ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ପ୍ରସନ୍ନ କୁମାର ସାହୁ ଙ୍କ କବିତା//ସ୍ଵାଗତ ନବ ବର୍ଷ

ସ୍ଵାଗତ ନବ ବର୍ଷ

ଏ ନୁହଁ ଆମରି ନୂତନ ବରଷ 
ତଥାପି ସ୍ଵାଗତ କରେ,
ପ୍ରବାଦ ରହିଛି ବହୁତ ପୂର୍ବରୁ
ପାଞ୍ଚେ ମରେ ପାଞ୍ଚେ ତରେ।
ଇଂରାଜୀ ଶାସନ ବହୁତ ସମୟ
ଆମକୁ ଶିକ୍ଷା ଦେଇଛି,
ବହୁ ଇଂରାଜୀ ଚାଲି ଓ ଚଳନି ଯେ
ଧମନୀ ରେ ବହୁ ଅଛି।
ଜାଗର ରହିଣ ସ୍ଵାଗତ କରିଛୁ
ଇଂରାଜୀ ନବ ବରଷ,
ଭକ୍ଷଣ କରି କେତେ ଜୀବ ମାଂସ
ହାତରେ ମଦ୍ୟ ଗିଲାସ।
ସକାଳେ ଦେଖିଲି କିଛି ବଦଳିନି
ସବୁ ତ ସେମିତି ଅଛି,
କେବଳ ଘରର କାନ୍ଥରେ ନୂତନ
ପଞ୍ଜିକା ଟି ଝୁଲୁ ଅଛି।
ବଦଳି ନାହିଁ ମଣିଷ ପ୍ରକୃତି
ସେହି ସ୍ୱାର୍ଥପର ଭାବ,
ଆଶା ରଖି ଅଛି ନୂତନ ବରଷେ
ପରି ବର୍ତନ ହୋଇବ।
ମଣିଷ ମନରେ ନୂତନ ବରଷ
ଭରିବ ମଣିଷ ପଣ,
ଏତିକି କରୁଛି ନବ ବରଷରେ
ଜଗନ୍ନାଥଙ୍କୁ ଜଣାଣ।

ପ୍ରସନ୍ନ କୁମାର ସାହୁ

ବ୍ରହ୍ମପୁର,ଗଞ୍ଜାମ

Related posts

ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଙ୍କ ହିନ୍ଦୀ କବିତା

ନର୍ମଦା ନାୟକ ଙ୍କ କବିତା = ଶ୍ରମିକ

ଦିଲ୍ଲୀପ କୁମାର ନନ୍ଦୀ ଙ୍କ କବିତା//ଆମେ ସବାଖିଆ 

Sunil Chandra Nayak

Leave a Comment

error: Content is protected !!