ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ  ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଶାସନ ର ମିଳିତ ସହଯୋଗରେ ଦିଶା ଯୋଜନା ଅଧିନରେ ଆଇନ୍ ସାକ୍ଷରତା ଏବଂ ସଚେତନତା ଶିବିର

ବଲାଙ୍ଗିର :୧୦/୦୧ – (ମ.ନି.ସ):- ଜାତୀୟ ଆଇନ୍ ସେବା ପ୍ରାଧିକରଣ ନୂଆଦିଲ୍ଲୀ ଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗୀର ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ର ସଚିବ ଶ୍ରୀଯୁକ୍ତ ବିଜୟ କୁମାର ପାତ୍ରଙ୍କ ପ୍ରତ୍ଯକ୍ଷ ତତ୍ତ୍ୱାବଧାନ ଏବଂ ବଲାଙ୍ଗୀର ଜିଲ୍ଲା ପ୍ରଶାସନର ସହଯୋଗ କ୍ରମେ ତା ୦୮/୦୧/୨୦୨୩ ରିଖ ରବିବାର ଦିନ ଗୁଡଭେଲା ବ୍ଳକର ଗମ୍ଭାରୀଗୁଡା ଠାରେ ଦିଶା ଯୋଜନା ଅଧିନରେ ଏକ ଆଇନ୍ ସ୍ବାକ୍ଷରତା ଏବଂ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ଶିବିରକୁ ପ୍ରାଧିକରଣ ସଚିବ ଶ୍ରୀଯୁକ୍ତ ପାତ୍ର ଉଦଘାଟନ କରିବା ସହିତ ପ୍ରାଧିକରଣ ଦ୍ବାରା ପ୍ରଚଳିତ ବିଭିନ୍ନ ମାଗଣା ଆଇନ୍ ସହାୟତା ଯୋଜନା ସମ୍ପର୍କରେ ଆଲୋକ ପାତ କରିଥିଲେ। ଏହାପରେ JMPC ଶ୍ରୀଯୁକ୍ତ ପ୍ରକାଶ କର ବିଭିନ୍ନ ଆଇନ୍ ସମ୍ବର୍ଦ୍ଧେୟ ଉପାଦେୟ ତଥ୍ଯ ପ୍ରଦାନ କରିଥିଲେ। ଜିଲ୍ଲା ଶିକ୍ଷା ଅଧିକାରୀ ବଲାଙ୍ଗୀର ଶ୍ରୀଯୁକ୍ତ ଧ୍ରୃବଚରଣ ବେହେରା ଉପସ୍ଥିତ ବ୍ଯକ୍ତି ବିଶେଷ ମାନଙ୍କୁ ଶିକ୍ଷା ବିଭାଗ ଦ୍ବାରା ପ୍ରଚଳିତ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ। ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ,ବଲାଙ୍ଗୀର ଶ୍ରୀଯୁକ୍ତ ନବକୃଷ୍ଣ ସାହୁ ତାଙ୍କ ବିଭାଗ ସମ୍ପର୍କରେ ବିସ୍ତୃତ ବିବରଣୀ ପ୍ରଦାନ କରିବା ସହିତ ବିଭିନ୍ନ ହିତାଧିକାରୀଙ୍କୁ ସହାୟତା ଯୋଗାଇଥିଲେ। ପରିଶେଷରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଗୁଡଭେଲା ଶ୍ରୀଯୁକ୍ତ ସୁରେଶ୍ବରୀ ଭୋଇ ସରକାରଙ୍କ ଦ୍ବାରା ପ୍ରଦତ୍ତ ବିଭିନ୍ନ ଜନ କଲ୍ଯାଣକାରୀ ଯୋଜନା ସମ୍ପର୍କରେ ଆଲୋକ ପାତ କରିବା ସହ ସମସ୍ତ ଜନସାଧାରଣ ଙ୍କୁ ସେହି ଯୋଜନା ପ୍ରଦାନ କରିବାରେ ସମ୍ପୂର୍ଣ୍ଣ ସହଯୋଗ କରିବାର ପ୍ରତିଶ୍ରୁତି ପ୍ରଦାନ କରିଥିଲେ।

ବଲାଙ୍ଗିର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ଆଜିର ଦିବସର ଅନୁଚିନ୍ତା:ମେ ୨୭ ତାରିଖ: ଜ୍ଞାନ,ମାନବିକତା,ସେବା ଓ ପ୍ରଗତିର ପଥ

ଏସ.ପି.ସି.ବି ପକ୍ଷରୁ ବିଶ୍ୱ ଓଜୋନ ଦିବସ ପାଳିତ 

masiha

ସମଗ୍ର ଶିକ୍ଷା ପକ୍ଷରୁ ସାମାଜିକ ଲିଙ୍ଗଭିତ୍ତିକ ସମତା ଓ ପାଠ୍ୟକ୍ରମ ସଂଯୋଗୀକରଣ ତାଲିମ୍ ଉଦଯାପିତ

masiha

Leave a Comment

error: Content is protected !!