ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହକି ବିଶ୍ୱକପକୁ ନେଇ ସ୍ୱତନ୍ତ୍ର ଉପସ୍ଥାପନା

ପାପଡାହାଣ୍ଡି,11/1, ମନିସ — ବୁଧବାର ଓଡିଶା ଆୟୋଜନ କରିବାକୁ ଯାଉଛି ହକି ବିଶ୍ୱକପ | ଏହି ଅବସରରେ ବ୍ଲକ ପ୍ରଶାସନ ତରଫରୁ ଆୟୋଜିତ କରାଯାଇଛି ସ୍ୱତନ୍ତ୍ର ଉପସ୍ଥାପନ | ପ୍ରୋଜେକ୍ଟର ମାଧ୍ୟମରେ ବ୍ଲକ ର ଜନ ସାଧାରଣ ଦେଖିଲେ ଉଦଘାଟନ ସମାରୋହ | ବ୍ଲକ କାର୍ଯ୍ୟାଳୟ ପରିସରରେ ବିଡ଼ିଓ ରଞ୍ଜିତା ମଲିକଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବ୍ଲକ ଅଧକ୍ଷା ହେମଲତା ମାଝୀ, ଉପାଧକ୍ଷ ସୁଶାନ୍ତ ବେହେରା, ବିପିଏମ ପ୍ରୀତିକାନ୍ତ ଦୁବେ ଯୋଗ ଦେଇଥିଲେ | ଅତିଥି ମାନେ ହକି ବିଶ୍ୱକପର ମହାନତା ସମ୍ପର୍କରେ କହିଥିଲେ | ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା | ସ୍ୱୟଂ ସହାୟକ ମହିଳା ଓ ଛାତ୍ରୀ ଛାତ୍ର ମାନଙ୍କୁ ନେଇ ବିଭିନ୍ନ ପ୍ରତିଯୋଗିତା କରାଯାଇଥିଲା | ବ୍ଲକର 23 ଗୋଟି ପଂଚାୟତ ତରଫରୁ ପ୍ରୋଜେକ୍ଟର ମାଧ୍ୟମରେ ଜନ ସାଧାରଣଙ୍କୁ ଉଦଘାଟନି ଉତ୍ସବ ଦେଖିବା ଲାଗି ସ୍ୱତନ୍ତ୍ର ବ୍ୟବସ୍ତା କରାଯାଇଥିଲା | ସମସ୍ତ ଜନ ପ୍ରତିନିଧି ଓ ଜନ ସାଧାରଣ ଏହି ଉଦଘାଟନ ମୋହତ୍ସବ ଦେଖି ଖୁସି ବ୍ୟକ୍ତ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନଜିତ ପଟନାୟକ ଙ୍କ ରିପୋର୍ଟ 

Related posts

ଡିସେମ୍ବର ୨୦, ୨୧ ଓ ୨୨ ତାରିଖରେ ଆରସିସିଆଇ ପକ୍ଷରୁ ବିଜନେସ୍ କନକ୍ଲେଭ ୨୦୨୪

masiha

ବିଶ୍ୱ ଶ୍ରମିକ ଦିବସ ଅବସରରେ ବାଲୁକା କଳା

masiha

ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!