ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଜେକେ ପେପର୍ ଲିମିଟେଡ୍ ର ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ଫାଇନାଲ

ଜେକେପୁର ; ତା: ୦୭ ୦୧ ୨୦୨୩ ଗତ ୦୪ ୦୧ ୨୦୨୩ ରୁ ଆରମ୍ଭ ହୋଇଥିବା ଜେକେ ପେପର୍ ଲିମିଟେଡ୍ ର ୟୁନିଟ୍ ସ୍ତରୀୟ କ୍ରିକେଟ ଲିଗ୍ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଆଜି ଜେକେ ପେପର୍ ମିଲ୍ସ, ଜେକେପୁର ଓ ସେଣ୍ଟ୍ରାଲ ପଲ୍ପ ମିଲ୍ସ, ସୋନଗଡ଼, ଗୁଜୁରାଟ ମଧ୍ଯ ରେ ଅନୁଷ୍ଠିତ ହୋଇଥିଲା। ଟସ ଜିଣି ପ୍ରଥମେ ଜେକେ ପେପର୍ ବ୍ୟାଟିଂ କରିଥିବା ବେଳେ 137 ରନ୍ ସଂଗ୍ରହ କରି ଥିଲେ। ସେଣ୍ଟ୍ରାଲ ପଲ୍ପ ମିଲ୍ସ, ସୋନଗଡ଼ ଏହାର ଜାବାବ ରେ ସମସ୍ତ ୱିକେଟ ହରାଇ 16.4 ଓଭର ରେ 84 ରନ୍ ସଂଗ୍ରହ କରିଥିଲେ ଏବଂ ଜେକେ ପେପର୍ ମିଲ୍ସ ବିଜୟୀ ହୋଇଥିଲା। ଜେକେ ପେପର୍ ମିଲ୍ସ ର ଅରୁଣ ଶବର ନଟ ଆଉଟ ରହି 34 ବଲ୍ ରେ 39 ରନ୍ ସଂଗ୍ରହ କରିଥିଲେ ଓ ମହମ୍ମଦ୍ ଅବେଶ 4 ଓଭର ବୋଲିଂ କରି 18 ରନ୍ ଦେଇ 3 ଟି ୱିକେଟ୍ ହାତେଇ ଥିଲେ ଏବଂ ମେନ ଅଫ୍ ଦି ମ୍ୟାଚ୍ ଓ ସିରିଜ୍ ହୋଇଥିଲା। ବେଷ୍ଟ ଅଲ ରାଉଣ୍ଡର ଭାବେ ସେଣ୍ଟ୍ରାଲ ପଲ୍ପ ମିଲ୍ସ ର ନିତେଶ ଗୁଣଶ୍ରେଷ୍ଠ ଙ୍କୁ ପୁରଷ୍କୃତ ହୋଇଥିଲେ। ବେଷ୍ଟ ବ୍ୟାଟସମ୍ୟାନ ଭାବେ ଅରୁଣ ଶବର, ବେଷ୍ଟ ବୋଲର୍ ଭାବେ କେ ଶଙ୍କର ପାତ୍ର, ବେଷ୍ଟ ଫିଲ୍ଡର ଭାବେ ବିନୟ ଦ୍ଵିବେଦୀ ଙ୍କୁ ପୁରଷ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଶ୍ଵେତା ଦ୍ଵିବେଦୀ, ସଭାନେତ୍ରୀ, ଶ୍ରୀମତୀ ନୀତା ଦ୍ଵିବେଦୀ, ଉପ ସଭାନେତ୍ରୀ , ମହିଳା ମଣ୍ଡଳ, ଜେ କେ କାଗଜ କଳ, ଜେକେପୁର, ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଜେକେ କାଗଜ କଳ ଟିମ୍ ତଥା ସେଣ୍ଟ୍ରାଲ ପଲ୍ ମିଲ୍ସ କୁ ଟ୍ରଫି ପ୍ରଦାନ କରିଥିଲେ। ଉଦଯାପନୀ କାର୍ଯ୍ୟକ୍ରମ କୁ ଶ୍ରୀ ସୁନ୍ଦୀପ ପାଣ୍ଡେ, ,ମହା ପ୍ରବନ୍ଧକ ( ମାନବ ସମ୍ବଳ) ପରିଚାଳନା କରିଥିଲେ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ସନ୍ତୋଷ ଟ୍ରଫି ପାଇଁ ଓଡ଼ିଶା ଦଳରେ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ର ଫୁଟବଲ ଖେଳାଳି ହରିଶଙ୍କର 

Sunil Chandra Nayak

ରାମଚନ୍ଦ୍ରପୁରରେ ୨୪ ତମ ଦୁଇ ଦୀବସୀୟ ବାର୍ଷିକ କ୍ରୀଡା ଓ ନୃତ୍ୟ ପ୍ରତିଯୋଗିତା

Sunil Chandra Nayak

ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ଉଦ୍ଘାଟିତ ହେଲା ୭୫ ରାଜ୍ୟ ପୋଲିସ୍ ହକି ଚମ୍ପିଆନସିପ୍ ୨୦୨୫-୨୬

Sunil Chandra Nayak

Leave a Comment

error: Content is protected !!