ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ବକପ୍ କ୍ରିକେଟ ଖେଳର ବିଜୟ ହାସଲ ପାଇଁ ମା’ ଙ୍କ ନିକଟରେ ପ୍ରାର୍ଥନା 

ବାଲେଶ୍ଵର୧୨/୦୧/୨୩- ଆସୁଛି ବିଶ୍ବକପ୍ କ୍ରିକେଟ ଖେଳ। ୨୦୨୩ ମସିହା ଇଂରାଜୀ ନୂତନ ବର୍ଷ ଉପଲକ୍ଷେ ସମସ୍ତ ଖେଳାଳୀ ଓ ଦେଶବାସୀଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା । ଏବଂ ଦେଶର କୋଟି କୋଟି କ୍ରିକେଟ ଦର୍ଶକଙ୍କୁ ଆନ୍ତରିକ ଅଭିନନ୍ଦନ । ଏବର୍ଷଟି ଶାନ୍ତି, ମୈତ୍ରୀ ଓ ସୁଖ ସ୍ବାଚ୍ଛନ୍ଦରେ ସମସ୍ତଙ୍କ ଚଲାପଥ କୁସୁମିତ ହେଉ ବୋଲି ମା’ଙ୍କ ନିକଟରେ ପ୍ରାର୍ଥନା । ଆଶୀର୍ବାଦ, ସ୍ନେହ ଓ ଭଲପାଇବା, ଉଚ୍ଚନୀଚ, ଜାତି, ଧର୍ମ, ବର୍ଣ୍ଣ ଓ ଭେଦଭାବ ନିର୍ବିଶେଷରେ ଆମ ସମସ୍ତଙ୍କ ନିକଟରେ ଆନ୍ତରିକତା ବଜାୟ ରହୁ । ଯେହେତୁ ଆମେ ସମସ୍ତେ ଭାରତୀୟ, ତେଣୁ ସମସ୍ତେ ମିଳିମିଶି ୨୦୨୩ ମସିହା ବିଶ୍ବକପ୍ କ୍ରିକେଟ ଖେଳକୁ ସ୍ବାଗତ କରିବା ସଙ୍ଗେ ସଙ୍ଗେ ଉପଭୋଗ ମଧ୍ୟ କରିବା । ଯେମିତି କି ସମସ୍ତଙ୍କ ମୁହଁରେ ହସ ଫୁଟିବ । ଏଥର ଭାରତ ବିଶ୍ବକପ୍ ରେ ଜିତୁ, ଆମଦେଶର ଗର୍ବ, ଗୌରବ ଓ ଯଶ କୀର୍ତ୍ତି ବଜୟ ରହୁ, ଖେଳାଳି ଭଲ ଖେଳନ୍ତୁ ଓ ଦେଶର ନାମ ରଖନ୍ତୁ ବୋଲି ମା’ଙ୍କ ନିକଟରେ କ୍ରିକେଟ ଖେଳପ୍ରତି ଆଗ୍ରହ ଥିବା ଜଣେ କ୍ରିକେଟ ପ୍ରେମୀଙ୍କର ପ୍ରାର୍ଥନା । 

