ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା କଲେଜ ‘ଓଡିଆ ବିଭାଗ’ର ଆଲୋଚନାଚକ୍ର…

ଯେଉଁ ଉପନ୍ୟାସ ଜୀବନ୍ତ ଲାଗେ ତାହା ପାଠକାଦୃତ ହୋଇଥାଏ : ଶ୍ରୀ ଖମାରୀ

ରାଉରକେଲା/ ସେକ୍ଟର-୪ସ୍ଥିତ ରାଉରକେଲା କଲେଜର ‘ଓଡିଆ ବିଭାଗ ତରଫରୁ “ଏକବିଂଶ ଶତାବ୍ଦୀର ଓଡ଼ିଆ ଉପନ୍ୟାସର ଧରା ଓ ଧାରା (୨୦୦୧-୨୦୨୦)” ଶୀର୍ଷକରେ ଏକ ଆଲୋଚନାଚକ୍ର’ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ଅଧ୍ୟକ୍ଷା ପ୍ରଫେସର ସୁଜାତା ପ୍ରଧାନଙ୍କ ଅଧ୍ୟକ୍ଷତା କରିଥିବା ବେଳେ ସରକାରୀ ମହାବିଦ୍ୟାଳୟ, ସୁନ୍ଦରଗଡ଼ର ଓଡିଆ ବିଭାଗର ସହକାରୀ ପ୍ରାଧ୍ୟାପକ ତଥା ବିଶିଷ୍ଟ ଯୁବ ସମାଲୋଚକ ନୂତନ ଖମାରୀ ବିଷୟ ବିଶେଷଜ୍ଞ ଭାବେ ଯୋଗଦେଇଥିଲେ। ବିଭାଗୀୟ ମୁଖ୍ଯା ଅଧ୍ୟାପିକା ରଶ୍ମିପ୍ରଭା ମଥାନ ଙ୍କ ଆବାହକତ୍ବରେ ଆୟୋଜିତ ଏଇ ଆଲୋଚନାଚକ୍ରରେ ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ମଂଚ ପରିଚାଳନା ଓ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ସ୍ବାଗତ ସଙ୍ଗୀତ ଗାନ କରିଥିଲେ ଲକ୍ଷ୍ମୀ ସାମନ୍ତ, ଭବାନୀ ସାହୁ, ପୂଜାରାଣୀ ମହାପାତ୍ର, ପୂଜା କୁସୁମ। ଆଲୋଚକ ଶ୍ରୀ ଖମାରୀ ଏକବିଂଶ ଶତାବ୍ଦୀର ପ୍ରଥମ ଦୁଇଟି ଦଶନ୍ଧିର ବିଶିଷ୍ଟ ଔପନ୍ୟାସିକ ମାନଙ୍କ ଯଥା ଫକୀର ମୋହନ ସେନାପତି ଙ୍କ ଠାରୁ ସୁରେନ୍ଦ୍ର ମହାନ୍ତି ଓ ପରବର୍ତ୍ତୀ ପିଢି ଔପନ୍ଯାସିକ ମାନଙ୍କ ୨୧ଟି ବହୁ ପ୍ରଭାବୀ ଉପନ୍ୟାସର ଇଂରାଜୀ, ବଂଗଳା ଭାଷାର ଅନେକ ଉପନ୍ୟାସ ସହ ତୁଳନାତ୍ମକ ତଥ୍ୟ ପ୍ରଦାନ କରି ଛାତ୍ର-ଛାତ୍ରୀମାନଙ୍କର ମନ୍ତ୍ରମୁଗ୍ଧ କରିଦେଇଥିଲେ। ସେ ଏହି ଅବସରରେ କହିଥିଲେଯେ ଯେଉଁ ଉପନ୍ୟାସ ଜୀବନ୍ତ ଲାଗେ ତାହା ପାଠକାଦୃତ ହୋଇଥାଏ । ଔପନ୍ଯାସିକ ମାନେ ଭବିଷ୍ୟତ କଥା ଦେଖିପାରନ୍ତି ଓ ପ୍ରତ୍ୟେକ ଉପନ୍ୟାସରେ ବହୁ ଉପନ୍ୟାସ ଥାଏ। ଶେଷରେ ଅଧ୍ୟାପକ ବନବିହାରୀ କିଷାନ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସର୍ବଶ୍ରୀ ସୌମ୍ୟରଞ୍ଜନ ମହାନ୍ତି, ଗୋପାଳକୃଷ୍ଣ ଦାଶ, ପ୍ରକାଶ ଓଝା, ହିମାଂଶୁ ନାୟକ, ଛବିଳ ସେଠୀ, ଅଭିଷେକ ପରିଡ଼ା, ଲିପ୍ସା ବଳିଆର ସିଂହ, ତପସ୍ଵିନୀ କୁମ୍ଭାର, ସୁଶ୍ରୀ ରେଖା ବେହେରା, ଚାନ୍ଦିନୀ ସେଠୀ, ରଶ୍ମିତା ବାହାଦୁର, ରୂପଶ୍ରୀ ଖୁଣ୍ଟିଆ, ସ୍ବିଟି ପଟ୍ଟନାୟକ, ପ୍ରିୟଙ୍କା ସ୍ୱାଇଁ, ସୂରଜ ମୁଣ୍ଡାରୀ, ଅନ୍ନପୂର୍ଣ୍ଣା ବରାଳ, ଜ୍ୟୋତି ପ୍ରସାଦ, ସଂଗୀତା ବେହେରା, ଅନୁଶ୍ରୀ ଦାଶ, ଧନରାମ ସିଂ, ଅଜୟ ମିଞ୍ଜ, ରୋହିତ ରାଓ, ଅନିତା ଜଗଦ୍ଦେବ, କ୍ରାନ୍ତି ଓରାମ, ଅନୁଶ୍ରୀ ଦାଶ, ମନସ୍ପୀ ଜେନା, କବିତା ହରିପାଲ, ଆକାଶ ଭୂମିଜ ପ୍ରମୁଖ ବହୁ ଛାତ୍ର-ଛାତ୍ରୀ ପ୍ରମୁଖ ସହଯୋଗ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗର ଚାରି ବର୍ଷର ବହୁ ଛାତ୍ର-ଛାତ୍ରୀ ଯୋଗଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଧର୍ମଗଡ ଠାରେ ବ୍ଳକ ସ୍ତରୀୟ ଆମ୍ବେଦକର ଜୟନ୍ତୀ

masiha

ରେଙ୍ଗାଲଜୁରୀ ରେ ଜୟ କିସାନ କୃଷକ ସୁରକ୍ଷା ସଂଗଠନ ପକ୍ଷରୁ ଅକ୍ଷୟ ତୃତୀୟା ପାଳିତ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ,ନବରଙ୍ଗପୁରଙ୍କ ପ୍ରୟାସରେ ମୁକୁଳିଲେ ଆଜୀବନ ବନ୍ଦୀ 

Sunil Chandra Nayak

Leave a Comment

error: Content is protected !!