ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ନିଜ ଅଧିକାର ସୁରକ୍ଷାରେ କ୍ରାନ୍ତିଯାତ୍ରୀ

ନର୍ଲା (ମନୀସ) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସଦର ମହକୁମା ଠାରେ କଳାହାଣ୍ଡି ବିକାଶ ପରିଷଦ ପକ୍ଷରୁ ବୁଧବାର ନିଜ ଅଧିକାର ସୁରକ୍ଷା ପାଇଁ କ୍ରାନ୍ତି ଯାତ୍ରା ମାଧ୍ୟମରେ କ୍ରାନ୍ତି କାରୀ ଚେତନା ଜାଗ୍ରତ ନିମନ୍ତେ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏଥିରେ କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତି ମୁଣ୍ଡଙ୍କ ନେତୃତ୍ୱରେ ବିଜେପିର ସଭାନେତ୍ରୀ ପ୍ରଣତି ମହାନନ୍ଦ, ପର୍ଶୁରାମ ପଣ୍ଡା,ଆର.ଏସ.ଏସ କର୍ମକର୍ତ୍ତା , ଅଙ୍ଗନବାଡ଼ି କର୍ମୀ ପ୍ରମୁଖଙ୍କ ସମେତ ବହୁ ଭଦ୍ରବ୍ୟକ୍ତି ସାମିଲ ହୋଇ ସରସ୍ୱତୀ ଶିଶୁ ମନ୍ଦିର ଠାରୁ ଶୋଭାଯାତ୍ରାରେ ବାହାରି ବ୍ଳକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପହଞ୍ଚି ଥିଲେ।ତେବେ ଏହି କ୍ରାନ୍ତି ଯାତ୍ରା ଜରିଆରେ ଜିଲ୍ଲାର ସମସ୍ତ ବ୍ଲକରେ ଜନ ସାଧାରଣଙ୍କୁ ସେମାନଙ୍କ ସାମ୍ବିଧାନକ ଅଧିକାର ଓ କର୍ତ୍ତବ୍ୟ ପ୍ରତି ସଚେତନ କରାଯିବ ବୋଲି କଳାହାଣ୍ଡି ବିକାଶ ପରିଷଦ ଅଧ୍ୟକ୍ଷା ଡ଼. ସୁନୀତିମୁଣ୍ଡ ସୂଚନା ଦେଇଛନ୍ତି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ଲୋକଙ୍କ ୫୬ଟି ଅଭିଯୋଗ ଶୁଣିଲେ ଜିଲ୍ଲାପାଳ

masiha

ଵେଲପଡା ପଞ୍ଚାୟତ ସମିତି ବୈଠକରେ ହୋହାଲ୍ଲା ସମିତି ସଭ୍ୟା ସଭ୍ୟ ଙ୍କ ଗୃହ ତ୍ୟାଗ 

masiha

ବିକାଶ ସ୍କୁଲର କ୍ୟାରିୟର କାଉନସେଲିଂ କାର୍ଯ୍ୟକ୍ରମ ନବାକାଂକ୍ଷା ଅନୁଷ୍ଠିତ 

masiha

Leave a Comment

error: Content is protected !!