଙ୍କାନାଳ ( ମ ସୀ ହା)୩୧/୧୨/୨୨ରିଖ ଶନିବାର ଦିନ ସାଗର ସାହିତ୍ୟ ସଂସଦ ର ସାମ୍ୱତ୍ସରିକ ଉତ୍ସବ ଇନ୍ଦିପୁର ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଜ୍ୟୋତିର୍ବିଦ୍ ଶ୍ରୀବତ୍ସ କୁମାର ନାୟକ ସଭାପତିତ୍ବ କରିଥିଲା ବେଳେ ମଞ୍ଚ ପରିଚାଳନା ପ୍ରେମାନନ୍ଦ ରାଉତ , ମୁଖ୍ୟ ଅତିଥି ଭାବେ ଓଡ଼ାପଡ଼ା ବ୍ଲକ ନଂ୩ ଜୋନ୍ ର ଜିଲ୍ଲା ପରିଷଦ ଶ୍ରୀଯୁକ୍ତ ରାଜକିଶୋର ରାଉତ, ମୁଖ୍ୟ ବକ୍ତା ପ୍ରାଧ୍ୟାପକ ଡଃ ଦୁର୍ଗାମାଧବ ପୃଷ୍ଟି, ସମ୍ମାନିତ ଅତିଥି ଶିଳ୍ପୀ ପରେଶ ଚନ୍ଦ୍ର ପଟ୍ଟନାୟକ, ଛଦେଶ ସାହିତ୍ୟ ସଂସଦ ର ସଭାପତି ନୀଳମଣି ମହାରଣା ଯୋଗ ଦେଇ ସଂସଦର ମୁଖପତ୍ର ଉନ୍ମୋଚନ ଏବଂ ସାମାଜିକ ଜୀବନରେ ସାହିତ୍ୟର ଭୂମିକା ଶୀର୍ଷକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶ୍ରୀମତୀ ସୁକାନ୍ତି ସାହୁ ଓ କାଳୀଚରଣ ତ୍ରିପାଠୀ ଙ୍କ ଯୁଗ୍ମ ସଂଯୋଜନାରେ କବିତା ପାଠ କରାଯାଇଥିଲା। କବି ଦୁଃଶାସନ ସାହୁ, ପ୍ରଶାନ୍ତ କୁମାର ସାହୁ, ଯଶୋବନ୍ତୀ ପୃଷ୍ଟି, ବବିତା ମହାରଣା, ଶ୍ରଦ୍ଧାଞ୍ଜଳି ନାୟକ, ସୁବାସ ଚନ୍ଦ୍ର ନାୟକ, ଧନେଶ୍ଵର ସେନାପତି, ଭାସ୍କର ବେହେରା,ରାସବିହାରୀ ମହାନ୍ତି, କୈଳାସ ଚନ୍ଦ୍ର ସ୍ବାଇଁ, ନାରାୟଣ ବ୍ରହ୍ମ, ଅଞ୍ଜନ କୁମାର ସାହୁ, ଫକୀର ମୋହନ ସାହୁ, ଗତି କୃଷ୍ଣ ବିଶ୍ବାଳ, କରୁଣାକର ବାରିକ, ସୁବାସ ସାହୁ, ମହେଶ୍ୱର ନାୟକ, ଶତ୍ରୁଘ୍ନ ଦେହୁରୀ, ତୁଳସୀ ମହାରଣା, ପିତବାସ ପୃଷ୍ଟି, କ୍ଷୀରୋଦ ସାହୁ, କୈଳାସ ପୃଷ୍ଟି, କୁଳମଣି ନାୟକ, ପ୍ରହଲ୍ଲାଦ ସାହୁ, ଯୁଧିଷ୍ଠିର ନାୟକ ଅାଦି ଯୋଗ ଦେଇଥିଲେ। ସ୍ବର୍ଗତ ହେମନ୍ତ କୁମାର ରଥ ସ୍ମୃତି ସମ୍ମାନ କାମାକ୍ଷା ପ୍ରସାଦ ବେହେରାଙ୍କୁ ଏବଂ ସ୍ବର୍ଗତ ବିବେକାନନ୍ଦ ସ୍ମୃତି ସମ୍ମାନ ସୁକାନ୍ତି ସାହୁଙ୍କୁ ପ୍ରଦାନ କରାଯାଇଥିଲା ଏବଂ ଦିଶାଶ୍ରୀ ମହାରଣା,ପ୍ରଜ୍ଞାପାରମିତା ରାଉତ “୨୦୨୨ ହାଇସ୍କୁଲ ପରୀକ୍ଷା” ମାତୃଭାଷାରେ କୃତିତ୍ୱ ଅର୍ଜନ କରିଥିବା ଛାତ୍ରୀଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସଂସଦର ଉପ ସଭାପତି ହେମନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଲୋପ ପାଇବାକୁ ବସିଲାଣି ଦେଶୀ ଧାନ

Sunil Chandra Nayak

ସହିଦ ଲକ୍ଷ୍ମଣ ନାୟକଙ୍କ ୮୩ ତମ ଫାସୀ ଦିବସ ପାଳନ କଲେ ଚାଷୀ ମୁଲିଆ ଆଦିବାସୀ ସଙ୍ଘ 

Sunil Chandra Nayak

ଓଡିଶା ସୂଚନା ଅଧିକାର ଅଭିଜlନ ପକ୍ଷରୁ ଜିଲ୍ଲା ସ୍ତରୀୟ ସମ୍ମିଳନୀ ଓ ଦିନିକିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ

masiha

Leave a Comment

error: Content is protected !!