      ପ୍ରକାଶ ଥାଉକି- ୨୦୦୩ ମସିହା ଠାରୁ ୨୦୨୩ ପର୍ଯ୍ୟନ୍ତ ଦୀର୍ଘ ୨୦ବର୍ଷ ଧରି ଭାରତୀୟ କ୍ରିକେଟ ଦଳ ନାମରେ ବାଲେଶ୍ଵର ଜିଲ୍ଲା ଖଇରା ବ୍ଲକ କୁପାରୀ ସ୍ଥିତ ମା ଅମ୍ବିକା ଓ ମା ବନଦୁର୍ଗାଙ୍କ ନିକଟରେ ପୂଜାପାଠ କରି ଆସୁଅଛନ୍ତି କୁପାରୀ ଗ୍ରାମର କ୍ରିକେଟ ଖେଳପ୍ରେମୀ ମାନସ ରଞ୍ଜନ ମହାପାତ୍ର । ସେ ବହୁତ ପରିଶ୍ରମ କରି ନିଜ ଜୀବନକୁ ବାଜି ଲଗାଇ ଭାରତୀୟ କ୍ରିକେଟ ଦଳର ବିଜୟ ପାଇଁ ସଦାସର୍ବଦା ମା’ ଙ୍କୁ ପ୍ରାର୍ଥନା ଜାରି ରଖିଛନ୍ତି । ଚା ପିଇଲେ ଉଇକେଟ୍ ପଡେ । ଭାରତୀୟ କ୍ରିକେଟ ଦଳର ଉନ୍ନତି ପାଇଁ ସବୁବେଳେ ମାଙ୍କ ପାଖରେ ପୂଜାପାଠ କରିବା ସହିତ ମା’ଙ୍କୁ ଡାକୁଛନ୍ତି ଭାରତୀୟ ଦଳର ବିଜୟ ପାଇଁ । ଆହୁରି ମଧ୍ୟ ଶ୍ରୀ ମହାପାତ୍ର କହିଛନ୍ତି ଜୀବନର ଶେଷ ରକ୍ତ ବିନ୍ଦୁ ଥିବା ପର୍ଯ୍ୟନ୍ତ ଭାରତୀୟ କ୍ରିକେଟ ଦଳ ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରି ଚାଲୁଥିବେ, ଯେତେ ବାଧାବିଘ୍ନ, ଝଡଝଞ୍ଜା ଓ କଷ୍ଟ ଆସୁପଛେ ସେସବୁକୁ ଖାତିରି ନକରି ଭାରତୀୟ ଖେଳାଳିଙ୍କୁ ଜିତାଇବା ତାଙ୍କର ସଂକଳ୍ପ ଓ ନିଷ୍ପତ୍ତି ଅଟଳ ରହିବ । ଜଣେ ଭାରତୀୟ ହିସାବରେ ଏହା ତାଙ୍କର ଖେଳାଳୀଙ୍କ ପ୍ରତି ଆଶୀର୍ବାଦ ଓ ଶୁଭକାମନା କହିଲେ ଅତ୍ଯୁକ୍ତି ହେବ ନାହିଁ । ଏଠାରେ ସ୍ମରଣଯୋଗ୍ୟ କି ଟ୍ବେଣ୍ଟି -୨୦ ବିଶ୍ବକପ୍ ଖେଳରେ ୨୦୦୭ ମସିହା ଭାରତ ବିଜୟ ହାସଲ କରିଥିଲା, ଆଇସିସି ବିଶ୍ବକପ୍ ଖେଳ ୧୯୮୩ ଓ ୨୦୧୧ ମସିହାରେ ଭାରତ ମଧ୍ୟ ବିଜୟ ହାସଲ କରିଥିଲା । ସେହିପରି ଚଳିତ ବର୍ଷ ଅର୍ଥାତ୍ ୨୦୨୩ ମସିହାରେ ଅନୁଷ୍ଠିତ ହେବାକୁ ଥିବା ବିଶ୍ବକପ୍ କ୍ରିକେଟ ଖେଳରେ ଭାରତୀୟ ଦଳ ଭଲ ଖେଳ ପ୍ରଦର୍ଶନ କରନ୍ତୁ, ସୁନାମ ଅର୍ଜନ କରନ୍ତୁ ଓ ଦେଶର ଗୌରବ ରକ୍ଷା କରନ୍ତୁ ବୋଲି ଜଣେ ଅତ୍ୟନ୍ତ କ୍ରିକେଟ ଖେଳପ୍ରେମୀ ଓ ଭାରତୀୟ ନାଗରିକ ହିସାବରେ ଭାରତୀୟ କ୍ରିକେଟ ଦଳର ବିଜୟ ହାସଲକୁ ଆଶୀର୍ବାଦ, ଶୁଭେଚ୍ଛା, ଶୁଭକାମନା ଓ ଅଭିନନ୍ଦନ ଜଣାଇଛନ୍ତି ଶ୍ରୀ ମହାପାତ୍ର ।। 

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଅଦିନିଆ ବର୍ଷା ଯୋଗୁଁ ମୁଗ ଚାଷୀ କ୍ଷତିଗ୍ରସ୍ତ

masiha

ନବରଙ୍ଗପୁର ଠାରେ ଶିଶୁ ଶ୍ରମିକ ନିରାକରଣ ସଚେତନତା ନିମନ୍ତେ ଶୋଭାଯାତ୍ରା 

masiha

ଖଣି ସହରରେ ରୁଦ୍ଧିମନ୍ତ ହେଉଛି କଳା,ସଂସ୍କୃତି , ତ୍ରିବେଣୀ କଳାକେନ୍ଦ୍ରର ୪୦ ବର୍ଷ ପୂର୍ତ୍ତି ଓ କୁମାର ଉତ୍ସବ 

Sunil Chandra Nayak

Leave a Comment

error: Content is protected !!