ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶାତାଜା ଖବର

ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ, ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଶାରେ ୫ଜି ଟେଲିକମ୍ ସେବା ଉଦଘାଟିତ ହୋଇଛି। ଏଥିଲାଗି ଶିକ୍ଷା ଓ ଅନୁସନ୍ଧାନ ବିଶ୍ବବିଦ୍ୟାଳୟ ଅଡିଟୋରିୟମରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ରେଳ, ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ର‌ଦ୍ୟୋଗିକୀ ଏବଂ ଦୂରସଞ୍ଚାର ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଏବଂ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଛନ୍ତି। ଦୁହେଁ ଓଡ଼ିଶାରେ ୫ଜି ଟେଲିକମ୍ ସେବାର ଶୁଭାରମ୍ଭ କରିଛନ୍ତ। ଦେଶର ୫୦ଟି ସହରରେ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଗୁରୁବାର ଓଡ଼ିଶାରେ ୫ଜି ଟେଲିକମ୍ ସେବା ଆରମ୍ଭ ହୋଇଛି।

ଓଡ଼ିଶାରେ ୫ଜି ସେବା ଆରମ୍ଭ କରିବା ପାଇଁ ରିଲାଏନ୍ସ ଜିଓ ଏବଂ ଏୟାରଟେଲ୍ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି।ଭୁବନେଶ୍ବର, କଟକ ସମେତ ରାଜ୍ୟ ଆଉ କିଛି ସହରର କିଛି ଅଞ୍ଚଳରେ ଏହି ୫ଜି ସେବା ଉପଲବ୍ଧ ହେବ। ଏହାକୁ କେବଳ ୫ଜି ମୋବାଇଲ୍ ଥିବା ଉପଭୋକ୍ତା ବ୍ୟବହାର କରିପାରିବେ। ହେଲେ ୫ଜି ସେବା ଆରମ୍ଭ ହେଲେ କେଉଁ ସହରର କେତେ ଅଞ୍ଚଳରେ ଏହା ଉପଲବ୍ଧ ହେବ, ଉପଭୋକ୍ତାଙ୍କୁ କେତେ ସ୍ପିଡରେ ବ୍ରାଉଜିଂ ସୁବିଧା ମିଳିବ, ସେନେଇ କୌଣସି ଟେଲିକମ୍ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇନି।

ଏଣେ ଫାଇଭ୍-ଜି ସେବା ଯୋଗାଇଦେବାକୁ ଏଯାଏ ରାଜ୍ୟରେ ୫୧୦ଟି ବିଟିଏସ୍ ବା ବେସ୍ ଟ୍ରାନ୍ସିଭର୍ ଷ୍ଟେସନ ଲଗାଯାଇଛି। ଫୋର୍-ଜି ତୁଳନାରେ ୧୦ ଗୁଣ  ୫ଜି ଇଣ୍ଟରନେଟର ବେଗ ଅଧିକ ରହିବ ବୋଲି କୁହାଯାଉଛି। ଏବେ ଆଖି ପିଛୁଳାକେ ଡାଉନଲୋଡିଂ, ଆଉ ବିଜୁଳି ବେଗରେ ସର୍ପିଂ ହେବ। ଏହାଫଳରେ  ଶିକ୍ଷା, ସ୍ୱାସ୍ଥ୍ୟ, ନିର୍ମାଣ ଓ ବ୍ୟାଙ୍କିଂ ‌ଆଦି କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଘଟିବ ବୋଲି ଆଶା କରାଯାଉଛି।

ଏହା ବ୍ୟତୀତ ଓଡିଶାରେ ସ୍ଥାପନ ହେବ ୫୬୦୦ ମୋବାଇଲ୍ ଟାୱାର । ବିଚ୍ଛିନାଞ୍ଚଳରେ ପହଞ୍ଚିବ ମୋବାଇଲ୍ ନେଟୱାର୍କ । ଏନେଇ ଆଜି କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ଆଜିଠୁ ଓଡିଶାରେ ଆରମ୍ଭ ହୋଇଛି ୫ଜି ସେବା । କେନ୍ଦ୍ର ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଓ ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହି ସେବାର ଶୁଭାରମ୍ଭ କରିଛନ୍ତି ।

