ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ବିବିଧ

ବେଣୁଧର ସୂତାର ଙ୍କ କବିତା // ସ୍ଵପ୍ନର କବିତା

   ସ୍ଵପ୍ନର କବିତା

       ବେଣୁଧର ସୂତାର

କେତେ ସ୍ଵପ୍ନ କେତେ 
                   ସମ୍ଭାବନା ନେଇ
କଳ୍ପନା ରାଇଜେ ମନ ଭ୍ରମୁଥାଇ
କେବେ ସାରସ୍ବତ ଭାବର ମୂର୍ଚ୍ଛନା
କେବେ ପ୍ରକୃତିର ଶାଶ୍ୱତ ଅର୍ଚ୍ଚନା
।।
ରମ୍ୟ କଳ୍ପନାର ମିଠା କଳାକୃତି
ଭାବଆବେଗରେ ଭାଷାରସଂପ୍ରୀତି
ତନ୍ମୟ ତଲ୍ଲୀନ ଭାବ ନିବିଡ଼ତା
ଉଜ୍ଜୀବିତ କରେ କବି ପ୍ରାଣ ସତ୍ତା
।।
ନିଭୃତ ଅନ୍ତର ଭବ୍ୟ ଭାବାନ୍ତର
ମନପ୍ରାଣେ ତୋଳେ ଛନ୍ଦର ଜୁଆର
ଭାବ ମଧୁବୋଳା ମହକ ପଖଳା
ନିଃଶବ୍ଦ ଶବ୍ଦର ଚାରୁ ବର୍ଣ୍ଣମାଳା
।।
ଭଷା ଅଂଶୁମାଳି ଛବିଳ ବର୍ଣ୍ଣାଳୀ
ରଙ୍ଗ ଅରୁଣିମା ହୃଦେ ଦିଏ ବୋଳି
ଖିଆଲି ମନର ଭାବପ୍ରବଣତା
ଭାବରୋମାଞ୍ଚରେ ଭାଙ୍ଗେନିରବତା
।।
ରସମୟ ଶବ୍ଦ କୁହୁକ ସ୍ପର୍ଶରେ
ରଙ୍ଗସ୍ଵପ୍ନ ବୋଳେ ହୃଦୟରତୀରେ
କୂଳ ଲଙ୍ଘିଯାଏ ଅମାନିଆ ମନ
ଲଭିବାକୁ ଶୁଦ୍ଧ ସାରସ୍ଵତ ଜ୍ଞାନ
।।
ଶବ୍ଦସୁଧା ଅନୁରାଗ ଅନ୍ତରାଳେ
ହୃଦୟବେଳାରେ ଶିହରଣ ଖେଳେ
ତନ୍ମୟ ମନର ମଧୁ ମାଦକତା
ଲେଖନୀରେ ଆଙ୍କେ ସ୍ଵପ୍ନରକଵିତା
।।
ଲଳିତ ଭାବର ମନୋହର ଧାରା
ପ୍ରଜ୍ଞାମୟୀ ରୂପ କଳ୍ପର ପସରା
ଭାବମୟ ମୁଗ୍ଧ କବିତା ର ସୁରେ
ପୁଲକ ପଂକ୍ତିରେ ଜ୍ଞାନାଞ୍ଜନ ଝରେ
।।
କବିତା କାମିନୀ ପ୍ରଜ୍ଞାର ଜନନୀ
ପୂତ ସାରସ୍ଵତ ଜ୍ଞାନ ମନ୍ଦାକିନୀ
ପାଠକ ଅନ୍ତରେ ଭରେ ମାଦକତା
ବିଶ୍ବ ମୋହିନୀ ଏ ସ୍ବପ୍ନର କବିତା
।।

କେଶଦୁରାପାଳ କେନ୍ଦୁଝର

Related posts

ମାଆ ବୁଢ଼ୀ ଜାଗୁଳେଇ ୟୁଥ କ୍ଲବ ର 17ତମ ବାର୍ଷିକ କ୍ରିକେଟ ଟୁନାମେଣ୍ଟର ଉଦ୍ଘାଟନୀ ଉତ୍ସବ ଅନୁଷ୍ଠିତ

masiha

ବେଣୁଧର ସୂତାର ଙ୍କ କବିତା l l ବୟସ ଯାଇଛି ହଜି

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା // ସ୍ବପ୍ନମୟୀ ନିଶିଥିନୀ

Sunil Chandra Nayak

Leave a Comment

error: Content is protected !!