ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳ ଜିଲ୍ଲାସ୍ତରୀୟ ଇନସ୍ପାୟାର ମାନବ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ୨୦୨୧_୨୨ ଉଦଯାପିତ

ଢେ଼ଙ୍କାନାଳ (ମ ସୀ ହା)୦୫/୦୧_ ଢେ଼ଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର, ମାତ୍ରୁ ଭବନ ବାରଦା ପରିସର ରେ ଦିନଢେ଼ଙ୍କାନାଳ ଜିଲ୍ଲାସ୍ତରୀୟ ଇନସ୍ପାୟାର ମାନବ ପ୍ରକଳ୍ପ ପ୍ରଦର୍ଶନୀ ଓ ପ୍ରତିଯୋଗିତା ଉଦଯାପିତ ହୋଇ ଯାଇଛି l ଏହି ଅବସର ରେ ଆୟୋଜିତ ଉଦ୍ଘାଟନୀ ଉତ୍ସବ କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥି ଭାବେ ଓଡ଼ିଶା ଖଣି,ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ମାନ୍ୟବର ପ୍ରଫୁଲ୍ଲ କୁମାର ମଲ୍ଲିକ ଯୋଗ ଦେଇ ପ୍ରତ୍ୟେକ ବିଦ୍ୟାଳୟ ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ ରେ ଭାଗ ନେଇ ପ୍ରମୁଖ ଭୂମିକା ଗ୍ରହଣ କରିବା ଦରକାର ବୋଲି ଦୃଢ଼ୋକ୍ତି ପ୍ରକାଶଥିଲେ। ଢେ଼ଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ସ୍ଵତନ୍ତ୍ର ଅତିଥି ଭାବେ ଯୋଗଦେଇ କଲ୍ପନା ଓ ସ୍ବପ୍ନ କୁ ବାସ୍ତବ ରୂପ ଦେବା ପାଇଁ ବିଜ୍ଞାନ ସଦା ସର୍ବଦା ଉଦ୍ୟମ ଅବ୍ୟାହତ ରଖିଛି ବୋଲି ଦୃଢ଼ ଅଭିମତ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର ଯୋଗ ଦେଇ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷିକା ମାନେ ଅନିସନ୍ଧିତ୍ସୁ ଓ ବିଜ୍ଞାନ ମନସ୍କ ହେବା ଉଚିତ୍ ବୋଲି ସ୍ଵୀୟ ଅଭିମତ ରଖିଥିଲେ। ଉକ୍ତ ଉତ୍ସବ ରେ ସଭାପତିତ୍ବ କରି ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣି ସ୍ଵୀୟ ଅଭିଭାଷଣ ରେ ମାନବ ପ୍ରକଳ୍ପ ର ଲକ୍ଷ୍ୟ ଉଦେଶ୍ୟ ସମ୍ପର୍କରେ ସବିଶେଷ ବିବରଣୀ ରଖିବା ସଙ୍ଗେ ସଙ୍ଗେ ଛାତ୍ର ଛାତ୍ରୀ ଓ ଶିକ୍ଷକ ମାନଙ୍କ ମଧ୍ୟରେ ସୃଜଶୀଳତା ଓ ବୈଜ୍ଞାନିକ ମନୋଭାବ ର ବିକାଶ ରେ ସହାୟକ ହୋଇ ପାରିଛି ବୋଲି ଦୃଢ଼ ମତ ପୋଷଣ କରିଥିଲେ।ଭୂବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ରୁଦ୍ର ନାରାୟଣ ସାମଲ , ହିନ୍ଦୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ଅନ୍ୟତମ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଆପଣା ବକ୍ତବ୍ୟ ପ୍ରଦାନ କରିଥିଲେ l ଅନୁଷ୍ଠାନ ର ପ୍ରଧାନଶିକ୍ଷକ ରୂପଶ୍ରୀ ରଥ ମଞ୍ଚାସିନ ଥିଲେ l ଅନୁଷ୍ଠାନ ର ପ୍ରାରମ୍ଭ ରେ ଛାତ୍ରଛାତ୍ରୀ ମାନେ ସ୍ବାଗତ ସଙ୍ଗୀତ ଓ ୫_ଟି ରୂପାନ୍ତରଣ ସମ୍ପର୍କିତ ଚିତ୍ତାକର୍ଷକ “ମୋ ସ୍କୁଲ୍”ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରଦର୍ଶିତ କରିଥିଲେ l ଜିଲ୍ଲା ର ଆଠ ଗୋଟି ବ୍ଲକ୍ ରୁ ମୋଟ୍ ୨୨୮ ପ୍ରକଳ୍ପ ପ୍ରଦର୍ଶିତ ହୋଇଛି l ଢେ଼ଙ୍କାନାଳ ଜିଲ୍ଲା ବିଜ୍ଞାନ ସୁପରଭାଇଜର ସ୍ବାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ, ବାର୍ଷିକ ବିବରଣୀ ପାଠ କରି ବା ସଙ୍ଗେ ସଙ୍ଗେ ମଞ୍ଚ ସଂଯୋଜନା କରିଥିଲେ l ପରିଶେଷ ରେ ଢେ଼ଙ୍କାନାଳ ଜିଲ୍ଲା ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଧନ୍ୟବାଦ୍ ଅର୍ପଣ କରିଥିଲେ l

