ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୁରେଶ ଚନ୍ଦ୍ର ପାଢୀ ଙ୍କ କବିତା l l l ନବ ବର୍ଷ l l l

l l l ନବ ବର୍ଷ l l l

ସୁରେଶ ଚନ୍ଦ୍ର ପାଢୀ

ଚାଲି ଯାଇଛି ବର୍ଷ ଦୁଇ ହଜାର ବାଇଶି 
ସ୍ୱାଗତ ଘେନ ମୋ ଦୁଇ ହଜାର ତେଇସି
ନବ ବର୍ଷ ହେଉ ଶୁଭ ମୟ ସଭିଙ୍କ ପାଇଁ
ମଙ୍ଗଳ ରେ କଟୁ ଏଇ ନବ ବର୍ଷ ଆମ ପାଇଁ
ନୀତି ସଦ୍ ଭାବନା ମନ ରେ ଆସୁ 
ଧର୍ମ ପଥ ଆମ କୁ ନୀତି ଯେ ଦିସୁ
ପଞ୍ଚ ବିକାର ଆମ ମନ ରୁ ଦୁରେଇ ଯାଉ
ନୀତି ଶାନ୍ତି ମୈତ୍ରୀ ଆମ ମନରେ ରହୁ
ଶିକ୍ଷା ରେ ଆମର ହେଉ ଉନ୍ନତି ନୀତି
କଳା ସଂସ୍କୃତିରେ ହେଉ ସଭିଙ୍କ ପ୍ରଗତି
ରୋଗ ଶୋକ ଚିନ୍ତା ମନ ରେ କେବେ ନ ରହୁ
ସବୁ ଆଶା ସ୍ୱପ୍ନ ଏଇ ନବ ବର୍ଷେ ଆମ ପୁର୍ଣ ହେଉ
ନୂତନ ବର୍ଷ ରେ ସର୍ବେ ଘେନ ମୋର ପ୍ରଣତି
ପ୍ରଭୁ ଜଗନ୍ନାଥ ଙ୍କ ପାଦ ପଦ୍ମେ ରହୁ ଆମ ଭକତି

ବୁଗୁଡ଼ା , ଗଞ୍ଜାମ 

Related posts

ଅନିମା ପରିଡ଼ା ଙ୍କ କବିତା // ଜୀଵନ ଟା ଏକ ବୁଝାମଣା

Sunil Chandra Nayak

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା//ଆମେ ସବାଖିଆ 

Sunil Chandra Nayak

ସତ୍ୟରଞ୍ଜନ ସ୍ୱାଇଁ ଙ୍କ କବିତା l l ସମୟ l l

Sunil Chandra Nayak

Leave a Comment

error: Content is protected !!