ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାଡିଙ୍ଗପଦର ଠାରେ ବିଶ୍ୱଶାନ୍ତି ମହିମା ବ୍ରହ୍ମଯଜ୍ଞ ଅନୁଷ୍ଠିତ

କର୍ଲାପଡା : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ମହିମା ଆଶ୍ରମ ମାଡିଙ୍ଗପଦର, କର୍ଲାପଡା ଠାରେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞ ମହିମା ବାଲ୍ୟଲିଳା ତା-୪-୧-୨୦୨୨ ରିଖ ବୁଧବାର ଦିନ ଠାରୁ ୬-୧-୨୦୨୨ ରିଖ ଶୁକ୍ରବାର ଦିନ ପର୍ଯ୍ୟନ୍ତ ମହିମା ଆଶ୍ରମ ମାଡ଼ିଙ୍ଗପଦର ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ତା-୩-୧-୨୦୨୨ ରିଖ ମଙ୍ଗଳବାର ଦିନ ୫୦୦ କଳସ ବିଶିଷ୍ଟ କଳସ ଯାତ୍ରାରେ ଶତାଧିକ ମହିମା ଭକ୍ତ ଯୋଗଦେଇଥିଲେ, ତତ୍ ସହିତ ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀଯୁକ୍ତ ଦୟାନିଧି ନାଏକ ମଧ୍ୟ ଯୋଗଦେଇଥିଲେ।ଯଜ୍ଞାହୁତି କର୍ତ୍ତା ରୂପେ ପୂଜ୍ୟ ବ୍ରହ୍ମା ଅବଧୂତ ଭଗବାନ ବାବା ଯଜ୍ଞ କାର୍ଯ୍ୟ ସମ୍ପାଦନ କରିଥିଲେ। ସମସ୍ତ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗଦାନ କରି ପ୍ରଭୁ କୃପା ଲାଭ କରି ନିଜର ଜୀବନ କୁ କୃତାର୍ଥ ମଣିଥିଲେ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ମହାସମାରୋହରେ ଚାଲିଛି ମାଘ ପୂର୍ଣମୀ ଓ ମାଘ ପୁରାଣ ପାଠ 

Sunil Chandra Nayak

ବାବା ଆଖଣ୍ଡଳ ମଣୀ ଙ୍କ ପୀଠ ରେ  ଧନୁ ସଂକ୍ରାନ୍ତି ପାଳିତ

masiha

ନାଗଭଣ ଗ୍ରାମ ରାଧାକୃଷ୍ଣ ମନ୍ଦିରରେ ଗୁରୁପୂର୍ଣ୍ଣିମା ମହାସମାରୋହରେ ଅନୁଷ୍ଠିତ 

masiha

Leave a Comment

error: Content is protected !!