ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ନକଲି ମଦ କରବାର ରେ ଗିରଫ ହୋଇଥିବା ବିଜେଡି ନେତା ଙ୍କୁ ବିରୋଧ କରି ବିଜେପି ପକ୍ଷ ରୁ କୁଶ ପୁତ୍ତଳିକା ଦାହ 

କାମାକ୍ଷାନଗର(ମ ନି ସ)6/1/23 // ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଠାରେ ଦେଖିବାକୁ ମିଳିଛି ନକଲି ମଦ କରବାର ରେ ଗିରଫ ହୋଇଥିବା ବିଜେଡି ନେତା ତଥା ଜିଲ୍ଲା ପରିଷଦ ସଭ୍ୟ ସୁବାସ ମାଝୀ ଗିରଫ ହୋଇ ଥିବା ଦାବିରେ ବିଜେପି ପକ୍ଷ ରୁ ପ୍ରତିବାଦ ସହିତ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଦୃର୍ଭାଗ୍ୟ କଥା ଏହି କି ଯେ ଖୋଦ ବିଧାୟକ ତଥା ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଙ୍କ ଅଞ୍ଚଳ ରେ ନିଜ ଦଳ ର ଜନ ପ୍ରତିନିଧି ମାନେ ଏପରି କାଯ୍ୟ କରୁଛନ୍ତି l ସିଧା ସଳଖ କହିବାକୁ ଗଲେ ବିଧାୟକ ତାଙ୍କର ଛତ୍ର ଛାୟା ତଳେ ଘଣ୍ଟ ଘୋଡାଉଛନ୍ତି l ଅପରାଧକୁ ପ୍ରଶୟ ଦେଉଛନ୍ତି ବିଜେଡି ସରକାର ଯେଉଁ ଡିଣ୍ଡିମ ପିଟୁଛନ୍ତି ବିଜୁ ଜନତା ଦଳ ସୁଶାସନ ଦେଉଛି ଓ ବିଜୁବାବୁ ଙ୍କର ଅଧୁରା ସପ୍ନ କୁ ପୁରା କରିବାକୁ ପ୍ରୟାସ କରୁଛି ,ତାହା କେତେ ଦୂର ପାଳନ କରୁଛନ୍ତି ବିଜେଡି ଦଳ ର ନେତା ମନ୍ତ୍ରୀ ଓ ତାହା ଓଡିଶା ର ସାଢେ଼ ଚାରି କୋଟି ଜନତା ବେଶ ଭଲ ଭାବରେ ଜାଣିଛନ୍ତି l ସେହି ପ୍ରତିବାଦ ରେ ଆଜି ସନ୍ଧ୍ୟା ସମୟ ରେ ଭୁବନ କାଳିବଜାର ଠାରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଓ କାମାକ୍ଷାନଗର ବିଧାୟକ ପ୍ରଫୁଲ୍ଲ ମଲ୍ଲିକ ଇସ୍ତପା ଦାବି ସହିତ କୁଶ ପୁତ୍ତଳିକା ଦାହ କରାଯାଇଥିଲା l ଶତାଧିକ ବିଜେପି କର୍ମୀ ଓ ରାଜ୍ୟ କାଯ୍ୟକାରିଣୀ ସଦସ୍ୟ ଶତ୍ରୁଘନ ଜେନା ପ୍ରେମାନଦ ଜେନା ଉପସ୍ଥିତ ରହି ବିଭିନ୍ନ ପ୍ରକାର ର ନାରlବାଜି ଦେଇ କୁଶ ପୁତ୍ତଳିକା ଦାହ କରିଥିଲେ l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଛାତ୍ର କଂଗ୍ରେସର ଦୁଇଦିନିଆ ଅହୋରାତ୍ର ଧାରଣା ଶେଷ

Sunil Chandra Nayak

ଚାଉଳ କଟାକୁ ବିରୋଧ କରି ୨୬ଗୋଟି ପଞ୍ଚାୟତର ବ୍ଲକ ସମ୍ମୁଖରେ ଧାରଣା

Sunil Chandra Nayak

ଧର୍ମଗଡ ଜିଲ୍ଲା ଗଠନ ଦାବୀ , ସମର୍ଥନରେ ବସିଲେ ବିଜୁ ଜନତା ଦଳ

masiha

Leave a Comment

error: Content is protected !!