ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ଅଗ୍ରଗତି ତଥ୍ୟ ତାଲିମ ଶିବିର 

ପଞ୍ଚାୟତ ଅଗ୍ରଗତି ତଥ୍ୟ ତାଲିମ ଶିବିର 

ଡାବୁଗାଁ, ୨୪/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷଠାରେ ୨ ଦିନିଆ ପଞ୍ଚାୟତ ଅଗ୍ରଗତି ତଥ୍ୟ ତାଲିମ ଶିବିର ମଙ୍ଗଳବାର ଉଦଯାପିତ ହୋଇଯାଇଛି | ଏଥିରେ ଦରିଦ୍ର ମୁକ୍ତ ପଞ୍ଚାୟତ, ସୁସ୍ଥ ପଞ୍ଚାୟତ, ଶିଶୁ ଅନୁକୂଳ ପଞ୍ଚାୟତ, ପର୍ଯ୍ୟାପ୍ତ ଜଳ ପଞ୍ଚାୟତ, ପରିବେଶ ଓ ସବୁଜ ଗ୍ରାମ ପଞ୍ଚାୟତ, ଭିତ୍ତିଭୂମି ବିକାଶ, ସାମାଜିକ ସୁରକ୍ଷା ପଞ୍ଚାୟତ, ସୁଶାସନ ପଞ୍ଚାୟତ ଓ ମହିଳା ଅନୁକୂଳ ପଞ୍ଚାୟତ ଉପରେ ବିଭିନ୍ନ ତଥ୍ୟ ନେଇ ତାଲିମ ଦିଆଯାଇଥିଲା | ଏଥିରେ ପ୍ରଶିକ୍ଷକ ଭାବେ ଜିଲା ପିରାମଲ ଫାଉଣ୍ଡେସନ ପୋଗ୍ରାମ ମ୍ୟାନେଜର ବିକ୍ରମ କିଶୋର ରଣା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ସିପି ପ୍ରବୀଣ ପଟ୍ଟନାୟକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ. ଡି ପ୍ରସାଦ ଓ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପ୍ରମୁଖ ତାଲିମ ଦେଇଥିଲେ | ଏଥିରେ ସିଆରସିସି ପ୍ରସନ୍ନ କୁମାର ଦଣ୍ଡସେନା ଓ ଗୁପ୍ତେ ପ୍ରସାଦ ନାଗ,ଏସିଡିଓ, ଗ୍ରାମ ରୋଜଗାର ସେବିକା ସେବକ, ଆଶା କର୍ମୀ, ଏମବିକେ ଓ ସିଆରପି ମାନେ ଉପସ୍ଥିତ ଥିଲେ | ମୋଟ ୭୬ ଜଣ ତାଲିମ ନେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପ୍ରଫେସର ସତ୍ୟ ପଟ୍ଟନାୟକଙ୍କୁ ‘ଗଙ୍ଗାଧର ମେହେର ସାହିତ୍ୟ ସମ୍ମାନ–୨୦୨୬’

Sunil Chandra Nayak

ଆଦିବାସୀ ନୃତ୍ୟ ସଙ୍ଗୀତ ଡଙ୍ଗର ମହୋତ୍ସବ ୨୦୨୩ ଉଦଘାଟିତ

Sunil Chandra Nayak

ଲୋକକଳା ଆମ ଜନଜୀବନର ଏକ ଅବିଛେଦ୍ୟ ବିଭବ

masiha

Leave a Comment

error: Content is protected !!