ଏହି ଅବସରରେ ସୂଚନା ଦେଇ କେନ୍ଦ୍ର ଆଇଟି ମନ୍ତ୍ରୀ ସୂଚନା ଦେଇଛନ୍ତି ଯେ, ରାଜ୍ୟର ପ୍ରତିଟି ବିଚ୍ଛିନାଞ୍ଚଳରେ ମୋବାଇଲ୍ ନେଟୱାର୍କ ପହଞ୍ଚିବ । ଏଥିପାଇଁ ମୋଦୀ ସରକାର ସମସ୍ତ ଯୋଜନା ପ୍ରସ୍ତୁତ କରିସାରିଛନ୍ତି । ଖୁବଶୀଘ୍ର ଓଡିଶାରେ ମୋଟ୍ ୫୬୦୦ ଟାୱାର ସ୍ଥାପନ ହେବ । ସେ ଭିତରୁ ଆଜି ୧୦୦ଟି ଟାୱାର ଆରମ୍ଭ ହୋଇଛି । ସୂଚନା ମୁତାବକ, ଆଜି କଳାହାଣ୍ଡିରେ ୧୯ଟି , କନ୍ଧମାଳରେ ୧୨ଟି, କୋରାପୁଟରେ ୮ଟି, ମାଲକାନଗିରିିରେ ୨୫ଟି , ନବରଙ୍ଗପୁରରେ ନୂଆପଡା ଓ ରାୟଗଡାକୁ ମିଶାଇ ମୋଟ୍ ୧୦୦ଟି ଟାୱାର ଉଦଘାଟିତ ହୋଇଛି । ତେବେ ପ୍ରତିମାସରେ ଏହି ସଂଖ୍ୟା ବୃଦ୍ଧି ପାଇବା ସହିତ ମୋଟ ୫୬୦୦ ଟି ଟାୱାର ସ୍ଥାପନ ହେବ ବୋଲି ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଓଡିଶାରେ ଆଜିଠୁ ୫ଜି ସେବା ଆରମ୍ଭ ହୋଇଛି । ପ୍ରଥମ ପର୍ୟ୍ୟାୟରେ ଟ୍ୱିନସିଟିରେ ୫ଜି ଯୋଡି ହୋଇଛି । ପରବର୍ତ୍ତୀ ପର୍ୟ୍ୟାୟରେ ୫ଟି ସହରରେ ଏହି ସେବା ଆରମ୍ଭ ହେବ । ୫-ଜି ସେବା ପାଇଁ ରିଲାଏନ୍ସ ଏବଂ ଏୟାରଟେଲ ପକ୍ଷରୁ ୫୧୦ଟି ବିଟିଏସ୍ ବିଭିନ୍ନ ସହରରେ ସ୍ଥାପନ କରାଯାଇଛି । ୫-ଜି ସେବା ଆରମ୍ଭ ହେଲେ ଟେଲିକମ୍ ଓ ଇଣ୍ଟରନେଟ୍ ଗ୍ରାହକମାନେ ଉନ୍ନତମାନର ସେବା ପାଇବେ । ଦେଶରେ ଗତବର୍ଷ ଅକ୍ଟୋବର ପହିଲାରେ ୫-ଜି ସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ବେଳେ ଆଜି ଓଡ଼ିଶାରେ ଆରମ୍ଭ ହୋଇଛି ପଞ୍ଚମ ଜେନେରେସେନ୍ ମୋବାଇଲ୍ ନେଟୱର୍କ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ବରିଷ୍ଠ ଅଧିକାରୀ ସମ୍ମିଳନୀ-୨୦୨୩, ଷ୍ଟାର୍ଟଅପ୍ ଓ ଏମଏସଏମଇର ଅଭିବୃଦ୍ଧି ଉପରେ ଗୁରୁତ୍ବ

Sunil Chandra Nayak

ଆଜିଠୁ ଚେକିଂ ହେବ ହାଇ ସିକ୍ୟୁରିଟି ନମ୍ବର , HSRP ନଥିଲେ ଗଣିବେ ୫ରୁ ୧୦ ହଜାର ଫାଇନ୍‌

Sunil Chandra Nayak

ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ , କଳା, ବିଜ୍ଞାନ ଓ ବାଣିଜ୍ୟ କଟ୍‌ଅଫ୍‌ ମାର୍କରେ ରେଭେନ୍ସା ଜୁନିଅର କଲେଜ ଆଗରେ

Leave a Comment

error: Content is protected !!