ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହକି ବିଶ୍ୱକପକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା

ପାପଡାହାଣ୍ଡି,11/1, ମନିସ — ବୁଧବାର ଓଡିଶା ଆୟୋଜନ କରିବାକୁ ଯାଉଛି ହକି ବିଶ୍ୱକପ | ଏହି ଅବସରରେ ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ କରାଯାଇଛି ସ୍ୱତନ୍ତ୍ର ଉପସ୍ଥାପନ | ପ୍ରୋଜେକ୍ଟର ମାଧ୍ୟମରେ ବ୍ଲକ ର ଜନ ସାଧାରଣ ଦେଖିଲେ ଉଦଘାଟନ ସମାରୋହ | ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ରଞ୍ଜିତା ମଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ବିପିଏମ ପ୍ରୀତିକାନ୍ତ ଦୁବେ ଯୋଗ ଦେଇଥିଲେ | ଅତିଥି ମାନେ ହକି ବିଶ୍ୱକପର ମହାନତା ସମ୍ପର୍କରେ କହିଥିଲେ | ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ସ୍ୱୟଂ ସହାୟକ ମହିଳା ଓ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା | ବ୍ଲକର 23 ଗୋଟି ପଂଚାୟତ ତରଫରୁ ପ୍ରୋଜେକ୍ଟର ମାଧ୍ୟମରେ ଜନ ସାଧାରଣଙ୍କୁ ଉଦଘାଟନି ଉତ୍ସବ ଦେଖିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଥିଲା | ସମସ୍ତ ଜନ ପ୍ରତିନିଧି ଓ ଜନ ସାଧାରଣ ଏହି ଉଦଘାଟନ ମୋହତ୍ସବ ଦେଖି ଖୁସି ବ୍ୟକ୍ତ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ରାକ୍ଷୀ ପୂର୍ଣ୍ଣିମା ପାଳନ           

masiha

ଡାବୁଗାଁ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କଲେ କାୟା କଳ୍ପ ଟିମ୍

Sunil Chandra Nayak

ଅନୁଷ୍ଠିତ ହେଲା ସିଦ୍ଧି ବିନାୟକ ଆଦର୍ଶ ପବ୍ଲିକ ସ୍କୁଲର ୭ମ ବାର୍ଷିକୋତ୍ସବ ଓ ସମ୍ବର୍ଦ୍ଧନା ପର୍ବ

masiha

Leave a Comment

error: Content is protected !!