ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଡକ ଦୁର୍ଘଟଣାରେ ଅଦ୍ଧାପକ ଗୁରୁତର,କଟକ ସ୍ଥାନାନ୍ତର

ବାଲିଆପାଳ, 5/1/23 ସଡକ ଦୁର୍ଘଟଣା ରେ ଅଦ୍ଧାପକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ କଟକ ବଡ ମେଡିକାଲ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ତେବେ ସୂଚନାରୁ ପ୍ରକାଶ ସିଂଲା ଥାନା ଅଧୀନ ରାଇପୁର ଗ୍ରାମର ଅଦ୍ଧାପକ ଅନନ୍ତ କୁମାର ଆଚାର୍ଯ୍ୟ ବୟସ ୫୬ ଗତ ମଙ୍ଗଳବାର ସଂଧ୍ୟାରେ ନିଜ ବାଇକ୍ ଯୋଗେ ଜାମଶୂଳିରୁ ରାଇପୁର ଆସୁଥିବା ବେଳେ ନାଡବଣୀ ଛକଠାରେ ଏକ ଦୃତଗାମୀ ପିକପ୍ ଭ୍ୟାନ୍ ପଛପଟୁ ଧକ୍କା ମାରି ଚାଲିଯାଇଥିଲା। ତେବେ ପିକପ୍ ଧକ୍କାରେ ଅଦ୍ଧାପକ ଆଚାର୍ଯ୍ୟ ଙ୍କ ଗୋଡ ଓ ହାତ ତଥା ପଛପଟ ପଞ୍ଜରା ହାଡରେ ଆଘାତ ଲାଗିଥିବା ବେଳେ ସଙ୍ଗେସଙ୍ଗେ ସ୍ଥାନୀୟ ଲୋକ ଓ ଘରଲୋକ ଖବର ପାଇ ପ୍ରଥମେ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ସେଠାରେ ତାଙ୍କର ସ୍ବାସ୍ଥ୍ୟ ଆହୁରି ବିଗିଡିବାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ପଛରୁ ଧକ୍କା ଦେଇଥିବା ପିକକ୍ ଭ୍ୟାନ୍ ଟି ସ୍ଥାନୀୟ ବାଳିଆପାଟୀ ଗ୍ରାମର ବଦ୍ରୀନାରାୟଣ ଗୋଚ୍ଛାୟତ ଙ୍କର ହୋଇଥିବା ବେଳେ ଡ୍ରାଇଭର୍ ମଦ୍ୟପାନ କରି ଡ୍ରାଇଭ୍ କରୁଥିବା ଜଣାପଡିଛି।

ବାଲିଆପାଳ ରୁ ଦିଲ୍ଲୀପ କୁମାର ଜେନା ଙ୍କ ରିପୋର୍ଟ୍ 

Related posts

ଡାବୁଗାଁରେ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ନୂଆଗାଁ ରେ ହାତୀ ବ୍ୟାପକ ଧାନ ଫସଲ ନଷ୍ଟ/ ୧୪ ରୁ ଉର୍ଦ୍ଧ୍ବ ଚାଷୀଙ୍କ ବିଲ ନଷ୍ଟ! ମାଣିକପୁର ଜଙ୍ଗଲରେ ହାତୀ ଛାଡ଼ିବି ଯାଉ ନାହାନ୍ତି

Sunil Chandra Nayak

ପଞ୍ଚାୟତ କଲେଜ ରେ ବାର୍ଷିକ ଉତ୍ସବ ଅନୁଷ୍ଠିତ 

masiha

Leave a Comment

error: Content is protected !!