ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା l l ଜଣାଣ l l

l l ଜଣାଣ l l

 ମାନଗୋବିନ୍ଦ ସ୍ବାଇଁ

ଶୁଣିବାକୁ ହବ ମୋ ଦେଶ ଜନତା
    ଯାହା ତାଙ୍କ ମୋ ଆପତ୍ତି
ବିପଦ ଆସୁଛି ଉଦ୍ଧାର କରିବ
        ପ୍ରଭୁ ମୋହର ସଂପତ୍ତି।
କରୁଣା କଲେବି ସରିଯିବ ନାହିଁ
     ତାହା ଅନନ୍ତ ଭଣ୍ଡାର
ମାପ କଲେ ଯହିଁ ଶେଷ ହବ ନାହିଁ
     ଭକ୍ତି ଅନନ୍ତ ଅପାର।
ଚାହିଁ ଦେଲେ ଥରେ ଆଖି ଯାଏ ଲାଖି
     ଫେରେ ନାହିଁ ମୋର ପଥ
କାଳିଆ କହିଲେ ସବୁ ବୁଝି ଯାଏ
     ସେହି ମୋର ଜଗନ୍ନାଥ।
ଯେଉଁଠି ଚିନ୍ତୁଛି ସେଇଟି ଆସୁଛି
   ଭକ୍ତି ମୋର ସଦା କାଳ
ପ୍ରଫୁଲ୍ଲ ମନରେ ଭ୍ରମଣ କରୁଛି
       ଠାକୁର ଭକ୍ତିର ବେଳ।
ଶୂନ୍ୟ ବ୍ରହ୍ମ ତୁମେ ଶୂନ୍ୟରେ ରହିଛ 
     ନ ଦିଅ କେବେ ତ ଧରା
ତୁମର କରୁଣା ଅପାର ରହିଛି
    ପ୍ରକୃତି ରୂପରେ ପୁରା।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ତ୍ରିଲୋଚନ ପାଢ଼ୀ ଙ୍କ କବିତା //ମାଘମାସ ଜାଡ

Sunil Chandra Nayak

କବିତା( ‘ପ୍ରେମ’) ପ୍ରତିଯୋଗିତା ର ଫଳାଫଳ

masiha

ବିଳାସିନୀ ପୃଷ୍ଟି ଙ୍କ କବିତା l l ବିଦାୟ,୨୦୨୨ l l

Sunil Chandra Nayak

Leave a Comment

error: Content is protected !!