ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବ ହକି କପ୍ ଟ୍ରଫି କୁ କାମାକ୍ଷାନଗର ରେ ଭବ୍ୟ ସ୍ବାଗତ

 କାମାକ୍ଷାନଗର (ମ ନି ସ)6/1/23// ହକି ବିଶ୍ୱ କପ ଟ୍ରଫି ରାଜ୍ୟ ସାରା ଗ୍ରସ୍ତ କରି ଆଜି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ଢେଙ୍କାନଳ- କାମାକ୍ଷାନଗର ମୁଖ୍ୟରାସ୍ତାର ଜଡାପାଳ ଛକନିକଟରେ ଥିବା ପ୍ରଥପ୍ରାନ୍ତ ସୁବିଧା କେନ୍ଦ୍ର ଠାରେ ଦିନ ୧୧.୩୦ ସମୟରେ ପହଞ୍ଚିଥିଲା | ଏହି ହକି ବିଶ୍ୱକପର ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ତଥା ରାଜ୍ୟ ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ପୁଷ୍ପମାଲ୍ୟ ଦେଇ ସ୍ବାଗତ ସମ୍ବର୍ଦ୍ଧିତ କରିଥିଲେ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ବିଶ୍ବ କପ ହକି ଦୁଇ ଦୁଇଥର ଆୟୋଜନ କରି ଓଡିଶାକୁ ବିଶ୍ବ ଦରବାରରେ ଗୌରବାନ୍ବିତ କରିଛନ୍ତି। ସେହିଠାରୁ କାମାକ୍ଷାନଗର ସହରକୁ ପାଛୋଟି ନେଇଥିଲେ ଏବଂ କାମାକ୍ଷାନଗର ମହିମା ମନ୍ଦିର ଠାରେ ବିଭିନ୍ନ ବିଦ୍ୟାଳୟ,,ମହାବିଦ୍ୟାଳୟ, ସମାଜ ପାଠକ ବିଚାର ମଞ୍ଚ, ଉପଖଣ୍ଡ ସାମ୍ବାଦିକ ସଙ୍ଘ ଏବଂ ବିଭିନ୍ନ ବର୍ଗର ଲୋକେ ଏହି କପ୍ କୁ ବିରାଟ ରାଲି ମାଧ୍ୟମରେ ସହର ପରିଶ୍ରମା କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ କପ୍ କୁ କିଛିସମୟଧରି ରଖିବା ସହ ଲୋକମାନେ ଫୁଲମାଳା ଦେଇ ସ୍ବାଗତ କରିଥିଲେ। ଏହିକାର୍ଯ୍ୟକ୍ରମରେ କାମାକ୍ଷାନଗର ବିଧାୟକ ତଥା ଖଣି ଇସ୍ପାତ ଓ ପୂର୍ତ ମନ୍ତ୍ରୀ ଉପସ୍ଥିତି ଥିବାବେଳେ ଉପଜିଲ୍ଲାପାଳ ,କାମାକ୍ଷାନଗର ଏବଂ ଭବନ ବ୍ଲକ ଓ ଏନଏସି ଅଧକ୍ଷ ନିର୍ବାଚିତ ସରପଞ୍ଚ, ସମିତି ସଭ୍ୟ ମାନେ ଉପସ୍ଥିତ ଥିଲେ। ଏବଂ ସେହିଠାରୁ ସିଧାସଳଖ ପରଜଙ୍ଗ ନିର୍ବାଚନ ମଣ୍ଡଳିର ସରାଙ୍ଗ ସ୍ଥିତ ଇନ୍ଦିରାଗାନ୍ଧି ବୈଷୟିକ ଶିକ୍ଷାକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପରଜଙ୍ଗ ବିଧାୟକ ଡା.ନୃସିଂହ ଚରଣ ସାହୁ ,ପରଜଙ୍ଗ ବ୍ଲକ ଅଧକ୍ଷା,ବିଡିଓ ଓ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନେ କପକୁ ଭବ୍ୟ ସ୍ବାଗତ କରିଥିଲେ। ଏବଂ ସେଠାରୁ ନୃତ୍ୟଗୀତ ତାଳେ ତାଳେ ବିଦାୟ ଦେଇ କଙ୍କଡାହାଡ ବ୍ଲକର ଭାୟା ଗଡପଳାଶୁଣି ଦେଇ କେନ୍ଦୁଝର ଜିଲ୍ଲା ସାମାନ୍ତ ବିମଳା ଛକଠାରେ ପ୍ରଶାସନ ତରଫରୁ ବିଦାୟ ଦିଆଯାଇଥିଲା।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମଣିପୁରରେ ମହିଳାଙ୍କ ପ୍ରତି ବଳାତ୍କାର ମାମଲାରେ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚା ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହାଙ୍କ କୁଶପୁତ୍ତଳିକା ଦାହ

Sunil Chandra Nayak

ବିଜ୍ଞାନ ପ୍ରଯୁକ୍ତିବିଦ୍ୟା, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମ୍ପର୍କିତ ସଂସଦୀୟ ସ୍ଥାୟୀ କମିଟି ର ୫ ଦିନିଆଁ କେରଳ, କର୍ଣ୍ଣାଟକ, ତାମିଲନାଡୁ ଗସ୍ତ ,ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ସାମିଲ 

masiha

ସରକାରୀ ପ୍ରାଥମିକ ବିଦ୍ୟାଳୟ, ସାନକାର୍ଲିର ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!