ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୁର୍ଡା ଛକ ଠାରେ ସ୍କର୍ପିଓ ପିଟିଲା ଠିଆ ହୋଇଥିବା ଟ୍ରକ୍‌କୁ , ୧ ମୃତ, ୪ ଗୁରୁତର

ବଲାଙ୍ଗିର,୧୧/୦୧ ବଲାଙ୍ଗୀର ଜିଲ୍ଲା ଲୋଇସିଂହା ଥାନା ନିକଟସ୍ଥ ବୁର୍ଡା ଛକ ନିକଟରେ ଟ୍ରକ୍‌କୁ ମୁହାଁ ମୁହିଁ ଧକ୍କା ଦେଲା ସ୍କର୍ପିଓ । ଘଟଣା ସ୍ଥଳରେ ସ୍କର୍ପିଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ଆଉ ୪ ଜଣ ଗୁରୁତରଙ୍କୁ ଲୋଇସିଂହା ସରକାରୀ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ବଲାଙ୍ଗିର ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ଆଜି ସକାଳେ କଣ୍ଟାବାଞ୍ଜି ଅଞ୍ଚଳର ୪ ଜଣ କପଡା ବ୍ୟବସାୟୀ ଏକ ସ୍କର୍ପିଓ ଗାଡ଼ିରେ ବରଗଡରୁ ଫେରୁଥିଲେ । ପ୍ରାୟ ସକାଳ ୮ ଟା ୩୦ ସମୟରେ ବୁର୍ଡା ଛକରେ ଅଟକି ଥିବା ଟ୍ରକ୍ କୁ ମୁହାଁମୁହିଁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ସ୍କର୍ପିଓ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିବା ବେଳେ ବାକି ୪ ଜଣ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜରେ ଭର୍ତ୍ତି ହୋଇଥିବା ଜଣାଯାଇଛି । ଘଟଣାସ୍ଥଳରେ ଲୋଇସିଂହା ପୋଲିସ ପହଞ୍ଚି ଗାଡ଼ି ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ବଲାଙ୍ଗୀର ରୁ ଶରତ ଚନ୍ଦ୍ର ମିଶ୍ର ଙ୍କ ରିପୋର୍ଟ୍ 

Related posts

ରାମନାଗୁଡା ପୋଲିସ ଆଦିବାସୀ କୁଂ ମିଥ୍ଯା କେସ କରି ଗିରଫ କରିବା ପ୍ରତିବାଦ ରେ ଗଣ ପ୍ରତିବାଦ

masiha

ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ, ରାୟଗଡ ଜିଲ୍ଲା ତରଫରୁ ନୂତନ ବର୍ଷ ୨୦୨୩, ମହା ଆଡମ୍ବରରେ ପାଳିତ

Sunil Chandra Nayak

ନୂଆପଡା ରେ ପୁଣି ବାଘ ଆତଙ୍କ, ଶୌଚ ପାଇଁ ଯାଇଥିବା ବୃଦ୍ଧା ଙ୍କୁ ମାରୀ ଖାଇଲା ବାଘ

Sunil Chandra Nayak

Leave a Comment

error: Content is protected !!