       ଅପରାହ୍ନ ରେ ସମସ୍ତ ପ୍ରକଳ୍ପ ଧାରୀ ମାନଂକ ମଧ୍ୟରେ ଲିଖିତ କୁଇଜ୍ ପରୀକ୍ଷା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା l ସନ୍ଧ୍ୟା ସମୟରେ ବିଜ୍ଞାନ ସେମିନାର, ବର୍ଣ୍ଣାଢ଼୍ୟ ସାଂସ୍କୃତିକ ବିଚିତ୍ରା କାର୍ଯ୍ୟକ୍ରମ, ସର୍ବ ଭାରତୀୟ ସ୍ତରରେ ସର୍ବାଧିକ ତିନି ଥର ପ୍ରଥମ ସ୍ଥାନ ଅଧିକାର କରିଥିବା କାନପୂରା ଉଚ୍ଚ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଂକ ଦ୍ବାରା ବିଜ୍ଞାନ ଭିତ୍ତିକ ନାଟକ ନିର୍ଦ୍ଦେଶକ ଦିନେଶ ଦାସ ଙ୍କ ମାର୍ଗଦର୍ଶନ ରେ ମଞ୍ଚସ୍ଥ ହେଇଥିଲା ଏ ସମସ୍ତ କାର୍ଯ୍ୟକ୍ରମ ର ସଫଳ ରୂପାୟନ ରେ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର , ମାତୃ ଭବନ ବାରଦା ର ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ ବୃନ୍ଦ ଓ ଢେ଼ଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟି ର ସଦସ୍ୟ/ସଦସ୍ୟା, ଢେ଼ଙ୍କାନାଳ ଜିଲ୍ଲା ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ର କର୍ମଚାରୀ, ବି ଆର୍ ସି ସି,ସି ଆର୍ ସି ସି ବୃନ୍ଦ ପ୍ରମୁଖ ଭୂମିକା ଗ୍ରହଣ କରିଥଲେ l

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀ ଙ୍କ ରିପୋର୍ଟ୍

Related posts

ଜାତୀୟ ଏକତା ଦିବସ ପାଳନ ଓ ମାରାଥନ ଦୌଡ 

Sunil Chandra Nayak

ମ୍ୟୁଜିକ ସେଲିବ୍ରସନ ତରଫରୁ ହାଲୁଆ ବଣ୍ଟନ 

masiha

ପବିତ୍ର ଶିବରାତ୍ରିରେ ମଶାରୀ ବଣ୍ଟନର ଶୁଭାରମ୍ଭ କରିବ ମୋ ଅନୁଷ୍ଠାନ

masiha

Leave a Comment

error: Content is protected !!